କଳା ଓ ସଂସ୍କୃତି ରାଜ୍ୟ

୨୧ ଦିନ ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର: ଆରମ୍ଭ ହେଲା କାଳିଆ ଦର୍ଶନ, ପ୍ରଥମ ଦିନରେ ଦର୍ଶନ କଲେ ୨୦ ହଜାର ଶ୍ରଦ୍ଧାଳୁ

ପୁରୀ : ମଙ୍ଗଳବାରଠାରୁ ପୁଣିଥରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦ୍ବାର ଖୋଲିଛି। ୨୧ ଦିନ ଧରି ଶ୍ରୀମନ୍ଦିର ବନ୍ଦ ପରେ ଦର୍ଶନ ପାଇଁ ଆତୁର ଭକ୍ତମାନେ କାଳିଆକୁ ମନଭରି ଦେଖିଛନ୍ତି। କୋଭିଡ୍‌ କଟକଣା ଭିତରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଥିବା ବେଳେ ଯେଉଁଭଳି ଭକ୍ତ ଦର୍ଶନ ପାଇଁ ଆସିବା ନେଇ ପୂର୍ବାନୁମାନ କରାଯାଉଥିଲା, ସେଭଳି ଦେଖିବାକୁ ମିଳିନି। ସିଂହଦ୍ବାରରେ ଭକ୍ତଙ୍କ ସେଭଳି ଭିଡ଼ ଦେଖିବାକୁ ମିଳିନି। ଆଜି ପ୍ରାୟ ୨୦ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ଆସନ୍ତକାଲି ମହାପ୍ରଭୁଙ୍କ ପଦ୍ମବେଶ ଥିବାରୁ ଗୁରୁବାର ସକାଳୁ ଏହି ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ବଢ଼ିପାରେ ବୋଲି ଆଶା କରାଯାଉଛି।

କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଜାନୁଆରି ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଥିଲା। ସଂକ୍ରମଣ ହାର କମିବା ପରେ ଆଜିଠାରୁ ନୂଆ ଏସ୍‌ଓପି ଅନୁଯାୟୀ ଶ୍ରୀମନ୍ଦିର ଦର୍ଶନ ଆରମ୍ଭ ହୋଇଛି। ନୂଆ ଏସ୍‌ଓପି ଅନୁଯାୟୀ, ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତଙ୍କ ପାଇଁ ପରିଚୟପତ୍ର ସହ ୯୬ ଘଣ୍ଟା ଭିତରର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଅବା କୋଭିଡ୍‌ ଟିକାର ଡବଲ୍‌ ଡୋଜ୍‌ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପରିଧାନ, ସାନିଟାଇଜ୍‌ ବ୍ୟବସ୍ଥା ବି ଲାଗୁ ହୋଇଛି। ଏହି ନିୟମ ଆଧାରରେ ଆଜି ସିଂହଦ୍ବାର ସମ୍ମୁଖ କିଓସ୍କ କେନ୍ଦ୍ରରେ ଭକ୍ତମାନେ ନିଜର ପରିଚୟପତ୍ର ଓ କୋଭିଡ୍‌ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ପ୍ରବେଶ ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଆନନ୍ଦବଜାରରେ ମହାପ୍ରସାଦ ସେବନ ସହ ମହାପ୍ରସାଦ ନେଇ ‌ଘରକୁ ଫେରିଛନ୍ତି। ସିଂହଦ୍ବାରରେ ପ୍ରବେଶ ପରେ ଦର୍ଶନ ସାରି ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି। ପୁରୀ ସହରବାସୀ ପଶ୍ଚିମଦ୍ବାର ଦେଇ ପ୍ରବେଶ ପରେ ମହାପ୍ରଭୁଙ୍କ ଦର୍ଶନ କରି ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି।

ସୂଚନ‌ାଯୋଗ୍ୟ, ନୂଆ ଏସଓପିରେ ଆରମ୍ଭ ହୋଇଥିବା ଦର୍ଶନ ବ୍ୟବସ୍ଥା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଭକ୍ତମାନେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଅବା କୋଭିଡ୍‌ ଟିକା ପ୍ରମାଣପତ୍ର ଦେଖାଇ ଦର୍ଶନ କରିବେ। ପ୍ରତି ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ। ୧୭ ତାରିଖ ପୂର୍ବରୁ ସ୍ଥିତି ଅନୁଧ୍ୟାନ ପରେ ଆବଶ୍ୟକ ପଡ଼ିଲେ କୋଭିଡ୍‌ ପ୍ରମାଣପତ୍ର ବ୍ୟବସ୍ଥା ହଟାଇବାକୁ ଯୋଜନା କରାଯାଇଛି। ଏଣୁ କିଓସ୍କ ବ୍ୟବସ୍ଥା ବି ହଟାଇବାକୁ ‌ଲକ୍ଷ୍ୟ ରଖାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,