କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

୨୧କୁ ଅପେକ୍ଷା, କୋଭିଡ୍ ନେଗେଟିଭ୍ ରିପୋର୍ଟ ବିନା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ଭକ୍ତ: କାଲି ଖୋଲିବ ମା’ ନଡ଼ିଆରାଣୀଙ୍କ ମନ୍ଦିର

ଭୁବନେଶ୍ୱର ୧୭/୦୧ : କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ୍‌ ବିନା ୨୧ ତାରିଖରୁ ସର୍ବସାଧାରଣ ଦର୍ଶନ କରିବେ ଭକ୍ତ । ପ୍ରତିଦିନ ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । କିଭଳି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିହେବ ସେନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସବିଶେଷ ଆଲୋଚନା ହୋଇଛି । ସେପଟେ ଆସନ୍ତାକାଲି ଘଟଗାଁ ମା ତାରିଣୀଙ୍କ ମନ୍ଦିର ଖୋଲିବ । ଏଥିପାଇଁ ଗାଇଡଲାଇନ ଜାରି କରିଛି ତାରିଣୀ ମନ୍ଦିର ପ୍ରଶାସନ।


୨୧କୁ ଅପେକ୍ଷା । ଭକ୍ତ ଭଗବାନଙ୍କ ଭିତରେ ଆଉ ପାଚୀର ହେବନି କୋଭିଡ ରିପୋର୍ଟ କାଗଜ। ବିନା କୋଭିଡ ନେଗେଟିଭ ସାର୍ଟିଫିକେଟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ଭକ୍ତ । ବହୁ ସଂଖ୍ୟାରେ ଭକ୍ତ ଆସିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି । ଯେଭଳି ଦୈନିକ ୩୦ ହଜାରରୁ ଅଧିକ ଭକ୍ତ ଦର୍ଶନ କରିପାରିବେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି କରୁଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଛି । କୋଭିଡ ନେଗେଟିଭ ସାର୍ଟିଫିକେଟ ନଥିଲେ ମଧ୍ୟ କୋଭିଡ କଟକଣା ପାଇଁ ପ୍ରସ୍ତୁତ ଏସଓପି ସଂପୂର୍ଣ୍ଣ ଲାଗୁ ହେବ । ପୁରୀବାସୀଙ୍କ ପାଇଁ ସକାଳ ୬ ଟାରୁ ୭ଟା ମଧ୍ୟରେ ଦର୍ଶନ ବ୍ୟବସ୍ଥା ହୋଇଛି । ସକାଳ ୭ ଟାରୁ ସାଧାରଣ ଦର୍ଶନାର୍ଥୀ ଶ୍ରୀଜିଉଙ୍କ ଦର୍ଶନ କରିବେ । ମରିଚିକୋଟ ଛକରୁ ଭକ୍ତମାନେ ବ୍ୟାରିକେଡ୍‌ରେ ଆସି ହାତ ସାନିଟାଇଜ କରିବା ସହ ଶ୍ରୀମନ୍ଦିର ଭିତରେ ଦର୍ଶନ କରିବେ। ମନ୍ଦିର ପରିସରରେ ମହାପ୍ରସାଦ ସେବନ ଉପରେ ଥିବା କଟକଣା ବଳବତ୍ତର ରହିବ। ସେହିପରି ଭକ୍ତମାନେ କୌଣସି ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ।

ସେପଟେ କାଲି ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର। ଏଥିପାଇଁ ଗାଇଡଲାଇନ ଜାରି କରିଛି ତାରିଣୀ ମନ୍ଦିର ପ୍ରଶାସନ । ପ୍ରଥମ ପର୍ଯ୍ୟାୟରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ହୋଇଛି । ପୁଣି ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଭକ୍ତମାନେ ଗେଟ୍ ନଂ-୩ରେ ପ୍ରବେଶ କଲାପରେ ବ୍ୟାରିକେଡରେ ଧାଡି ହୋଇ ମନ୍ଦିର ଭିତରକୁ ପ୍ରବେଶ କରିବେ । ଏହି ସମୟରେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ବେଢାରେ ୨୫ରୁ ୩୦ ଜଣ ଭକ୍ତ ଦର୍ଶନ କରିପାରିବେ। ମନ୍ଦିର ଭିତରେ ଭୋଗ, ପୁଷ୍ପ, ଦୀପ, ଧୂପ ଇତ୍ୟାଦି ଲାଗି କରାଯିବ ନାହିଁ । ଏହା ସହ କୌଣସି ଭକ୍ତ ପାଦୁକା ସେବନ କରିବେ ନାହିଁ କିମ୍ବା ସିନ୍ଦୁର, ଚନ୍ଦନ ଲଗାଇବେ ନାହିଁ । ମା’ ତାରିଣୀଙ୍କ ମନ୍ଦିରକୁ ୧୦ ବର୍ଷରୁ କମ୍ ବୟସର ପିଲା ପ୍ରବେଶ କରିପାରିବେ ନାହିଁ ।

ରାଜ୍ୟରେ ବିଭିନ୍ନ ମନ୍ଦିର ଖୋଲିବା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିନା କୋଭିଡ୍‌ରେ ଶ୍ରୀଜିଉଙ୍କ ଦର୍ଶନ ଏହି ଖୁସିକୁ ଦ୍ବିଗୁଣିତ କରିଛି

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ