କଳା ଓ ସଂସ୍କୃତି ଧର୍ମ ଲାଇଫ୍ ଷ୍ଟାଇଲ

୨୨ ଜାନୁଆରୀରେ ନକ୍ଷତ୍ର ପରିବର୍ତ୍ତନ କରିବେ ଶନି, ଏହି ୫ ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ, ଅର୍ଥପ୍ରାପ୍ତିର ରହିଛି ସୁଯୋଗ

ଭୁବନେଶ୍ବର ୮।୧: ଜ୍ୟୋତିଷ ଶାସ୍ତ୍ର ଏବଂ ନବଗ୍ରହରେ ଶନିକୁ ଏକ ପ୍ରମୁଖ ସ୍ଥାନ ମିଳିଛି । ଶନିଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ । ଶନି ଦେବତା ଯାହା ଉପରେ ପ୍ରସନ୍ନ ହୁଅନ୍ତି ତାଙ୍କୁ ଗରିବରୁ ଧନୀ କରିଦିଅନ୍ତି । ଯାହା ଉପରେ ତାଙ୍କର କ୍ରୁର ଦୃଷ୍ଟି ପଡେ ସେହି ବ୍ୟକ୍ତିଙ୍କ ସମସ୍ୟା ବଢିଯାଏ ବୋଲି ବିବେଚନା କରାଯାଏ । ଶନି ଦେବତା କର୍ମ ଅନୁସାର ଫଳ ପ୍ରଦାନ କରିଥାନ୍ତି । ଶନି ଗୋଟିଏ ରାଶିରେ ଅଢେଇ ବର୍ଷ ପର୍ଯ୍ୟନ୍ତ ରହିଥାଏ । ବର୍ତ୍ତମାନ ଶନି ମକରରାଶିରେ ରହିଛନ୍ତି ।

୨୦୨୧ରେ ଶନି ମକର ରାଶିରେ ହିଁ ରହିବେ । ୨୦୨୧ରେ ଶନି ରାଶି ପରିବର୍ତ୍ତନ ନକଲେ ବି ନକ୍ଷତ୍ର ପରିବର୍ତ୍ତନ କରିବ । ନକ୍ଷତ୍ର ପରିବର୍ତ୍ତନ ଆଧାରରେ ବିଭିନ୍ନ ରାଶି ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇବ । ବର୍ଷ ଆରମ୍ଭରେ ଶନି ଉତ୍ତରାଷାଢା ନକ୍ଷତ୍ରରେ ରହିବ । ୨୨ ଜାନୁଆରୀରେ ଶ୍ରବଣା ନକ୍ଷତ୍ରରେ ପ୍ରବେଶ କରିବ । ଏହାପରେ ଶନିଙ୍କ ଉତ୍ତରାଷାଢା ଏବଂ ଶ୍ରବଣ ନକ୍ଷତ୍ରରେ ଗୋଚର ହେବେ । ଫଳରେ ଏହି ୫ଟି ରାଶି ଉପରେ ଭଲ ପ୍ରଭାବ ପଡିବ ।

ବୃଷ ରାଶି : ବୃଷ ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ । ଶନି ନକ୍ଷତ୍ର ପରିବର୍ତ୍ତନ କରିବା ଦ୍ବାରା ଆର୍ଥିକ ଲାଭର ଯଥେଷ୍ଟ ସମ୍ଭାବନା ରହିଛି । ଏହା ପ୍ରଭାବରେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇପାରେ । ଧନ ପ୍ରାପ୍ତିର ଯଥେଷ୍ଟ ସମ୍ଭାବନା ରହିଛି ।

ତୁଳା ରାଶି : ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ସମ୍ପତ୍ତି ଲାଭର ସୁଯୋଗ ରହିଛି । ଯଦି ଆପଣ ସମ୍ପତ୍ତି କ୍ରୟ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ମଧ୍ୟରେ କ୍ରୟ କରନ୍ତୁ । ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବ । ଏହି ସମୟରେ ମା’ଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ । କାରଣ ତାଙ୍କୁ ସମସ୍ୟା ହୋଇପାରେ ।

ବିଛା ରାଶି : ବିଛା ରାଶି ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ । ସବୁ କାମରେ ଆପଣଙ୍କୁ ସଫଳତା ମିଳିବ । ସବୁ ପ୍ରକାରରେ ସମୟ ଉତ୍ତମ ରହିବ । ସାହାସ-ପରାକ୍ରମ ବୃଦ୍ଧି ହେବ । ଆପଣ ନିର୍ଣ୍ଣୟ ନେଇଥିବା ତଥା କରିଥିବା କାମ ସଫଳ ହେବ ।

ଧନୁ ରାଶି : ଧନୁ ରାଶିର ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ । ଚାକିରୀ, କର୍ମକ୍ଷେତ୍ରରେ ସରକାରୀ ସହାୟତା ମିଳିବ । ଆବଶ୍ୟକ ଧନ ପ୍ରାପ୍ତିର ଯୋଗ ରହିଛି । ଅନେକ ଦିନରୁ ବାକି ରହିଥିବା ଧନ ମିଳିବାର ଆଶା ରହିଛି ।

ମୀନ ରାଶି : ମୀନ ରାଶି ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ସଫଳତା ମିଳିବ । ଶନି ଦେବତା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ । ଚାକିରୀରେ ପଦୋନ୍ନତି ହେବ । ସନ୍ତାନ ସମ୍ବନ୍ଧୀୟ ଚିନ୍ତାରୁ ମୁକ୍ତି ମିଳିବ ।

ମିଥୁନ, ସିଂହ, ମକର, କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଖାସ୍ କରି ସତର୍କ ରହିବାକୁ ହେବ । ମେଷ, କର୍କଟ ଏବଂ କନ୍ୟା ରାଶି ବ୍ୟକ୍ତିଙ୍କୁ ମିଶ୍ରିତ ଫଳ ମିଳିବ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ