କଳାହାଣ୍ଡି,୨୦/୦୨: ରାଜ୍ୟ ସ୍ତରୀୟ ୨୨ ତମ ତୀରନ୍ଦାଜ ପ୍ରତିଯୋଗିତାର ପ୍ରଥମ ଦିନରେ କଳାହାଣ୍ଡିକୁ ସିଲଭର ମେଡାଲ ମିଳିଛି । କଟକ ବାରବାଟୀ ଷ୍ଟେଡିୟମଠାରେ ଏହି ପ୍ରତିଯୋଗୀତା ଅମୁଷ୍ଠିତ ହୋଇଛି ।
୨୨ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବାକୁ କଳାହାଣ୍ଡି ଜିଲ୍ଲା ଆଥଲେଟିକ ଏସୋସିଏସନ ପକ୍ଷରୁ ୯ ପ୍ରତିଯୋଗୀ ଗୁରୁବାର ଗସ୍ତ କରିଥିଲେ। ୧୯ ରୁ ୨୧ ତାରିଖ ତିନି ଦିନ ଧରି ହେବାକୁ ଥିବା ଏହି ତୀରନ୍ଦାଜ ପ୍ରତିଯୋଗିତାରେ ଶନିବାର ଅଣ୍ଡର ନାଇନର ୧୦ ମିଟରର ବ୍ୟବଧାନର ପ୍ରଥମ ଦିନରେ କଳାହାଣ୍ଡିକୁ ସିଲଭର ମେଡାଲ ପ୍ରଦାନ କରିଛନ୍ତି ଡ଼ିଏଭି ବେଦାନ୍ତ ସ୍କୁଲ ଛାତ୍ର ରମିୟ ମାଝୀ।
ରମିୟ ଅଣ୍ଡର ନାଇନରେ ଭାଗନେଇ ଜିଲ୍ଲା ପାଇଁ ସିଲଭର ମେଡାଲ ହାସଲ କରିଛନ୍ତି ।