ଅପରାଧ ରାଜ୍ୟ

୨୦ ଗ୍ରାମ୍‌ର ବ୍ରାଉନ ସୁଗାର ଜବତ, ୨ ଗିରଫ

ଭଦ୍ରକ, ୨୨/୦୫: ୨୦ ଗ୍ରାମ ବ୍ରାଉନ ସୁଗାର ଜବତ । ୨ ଜଣଙ୍କୁ ଗିରଫ କଲା ପୋଲିସ । ବିନା ହେଲମେଟରେ ବାଇକରେ ଆସୁଥିବା ବେଳେ ଧରା ପଡିଗଲେ ଉଭୟ ନିଶା ମାଫିଆ । ଏପରି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ ।

ସୂଚନା ଅନୁଯାୟୀ, ଭଦ୍ରକ ଟାଉନ ପୋଲିସ ଶନିବାର ଡାହାଣୀଗଢିଆ ଛକ ଠାରେ ଚେକିଂ କରୁଥିଲା । ଏତିକି ବେଳେ ଦୁଇ ଜଣ ବ୍ୟକ୍ତି ବିନା ହେଲମେଟରେ ସହର ଭିତରକୁ ପ୍ରବେଶ କରୁଥିଲେ । ପୋଲିସ ଏହି ଦୁଇ ଜଣଙ୍କୁ ଅଟକାଇ ଯାଞ୍ଚ କରିଥିଲା । ତେବେ ସେମାନଙ୍କ ନିକଟରୁ ୫୦ଟି ବ୍ରାଉନ ସୁଗାର ପୁଡିଆ ମିଳିଥିଲା । ଯାହାର ଓଜନ ପ୍ରାୟ ୨୦ ଗ୍ରାମ ହେବ ବୋଲି ପୋଲିସ କହିଛି ।

ଆହୁରି ମଧ୍ୟ ସେମାନଙ୍କ ପାଖରେ ଥିବା ଦୁଇଟି ମୋବାଇଲ ଫୋନ, ଗୋଟିଏ ମୋଟରସାଇକେଲ ଓ ବିଭିନ୍ନ ସାମଗ୍ରୀକୁ ଜବତ କରିଛି ଟାଉନ ପୋଲିସ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭଦ୍ରକରେ ହୋଇଥିବା ବେଳେ ଅନ୍ୟ ଜଣେ ଯାଜପୁର ଅଞ୍ଚଳର। ରାକେଟରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଥିବା ପୋଲିସ କହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।