ଖେଳ ରାଜ୍ୟ

୨୪ ତାରିଖରୁ ଭୁବନେଶ୍ୱରରେ ହେବ ଜୁନିଅର ହକି ବିଶ୍ୱକପ୍

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ୍ ଆୟୋଜିତ ହେବ ବୋଲି କ୍ରୀଡ଼ାସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ୨୪ ତାରିଖରେ ଏହାର ଶୁଭାରମ୍ଭ ହେବ। ଏଥିରେ ୧୬ଟି ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବେ। ଏଥିସକାଶେ ଭାରତୀୟ ଟିମ ଭୁବନେଶ୍ୱରରେ ପହଞ୍ଚିସାରିଛି। ୧୫ ତାରିଖରେ ଅନ୍ୟସବୁ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ। ବାୟୋ ବବଲ ପ୍ରକ୍ରିୟାରେ ବିଶ୍ବକପ ଅନୁଷ୍ଠିତ ହେବ।

କୋଭିଡ କଟକଣା ଭିତରେ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଦର୍ଶକମାନଙ୍କୁ ଷ୍ଟାଡିୟମକୁ ଆସିବାକୁ ବାରଣ କରାଯାଇଛି। ଖେଳାଳି ଓ ଷ୍ଟାଫମାନଙ୍କ ପ୍ରତିଦିନ ଆରଟିପିସିଆର୍ ଟେଷ୍ଟ ହେବ। ଖାଲିସେତିକି ନୁହେଁ, ଖେଳାଳି ଓ ଟିମ ପାଇଁ ଦୁଇଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସଂରକ୍ଷଣ ରଖାଯାଇଛି। ନିରାଡ଼ମ୍ବରରେ ଜୁନିଅର ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ