ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୨୨୫ ଟଙ୍କାରେ କୋଭାକ୍ସିନ, କୋଭିସିଲ୍ଡ

ନୂଆଦିଲ୍ଲୀ: ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ ପାଇଁ ଆସନ୍ତାକାଲି (ରବିବାର)ଠାରୁ ବୁଷ୍ଟର ଡୋଜ୍‌ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଟିକାର ମୂଲ୍ୟ ହ୍ରାସ ନେଇ ଆଜି ଘୋଷଣା ହୋଇଛି। କୋଭିସିଲ୍‌ଡ ଟିକା ପାଇଁ ଲୋକଙ୍କୁ ଆଉ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏହି ଟିକାର ମୂଲ୍ୟ ଆଜି ୨୨୫ ଟଙ୍କାକୁ ହ୍ରାସ କରାଯାଇଛି। ଘରୋଇ ହସ୍ପିଟାଲମାନଙ୍କରେ କୋଭିସିଲ୍‌ଡ ୨୨୫ ଟଙ୍କାରେ ଏଣିକି ଉପଲବ୍ଧ ହେବ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଘୋଷଣା କରିଛନ୍ତି। ସ୍ବଦେଶୀ ଟିକା କୋଭାକ୍ସିନର ମୂଲ୍ୟ ମଧ୍ୟ ୧୨୦୦ ଟଙ୍କାରୁ କମି ୨୨୫ ଟଙ୍କାକୁ ଖସିଆସିଛି। କୋଭାକ୍ସିନ ଘରୋଇ ହସ୍ପିଟାଲରେ ୨୨୫ ଟଙ୍କାରେ ଉପଲବ୍ଧ ହେବ। ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ମୂଲ୍ୟକୁ ଛାଡ଼ି ସଭିସ୍‌ ଚାର୍ଜ (ସେବା ମୂଲ୍ୟ) ସର୍ବାଧିକ ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। କୌଣସି ଘରୋଇ କେନ୍ଦ୍ର ସେବା ମୂଲ୍ୟ ବାବଦରେ ୧୫୦ ଟଙ୍କାରୁ ଅଧିକ ଅସୁଲ କରିପାରିବେ ନାହିଁ। ଯେଉଁମାନଙ୍କ ବୟସ ୧୮ ବର୍ଷରୁ ଅଧିକ ଏବଂ କରୋନା ଟିକାର ଦ୍ବିତୀୟ ଡୋଜ୍‌ ନେବାର ୯ ମାସ ପୂରି ଯାଇଛି ସେମାନେ ବୁଷ୍ଟର ଡୋଜ୍‌ ନେଇପାରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ