ଦେଶ ବିଦେଶ

୨୦୨୪ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବା ପାଇଁ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ମାକ୍ରନ୍‌ଙ୍କୁ ନିମନ୍ତ୍ରଣ!

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆସିବେ ନାହିଁ ବୋଲି କହିବାରୁ ୨୦୨୪ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ହେବା ପାଇଁ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଏମ୍ମାନୁଏଲ୍‌ ମାକ୍ରନ୍‌ଙ୍କୁ ନିମନ୍ତ୍ରଣ କରାଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ନିବିଡ଼ ସମ୍ପର୍କ ରଖିଥିବା ଫରାସୀ ରାଷ୍ଟ୍ରପତି ଏମ୍ମାନୁଏଲ୍‌ ମାକ୍ରନ୍‌ ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି ବୋଲି ଉପରୋକ୍ତ ସୂତ୍ର ସୂଚନା ଦେଇଛି।

ଗତ କିଛି ବର୍ଷ ହେବ ଫ୍ରାନ୍‌ସ୍‌ ଓ ଭାରତ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଦୃଢ଼ ହୋଇଛି। ତେଣୁ, ସାଧାରଣତନ୍ତ୍ର ଦିବସ ପରେଡ୍‌କୁ ମାକ୍ରନ୍‌ଙ୍କୁ ନିମନ୍ତ୍ରଣ କରାଯିବା ହେଉଛି ନୂଆଦିଲ୍ଲୀ ଓ ପ୍ୟାରିସ୍‌ର ସମ୍ପର୍କକୁ ଆହୁରି ନିବିଡ଼ କରିବା। ମହାକାଶ, ମାନବ ଅଧିକାର, ପ୍ରତିରକ୍ଷା ବ୍ୟବସ୍ଥା ଓ ଆହୁରି ଅନ୍ୟାନ୍ୟ କ୍ଷେତ୍ରରେ ଫ୍ରାନ୍‌ସ୍‌ ଭାରତର ମୁଖ୍ୟ ସହଯୋଗୀ ହୋଇ ରହିଛି।

ନୌସେନା ଲାଗି ୨୬ଟି ରାଫେଲ୍‌ ମେରାଇନ୍‌ ଲଢୁଆ ଜେଟ୍‌ କିଣିବା ଲାଗି ଭାରତର ୫୦,୦୦୦ କୋଟି ଟଙ୍କାର ‘ଟେଣ୍ଡର୍‌’ର ଉତ୍ତର ମଧ୍ୟ ଚଳିତ ସପ୍ତାହ ପ୍ରାରମ୍ଭରେ ଫ୍ରାନ୍‌ସ୍‌ ଦାଖଲ କରିଛି।

୨୦୧୬ ସାଧାରଣତନ୍ତ୍ର ଦିବସରେ ମଧ୍ୟ ଫରାସୀ ରାଷ୍ଟ୍ରପତି ଫ୍ରାନ୍‌ସିସ୍‌ ହଲାଣ୍ଡ୍‌ ମୁଖ୍ୟ ଅତିଥି ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ୨୦୨୩ରେ ଆୟୋଜିତ ‘ଜି୨୦ ଶିଖର ସମ୍ମଳନୀ’ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ, ସମୟ ଅଭାବ ହେତୁ ସେ ଭାରତ ଗସ୍ତରେ ଆସିପାରିବେ ନାହିଁ ବୋଲି ଅଳ୍ପ ଦିନ ତଳେ ଜଣାଇ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ