ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦୩୦ରେ ଆଇଭିଏଫ୍‌ର ରାଜଧାନୀ ହେବ ଭାରତ: ଓଡ଼ିଶାରେ ୬୦ରୁ ବେଶି ଆଇଭିଏଫ୍‌ କ୍ଲିନିକ୍‌

ଭୁବନେଶ୍ବର: ଭାରତ ବିକାଶଶୀଳରୁ ବିକଶିତ ରାଷ୍ଟ୍ର ହେବା ଆଡ଼କୁ ଅଗ୍ରସର ହେଉଥିବା ବେଳେ ନିଃସନ୍ତାନ ଏକ ବଡ଼ ସମସ୍ୟା ଭାବେ ଉଭା ହେଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଆକଳନ ଅନୁସାରେ ଭାରତରେ ନିଃସନ୍ତାନ ହାର ୧୫ ପ୍ରତିଶତରୁ ଅଧିକ ରହିଛି। ଏହି ସମସ୍ୟ‌ାର ସମାଧାନ କରିବା ଲାଗି ସାରା ଦେଶରେ ବହୁ ସଂଖ୍ୟାରେ ଆଇଭିଏଫ୍ କ୍ଲିନିକ୍ ଖୋଲୁଛି। ୨୦୩୦ ସୁଦ୍ଧା ଆଇଭିଏଫ୍ ଚିକିତ୍ସାରେ ଭାରତ ବିଶ୍ବର ରାଜଧାନୀ ଭାବେ ଉଭା ହେବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଦେଶରେ ବର୍ଷକୁ ଅଢ଼େଇ ଲକ୍ଷ ପାଖାପାଖି ଆଇଭିଏଚ୍‌ ଚକ୍ର ସମ୍ପାଦିତ ହେଉଛି। ୨୦୩୦ ସୁଦ୍ଧା ସେହି ସଂଖ୍ୟା‌ ୬ ଲକ୍ଷରେ ପହଞ୍ଚିବ। ୨୦୨୦ରେ ଭାରତର ଆଇଭିଏଫ୍ ବଜାର ୭୯୩.୨୭ ନିୟୁତ ଡଲାର ଥିଲା। ୨୦୩୦ ସୁଦ୍ଧା ତାହା ବାର୍ଷିକ ୧୬.୪୫ ପ୍ରତିଶତ ହାରରେ ଆଗକୁ ବଢ଼ି ୩୭୨୧.୯୯ ନିୟୁତ ଡଲାରରେ ପହଞ୍ଚିବ।

ଭୁବନେଶ୍ବରରେ ନୂଆ କ୍ଲିନିକ୍ ଉଦ୍‌ଘାଟନ ଅବସରରେ ସନ୍ତାନର ସିଇଓ ରାଘବ ପ୍ରସାଦ ପଣ୍ଡା କହିଛନ୍ତି ଯେ ବର୍ତ୍ତମାନ ସାରା ଦେଶରେ ୬୦୦ରୁ ଅଧିକ ଆଇଭିଏଫ୍ କ୍ଲିନିକ ରହିଛି। ପ୍ରମୁଖ ସଂସ୍ଥାଗୁଡ଼ିକ ସେମାନଙ୍କ କ୍ଲିନିକ ସଂଖ୍ୟା ବଢ଼ାଉଛନ୍ତି। ବଡ଼ ବଡ଼ ସହର ବ୍ୟତୀତ ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରରେ ସମ୍ପ୍ରସାରଣକୁ ସେମାନେ ଗୁରୁତ୍ବ ଦେଉଛନ୍ତି। ଓଡ଼ିଶାରେ ୬୦ରୁ ଅଧିକ ଆଇଭିଏଫ୍ କ୍ଲିନିକ୍ ରହିଥିବା ସେ କହିଛନ୍ତି। ସନ୍ତାନର ଓଡ଼ିଶା ଓ ବେଙ୍ଗାଲୁରୁରେ ଆଇଭିଏଫ୍‌ କ୍ଲିନିକ ରହିଛି। ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ପ୍ରଯୁକ୍ତି ବ୍ୟବହାର କରି ଚିକିତ୍ସା ସୁବିଧା ପ୍ରଦାନ କରୁଛି। କଂପାନି ୬ଟି ପେଟେଣ୍ଟ ପ୍ରଯୁକ୍ତି ରହିଛି। ନିଃସନ୍ତାନ ସମସ୍ୟାର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ଯେଉଁ ଦେଶଗୁଡ଼ିକରେ ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ ରହିଥାଏ ଏବଂ ଶ୍ରମଶକ୍ତିରେ ମହିଳାଙ୍କ ଯୋଗଦାନ ହାର ଅଧିକ ଥାଏ ସେଠାରେ ନିଃସନ୍ତାନ ହାର ଅଧିକ ହୁଏ। ବିକଶିତ ଦେଶଗୁଡ଼ିକରେ ତାହା ଦେଖିବାକୁ ମିଳୁଛି। ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ି ଏକ ବିକଶିତ ଦେଶ ହେବାକୁ ଯାଉଥିବାରୁ ଏଠାରେ ମଧ୍ୟ ଏହି ସମସ୍ୟା ଆଗକୁ ବଢ଼ିବାର ଆଶଙ୍କା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।