ଖେଳ ଦେଶ ବିଦେଶ

୨୧ ବର୍ଷ ବୟସରେ ଆତ୍ମହତ୍ୟା କଲେ ବାଂଲାଦେଶର ଯୁବ କ୍ରିକେଟର

ବାଂଲାଦେଶ: ବାଂଲାଦେଶର ଅଣ୍ଡର ୧୯ କ୍ରିକେଟର ମୋହମ୍ମଦ ଶୋଜିବଙ୍କର ୨୧ ବର୍ଷ ବୟସରେ ଦୁର୍ଗାପୁରରେ ମୃତ୍ୟୁ ହୋଇଛି । ସ୍ଥାନୀୟ ପୋଲିସର ସୂଚନା ମୁତାବକ ଏହି ଯୁବ ଖେଳାଳୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ବାଂଲାଦେଶ କ୍ରିକେଟ ବୋର୍ଡ (BCB)ର ନିର୍ଦ୍ଦେଶକ ଖାଲିଦ ମହମୁଦ ମଧ୍ୟ ମୋହମ୍ମଦ ଶୋଜିବଙ୍କ ଆତ୍ମହତ୍ୟାରେ ଶୋକ ପ୍ରକାଶ କରିଛନ୍ତି ।

ମହୋମ୍ମଦ ଶୋଜିବ ଶେଷ ଥର ପାଇଁ ୨୦୧୭-୧୮ ରେ ଢାକା ପ୍ରିମିୟର ଲିଗରେ ଶିନାପୁଖୁର କ୍ରିକେଟ କ୍ଲବ ପାଇଁ ଖେଳିଥିଲେ । ଶୋଜିବ ୨୦୧୮ର ଅଣ୍ଡର ୧୯ ୱର୍ଲଡ କପର ଷ୍ଟାଣ୍ଡ ବାଇ ଖେଳାଳୀରେ ମଧ୍ୟ ସାମିଲ ଥିଲେ । ଏହା ବ୍ୟତୀତ ଶୋଜିବ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ବିରୁଦ୍ଧରେ ୨୦୧୭ ମସିହାରେ ତିନି ତିନୋଟି ୟୁଥ ୱାନ ଡେ ମ୍ୟାଚ ମଧ୍ୟ ଖେଳିଥିଲେ ।

ବାଂଲାଦେଶ କ୍ରିକେଟ ବୋର୍ଡ (BCB)ର ନିର୍ଦ୍ଦେଶକ ଖାଲିଦ ମହମୁଦ ସ୍ଥାନୀୟ ଖବର କାଗଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଏହା ଅତ୍ୟନ୍ତ ଦୁଃଖଦ ଏବଂ ଅବିଶ୍ୱସନୀୟ ଖବର । ସେ ଜଣେ ଓପନିଂ ବୋଲର ଏବଂ ମିଡିୟମ ପେସର ଥିଲେ । ସେ ଶିନାପୁଖୁରା କ୍ରିକେଟ କ୍ଲବ ପକ୍ଷରୁ ଖେଳିଥିଲେ ।’ ମୋହମ୍ମଦ ଶୋଜିବ ରାଜଶାହୀରେ ଯେଉଁ ଏକାଡେମୀରେ ଟ୍ରେନିଂ ଆରମ୍ଭ କରିଥିଲେ, ସେଠିକାର ମୁଖ୍ୟ କୋଚ ଥିଲେ ଖାଲିଦ ମହମୁଦ ।

ବାଂଲାଦେଶର ଆଗଧାଡ଼ିର କ୍ରିକେଟର ତନ୍ମୟ ଘୋଷ ମଧ୍ୟ ମୋହମ୍ମଦଙ୍କ ମୃତ୍ୟୁ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଉଠିଥିଲେ । ତନ୍ମୟ ଘୋଷ କହିଥିଲେ ଯେ, ମୋର ସବୁବେଳେ ବିଶ୍ୱାସ ଥିଲା ଯେ ମୋହମ୍ମଦ ଶୋଜିବ ଦୀର୍ଘ ସମୟ ଧରି ବାଂଲାଦେଶ ପାଇଁ କ୍ରିକେଟ ଖେଳିବେ । ସେ ଖୁବ ପରିଶ୍ରମୀ ଥିଲେ । ଶାଜିବଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ