ରାଜ୍ୟ ସ୍ପେଶାଲ ରିପୋର୍ଟ

’୨୨ ଦର୍ପଣ: କନ୍ଦେଇଲା ମକରା, ରାଜୁଆ, ଧନୁଆ, କୁଶଭଦ୍ରା

ସେୟାର
ଚଳିତବର୍ଷ ପୁରୀ ଜିଲ୍ଲାରେ ବନ୍ୟା ଦୁର୍ଦ୍ଦଶା ଭୟଙ୍କର ରୂପ ନେଇଥିଲା। ବିଭିନ୍ନ ସ୍ଥାନରେ ନଦୀବନ୍ଧରେ ଘାଇ ଓ ଲେଉଟା ପାଣି ଗାଁ ଗଣ୍ଡାକୁ ବୁଡ଼ାଇବା ସହ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିଲା। ବନ୍ୟା ପାଣିର ଆଁ ଜିଲ୍ଲାର ୩ଶହରୁ ଅଧିକ ଗାଁକୁ ଗିଳି ଦେଇଥିଲା। ଫଳରେ ଲକ୍ଷ ଲକ୍ଷ ‌ଲୋକ ଜଳବନ୍ଦୀ ଜୀବନ କାଟିଥିଲେ। କିଏ ଘର ଛାତ ଉପରେ ତ’କିଏ ନଈ ବନ୍ଧ ଉପରେ ଆଶ୍ରୟ ନେଇଥିଲେ। ଗାଈଗୋରୁ, ମଣିଷ ସମସ୍ତେ ଭୋକଉପାସରେ ଏକାଠି ଦିନ କାଟିଥିଲେ। ସବୁଠୁ ଅଧିକ ସଙ୍ଗିନ ସ୍ଥିତି ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲାର କଣାସ ଓ ଗୋପ ବ୍ଲକ୍‌ରେ। ମକରା, ରାଜୁଆ, କୁଶଭଦ୍ରା ଆଦି ନଦୀବନ୍ଧର ଘାଇ ସ୍ଥିତି ଜଟିଳ କରି ଦେଇଥିଲା। ଏହାସହ ନିମାପଡ଼ା, ଡେଲାଙ୍ଗ, ପିପିଲି ବ୍ଲକ୍‌ ସ୍ଥିତି ବି ଜଟିଳ ‌ହୋଇପଡ଼ିଥିଲା। ନଦୀ ବନ୍ଧରେ ଘାଇ ଯୋଗୁ ଅନେକ ଗାଁ ମାସ ମାସ ଧରି ଜଳବନ୍ଦୀ ରହିଥିଲା।

ସମୁଦ୍ର ଜୁଆର କୂଳ ଲଂଘି ରାମଚଣ୍ଡୀ-ଚନ୍ଦ୍ରଭାଗା ମଝି ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତା(ଜାତୀୟ ରାଜପଥ)କୁ ସମୁଦ୍ର ଗର୍ଭକୁ ଧୋଇନେଲା। ସମୁଦ୍ର ଜଳ ରାସ୍ତାରେ ଲହଡ଼ି ଭାଙ୍ଗିଲା। ସମୁଦ୍ର ଗର୍ଭକୁ ୨୦ ଫୁଟ ଉଚ୍ଚ ବାଲି ଚାଲିଗଲା। ଯାହା କେବଳ ପୁରୀ-କୋଣାର୍କ ରାସ୍ତାକୁ ସମୁଦ୍ର ଗର୍ଭକୁ ନେବାକୁ ବାଟ ତିଆରି ନଥିଲା, ଆଖପାଖ ଜନବସତି ପାଇଁ ଭୟଙ୍କର ବିପଦର କାରଣ ସାଜିଥିଲା। ସମୁଦ୍ର ଜଳ ଆଖପାଖ ଅଞ୍ଚଳରେ ପଶି ଜଳମଗ୍ନ କରିବାର ଆଶଙ୍କା ଜାତ ହୋଇଥିଲା। ବେଳାଭୂମିରେ ଥିବା ବାଲିବନ୍ତଙ୍କୁ ତାଡ଼ିନେବା ପରେ ଏଭଳି ଭୟଙ୍କର ପରିସ୍ଥିତି ଦେଖା ଦେଇଥିଲା। ଏହାକୁ ପ୍ରଶାସନ ବଲ୍ଲା ବାଡ଼େଇ ତାଳିପକା ମରାମତି କରିଛି ସତ, କିନ୍ତୁ ଏବେ ବି ବିପଦ ଟଳିନି। ଏବେ ବି ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରାସ୍ତାର ଏହି ଜାଗା କେତେବେଳେ ବି ଧୋଇଯିବାର ସମ୍ଭାବନା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।