ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୨୦ ଦିନରେ ତିଆରି ହେଲା ବେଲୁନ ହସ୍ପିଟାଲ: ୩ ଘଣ୍ଟାରେ ଯୁଆଡେ ଚାହିଁଲେ କରିହେବ ସ୍ଥାନାନ୍ତର

ବେତୁଲ ୦୮/୧୦ : ମଧ୍ୟ ପ୍ରଦେଶ ବେତୁଲରେ ଏମିତି ଏକ ହସ୍ପିଟାଲ ତିଆରି କରାଯାଇଛି ଯାହା ବିଶ୍ୱାସ କରିବା ମୁସ୍କିଲ। ଏହାର ବିଶେଷତ୍ୱ ହେଲା ଏମରଜେନ୍ସିରେ ଏହାକୁ ମାତ୍ର ୩ ଘଣ୍ଟାରେ କେଉଁଠିକି ବି ସ୍ଥାନାନ୍ତର କରାଯାଇପାରିବ। ଏହି ହସ୍ପିଟାଲରେ ରୋଗୀଙ୍କ ପାଇଁ ୩ ତାରକା ହୋଟେଲ ଭଳି ସୁବିଧା ଉପଲବ୍ଧ। ଆଶ୍ଚର୍ଯ୍ୟର କଥା ହେଲା ଏହି ହସ୍ପିଟାଲକୁ ଫୋଲ୍ଡ କରାଯାଇପାରିବ। ସେଥିପାଇଁ ଏହାକୁ ବେଲୁନ ହସ୍ପିଟାଲ କୁହାଯାଉଛି।


ସୂଚନା ଅନୁଯାୟୀ, ଏହି ହସ୍ପିଟାଲକୁ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି। ଏହାକୁ ପିଟି ମେଡିକାଲ କମ୍ପାନୀ ଆମେରିକୀୟ ଇଣ୍ଡିଆ ଫାଉଣ୍ଡେସନ ସହ ପ୍ରସ୍ତୁତ କରିଛି। ଏଥିରେ ଏକାଥରେ ୫୦ ରୋଗୀଙ୍କୁ ଭର୍ତ୍ତି କରାଯାଇପାରିବ। ଏଥିରେ ଆଇସିୟୁ ସହ ଅକ୍ସିଜେନ ବେଡ଼ ବ୍ୟବସ୍ଥା ମଧ୍ୟ ଅଛି। ବର୍ତ୍ତମାନ ବେତୁଲରେ ଜିଲ୍ଲା ହସ୍ପିଟାଲକୁ ମିଶାଇ କରୋନା ରୋଗୀଙ୍କ ପାଇଁ ୧୫୦ ବେଡ଼ ହୋଇଛି।

ଏହା ଦୁଇଟି ବଡ ହାଇଟେକ ବେଲୁନ। ଏଥିରେ ପବନ ପୁରାଇ ସବୁ ସୁବିଧା ସହ ୫୦ ବେଡ଼ ବ୍ୟବସ୍ଥା କରାଯାଇଛି। ଏହି ହସ୍ପିଟାଲକୁ ମାତ୍ର ୨୦ ଦିନରେ ପ୍ରସ୍ତୁତ କରାଯାଇଛି। ଏହି ବେଲୁନ ହସ୍ପିଟାଲ ତିଆରି କରିବାକୁ ଯେଉଁ ମ୍ୟାଟେରିଆଲ ବ୍ୟବହାର କରାଯାଇଛି ତାହା ଫାୟାର ପ୍ରୁଫ, ସ୍କ୍ରାଚ ପ୍ରୁଫ ଓ ୱାଟର ପ୍ରୁଫ। ଏଠାରେ ଡାକ୍ତର ଓ ନର୍ସିଙ୍ଗ ଷ୍ଟାଫ ପାଇଁ ଅଲଗା ରୁମ ବ୍ୟବସ୍ଥା ରହିଛି। ଭିତରେ ସେଣ୍ଟ୍ରାଲ ଏସି ରହିଛି। ଏହାର ତାପମାନ ମଧ୍ୟ ମେଣ୍ଟେନ କରାଯାଇପାରିବ।


ଏହି ହସ୍ପିଟାଲ ତିଆରି କରିବାକୁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ ଛିଡା କରିବାକୁ ଏୟାର କମ୍ପ୍ରେସର ମୋଟର ଲଗାଯାଇଛି। କମ୍ପ୍ରେସରରୁ ଗରମ ପବନ ବେଲୁନ ଟେଣ୍ଟରେ ଭରାଯାଇଥାଏ। ଏହାପରେ କିଛି ଘଣ୍ଟାରେ ହସ୍ପିଟାଲ ଛିଡା ହୋଇଯାଇଥାଏ। ଏହି ବେଲୁନର ଲମ୍ବ ୧୦୨ ଫୁଟ ଓ ଦୈର୍ଘ୍ୟ ୮୦ ଫୁଟ। ଏହାର ଛାତରେ ଲୁହାର ବ୍ରେକେଟ ଲଗାଯାଇଛି ଯେପରି ହସ୍ପିଟାଲ ଉପରୁ ମଜବୁତ ହୋଇପାରିବ। ଭିତରେ ଏସିପି ସିଟ ବ୍ୟବହାର କରାଯାଇଛି। ଏଥିରେ ପାର୍ଟିସନ ଓ ଫ୍ଲୋର ତିଆରି କରାଯାଇଛି।

ଏହି ହସ୍ପିଟାଲରେ ୮ଟି ଆଇସିୟୁ ବେଡ଼, ୧୫ଟି ଅକ୍ସିଜେନ ବେଡ଼ ଓ ୨୭ଟି ସାମାନ୍ୟ ବେଡ଼ ରହିଛି। ନିର୍ମାଣ କମ୍ପାନୀ ଅକ୍ସିଜେନ ପାଇପ ଲାଇନ ସପୋର୍ଟ ତିଆରି କରି ବେଡ଼, ଷ୍ଟାଣ୍ଡ ଓ ରୋଗୀଙ୍କୁ ମିଳୁଥିବା ଅନ୍ୟ ସୁବିଧା ପ୍ରସ୍ତୁତ କରିଛି। ହସ୍ପିଟାଲରେ ରିସେପସନ ଏରିଆ, ଡାକ୍ତର ଲାଉଞ୍ଜ, ପରୀକ୍ଷା ହଲ, ଡାକ୍ତର, ନର୍ସ ଓ ରୋଗୀଙ୍କ ପାଇଁ ଶୌଚାଳୟ ଆଦି ପ୍ରତି ଦୃଷ୍ଟି ଦିଆଯାଇଛି। ହସ୍ପିଟାଲକୁ ସୁରକ୍ଷିତ ରଖିବାକୁ ଏହାର ବାହାର ପଟେ ଟିଣ ଚାଦର ଘେରାଯାଇଛି। ରୋଗୀ ଓ ହସ୍ପିଟାଲର ସୁରକ୍ଷା ପାଇଁ ୨୪ ଘଣ୍ଟା ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ କରାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ