ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୨୦୨୪ ସୁଦ୍ଧା ଟ୍ରେନଗୁଡ଼ିକରେ କବଚ ଲାଗିବ!

ନୂଆଦିଲ୍ଲୀ: ଟ୍ରେନ କଲିଜନ ଆଭଏଡାନ୍ସ ସିଷ୍ଟମ (ଟିସିଏଏସ୍‌) ବା ‘କବଚ’ର ପରୀକ୍ଷଣ ଗତବର୍ଷ ରେଳମନ୍ତ୍ରୀଙ୍କ ଦ୍ବାରା ହୋଇଛି। ୨୦୨୪ ସୁଦ୍ଧା ଏହି ପ୍ରଯୁକ୍ତି ଟ୍ରେନଗୁଡ଼ିକରେ ଲାଗିପାରେ ବୋଲି ରେଳ ମନ୍ତ୍ରାଳୟର ପ୍ରବକ୍ତା ଅମିତାଭ ଶର୍ମା ଶନିବାର କହିଛନ୍ତି। ଦେଶବ୍ୟାପୀ ଏହି ପ୍ରଯୁକ୍ତିକୁ ଲଗାଯାଇଛି ଏବଂ ଏକାଧିକ ରେଳଲାଇନରେ ଏହାକୁ ବ୍ୟବହାର ପାଇଁ ମଞ୍ଜୁରି ଦିଆଯାଇଛି। ବର୍ତ୍ତମାନ ରେଳବାଇ ପକ୍ଷରୁ ଯେଉଁ ଦୁର୍ଘଟଣା ନିରୋଧୀ ପ୍ରଯୁକ୍ତି ବ୍ୟବହାର କରାଯାଉଛି ତାହା ଏକ ପୁରୁଣା ପ୍ରଯୁକ୍ତି। ଟ୍ରେନ ଦ୍ବୟ ପାଖାପାଖି ହେଲେ ଏହି ପ୍ରଯୁକ୍ତି କାମ କରିଥାଏ।

କିନ୍ତୁ ଯଦି ଚାଳକ ‌ଲାଲ ସଙ୍କେତ ଅତିକ୍ରମ କରିଯାଇଥାନ୍ତି ତା’ହେଲେ ଆପେ ବ୍ରେକ୍ ଲାଗି ନଥାଏ। କିନ୍ତୁ ନୂଆ ଅତ୍ୟାଧୁନିକ ପ୍ରଯୁକ୍ତି କବଚ ନିର୍ମିତ ହୋଇଛି। ଏହା ଉପରେ ଅଧିକ କାର୍ଯ୍ୟ ଚାଲିଛି। ଦେଶବ୍ୟାପୀ ଏହାକୁ ଲଗାଯାଇଛି ଏବଂ ଆସନ୍ତାବର୍ଷ ‌ସୁଦ୍ଧା ଏହା ସବୁ ଟ୍ରେନରେ କାର୍ଯ୍ୟକ୍ଷମ ହୋଇପାରେ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ