ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ବିଜେଡି ପକ୍ଷରୁ ଆଜି ସାଂଗଠନିକ ସମ୍ପ୍ରସାରଣ କରାଯାଇଛି। ଅସନ୍ତୁଷ୍ଟ ନେତା, କର୍ପୋରେଟର ଠାରୁ ଆରମ୍ଭ କରି ବିଧାୟକ ଟିକେଟ୍ ପାଇନଥିବା ଆଶାୟୀଙ୍କୁ କିଛି ପଦପଦବି ଦିଆଯାଇଛି। ନୂଆ ବର୍ଷରେ ନେତାଙ୍କ ମଧ୍ୟରେ ନୂଆ ଆତ୍ମବିଶ୍ବାସ ସୃଷ୍ଟି କରିବା ପାଇଁ ଦଳ ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯାଇଛି। ଏଥିରେ ଦଳର ଗଣମାଧ୍ୟମ ଟିମ୍ ଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମ ସେଲ୍, ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ, ବିଭିନ୍ନ ବିଭାଗ/ନିଗମ/ପରିଷଦ/ବୋର୍ଡ/ମେଡିକାଲ କଲେଜ/ହସ୍ପିଟାଲ/ଯୋଜନାର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି। ଏପରିକି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏବଂ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ସଦସ୍ୟ ଓ ବିଶେଷଜ୍ଞ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। କେବଳ ଅସନ୍ତୁଷ୍ଟ ନେତା ନୁହେଁ, କିଛି ସାଂସଦ, ବିଧାୟକ ଓ ନିଗମର ଅଧ୍ୟକ୍ଷଙ୍କୁ ଗଣମାଧ୍ୟମ ଟିମ୍ରେ ସାମିଲ୍ କରାଯାଇଛି। ଏହିପରି ଭାବେ ଆଜି ୧୨୧ଜଣ ନେତାଙ୍କୁ ବିଭିନ୍ନ ପଦପଦବି ଦିଆଯାଇଥିବା ବେଳେ ୮୦ରୁ ଊର୍ଦ୍ଧ୍ବ ଜଣଙ୍କୁ କେବଳ ଥଇଥାନ କରିବାକୁ ପଦବି ଦିଆଯାଇଛି।
ବିଜେଡିର ଏହି ତାଲିକା ଅନେକଙ୍କୁ ଚକିତ କରିଛି। ଆଗରୁ କେବେବି କୌଣସି ଯୋଜନା, ମେଡିକାଲ କଲେଜ, ହସ୍ପିଟାଲର ଉପଦେଷ୍ଟା ଭାବେ କାହାକୁ ନିଯୁକ୍ତି ଦିଆଯାଉନଥିବା ବେଳେ ଏଥର ପ୍ରଥମ କରି ଏହି ନିଯୁକ୍ତି ଦିଆଯାଇଛି। ଏମିତି ପଦବି ମିଳିଛି ଯେ ସେଠାରେ ଉପଦେଷ୍ଟାଙ୍କର କ’ଣ କାମ ଉକ୍ତ ଅନୁଷ୍ଠାନର କର୍ତ୍ତୃପକ୍ଷ ବି ଜାଣିପାରୁନାହାନ୍ତି।
ନିର୍ବାଚନକୁ ନଜରରେ ରଖି ବିଜେଡି ଏଥର ଗଣମାଧ୍ୟମ ଟିମ୍କୁ ଅଧିକ ସୁଦୃଢ କରିଛି। ଲେଲିନ୍ ମହାନ୍ତିଙ୍କୁ ଗଣମାଧ୍ୟମ ସଂଯୋଜକ, ମଧୁସ୍ମିତା ନାୟକଙ୍କୁ ସହ ସଂଯୋଜକ ପଦବି ମିଳିଛି। ୩୩ଜଣଙ୍କୁ ଗଣମାଧ୍ୟମ ଟିମ୍ରେ ରଖାଯାଇଛି।
ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୯ଟି ଜିଲ୍ଲା ପାଇଁ ୯ଜଣ ସଦସ୍ୟ, ୪ ଜଣଙ୍କୁ ନିଗମ ଓ ବୋର୍ଡର ଅଧ୍ୟକ୍ଷ, ୨୮ଜଣଙ୍କୁ ବିଭିନ୍ନ ବିଭାଗ/ ନିଗମ/ପରିଷଦ/ବୋର୍ଡ/ମେଡିକାଲ କଲେଜ ଓ ହସ୍ପିଟାଲ/ଯୋଜନାର ଉପଦେଷ୍ଟା, ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଭାବେ କଲ୍ୟାଣୀ ନାୟକଙ୍କୁ ନିଯୁକ୍ତି ମିଳିଥିବା ବେଳେ ୮ଜଣ ସଦସ୍ୟାଙ୍କୁ ନିଯୁକ୍ତି ଦିଆଯାଇଛି। ଏହାବାଦ୍ ମୟୂରଭଞ୍ଜ ଓ କେନ୍ଦୁଝର ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଯଥାକ୍ରମେ ୧୧ ଓ ୧୩ଜଣ
ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଉଭୟ ଜିଲ୍ଲା ପାଇଁ ତିନି ଜଣ ଲେଖାଏଁ ବିଶେଷଜ୍ଞ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି। ସେଖ୍ ନିଜାମୁଦ୍ଦିନଙ୍କୁ ୱାକଫ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।
ଗଣମାଧ୍ୟମ ଟିମ୍
ନାମ ପଦବି
ପ୍ରସନ୍ନ ଆଚାର୍ଯ୍ୟ ଜାତୀୟ ପ୍ରବକ୍ତା
ପିନାକି ମିଶ୍ର ଜାତୀୟ ପ୍ରବକ୍ତା
ଶର୍ମିଷ୍ଠା ସେଠୀ ଜାତୀୟ ପ୍ରବକ୍ତା
ସସ୍ମିତ ପାତ୍ର ଜାତୀୟ ପ୍ରବକ୍ତା
ମାନସ ରଂଜନ ମଙ୍ଗରାଜ ଜାତୀୟ ପ୍ରବକ୍ତା
ଅମର ପଟ୍ଟନାୟକ ଜାତୀୟ ପ୍ରବକ୍ତା
ଦେବୀ ପ୍ରସାଦ ମିଶ୍ର ପ୍ରବକ୍ତା
ସ୍ନେହାଙ୍ଗିନୀ ଛୁରିଆ ପ୍ରବକ୍ତା
ଚନ୍ଦ୍ରାଣୀ ମୁର୍ମୁ ପ୍ରବକ୍ତା
ପ୍ରଦୀପ ମାଝୀ ପ୍ରବକ୍ତା
ଅନୁଭବ ପଟ୍ଟନାୟକ ପ୍ରବକ୍ତା
ଲେନିନ୍ ମହାନ୍ତି ପ୍ରବକ୍ତା
ସୁଲତା ଦେଓ ପ୍ରବକ୍ତା
ସଞ୍ଜୟ ବାବୁ ପ୍ରବକ୍ତା
ଶ୍ରୀମୟୀ ମିଶ୍ର ପ୍ରବକ୍ତା
ଚିନ୍ମୟ କୁମାର ସାହୁ ପ୍ରବକ୍ତା
ହରିଶ ଚୌଧୁରୀ ପ୍ରବକ୍ତା
ଗୌତମବୁଦ୍ଧ ଦାସ ପ୍ରବକ୍ତା
ଅମିତ ମଲ୍ଲିକ ପ୍ରବକ୍ତା
ତୁମ୍ବନାଥ ପଣ୍ଡା ପ୍ରବକ୍ତା
ଓମ୍ପ୍ରକାଶ ସାହୁ ପ୍ରବକ୍ତା
ପ୍ରିୟବ୍ରତ ମାଝୀ ପ୍ରବକ୍ତା
ଇପ୍ସିତା ସାହୁ ପ୍ୟାନେଲିଷ୍ଟ
ମଧୁସ୍ମିତା ନାୟକ ପ୍ୟାନେଲିଷ୍ଟ
ସୋଫିଆ ଆଲାମ ପ୍ୟାନେଲିଷ୍ଟ
ମହୀକ୍ଷିତା ମିଶ୍ର ପ୍ୟାନେଲିଷ୍ଟ
ଲୋରା ମହାପାତ୍ର ପ୍ୟାନେଲିଷ୍ଟ
ସ୍ବାଗତିକା ମହାନ୍ତି ପ୍ୟାନେଲିଷ୍ଟ
ମିହିର ରାୟ ପ୍ୟାନେଲିଷ୍ଟ
ଅପୂର୍ବା ଅପରୂପା ପ୍ୟାନେଲିଷ୍ଟ
ସ୍ବୟଂପ୍ରକାଶ ମହାପାତ୍ର ସାମାଜିକ ଗଣମାଧ୍ୟମ ମୁଖ୍ୟ/ପ୍ୟାନେଲିଷ୍ଟ
…………
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ
ନାମ କେଉଁ ଜିଲ୍ଲା
ବୈକୁଣ୍ଠନାଥ ନାୟକ ସୁନ୍ଦରଗଡ଼
ଅବିନାଶ ଠାକୁର କଳାହାଣ୍ଡି
ହଂସରାଜ ଜୈନ ବଲାଙ୍ଗୀର
ସୁବୋଧ ପ୍ରଧାନ ବୌଦ୍ଧ
ଗତିକୃଷ୍ଣ ମିଶ୍ର ବରଗଡ଼
ଭୂପିନ୍ଦର ପ୍ରସାଦ ନାୟକ ଦେବଗଡ଼
ମନ୍ଦାକିନି ବେଗାଲ ନୂଆପଡ଼ା
ମିତ୍ରଭାନୁ ସାହୁ ଝାରସୁଗୁଡ଼ା
ଯାଜ୍ଞସେନୀ ନାଗ ସମ୍ବଲପୁର
…………….
ନିଗମ ଓ ବୋର୍ଡର ଅଧ୍ୟକ୍ଷ
ନାମ ନିଗମ/ବୋର୍ଡ
ସୁବାସ ଚନ୍ଦ୍ର ପାତ୍ର ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ
ମହେନ୍ଦ୍ର ବଢ଼େଇ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ
ଏସ୍କେ ନିଜାମୁଦ୍ଦିନ୍ ୱାକଫ୍ ବୋର୍ଡ
……………
ବିଭିନ୍ନ ବିଭାଗ/ ନିଗମ/ପରିଷଦ/ବୋର୍ଡ/ମେଡିକାଲ କଲେଜ ଓ ହସ୍ପିଟାଲ/ଯୋଜନାର ଉପଦେଷ୍ଟା
ନାମ ସଂସ୍ଥା
ପ୍ରମୋଦ ପାଢ଼ୀ ଓଏଲ୍ଆଇସି
ସଞ୍ଜୟ ସେଠୀ କ୍ୟାପିଟାଲ ହସ୍ପିଟାଲ
ସଂଯୁକ୍ତା ମହାନ୍ତି ମମତା ଯୋଜନା
ପୁଷ୍ପାଞ୍ଜଳୀ ରଣା ବିଏସ୍କେୱାଇ ଯୋଜନା
ତାହାରା ଖାତୁନ୍ ସଂଖ୍ୟାଲଘୁ ବ୍ୟାପାର
ହରିଶଙ୍କର ରାଉତ ଜାଗା ମିସନ୍
ନାରାୟଣ ସାହୁ ଡବ୍ଲ୍ୟୁଓଡିସି
ରାଜଶ୍ରୀ ମହାନ୍ତି ମୁକ୍ତା ଯୋଜନା
ଶରତ ଚନ୍ଦ୍ର ପାତ୍ର ବିଜୁ ସେତୁ ଯୋଜନା
ଶାଶ୍ବତୀ ମିଶ୍ର ଜାଗା ମିସନ୍
ଇପ୍ସିତା ସାହୁ ମୁକ୍ତା ଯୋଜନା
ଶିଶିର ପରିଜା ରାଜ୍ୟ ବୃତ୍ତି ଯୋଜନା
ମୀରା ପରିଡ଼ା ମୁକ୍ତା ଯୋଜନା
ସୌଭାଗ୍ୟ ନାୟକ ରାଜ୍ୟ ହସ୍ତତନ୍ତ ଯୋଜନା
କେ.ଶାନ୍ତି ଏମ୍କେସିଜି ମେଡିକାଲ କଲେଜ
ସ୍ବପ୍ନାରାଣୀ ପାତ୍ର ଏସ୍ସିବି ମେଡିକାଲ କଲେଜ
ଦିଲ୍ଲୀପ କୁମାର ସାହୁ ବିଜୁ ସେତୁ ଯୋଜନା
ସଞ୍ଜୟ ବାବୁ କାଳିଆ ଯୋଜନା
ସଞ୍ଜିତ ମହାନ୍ତି କେନ୍ଦୁପତ୍ର କଲ୍ୟାଣ ବୋର୍ଡ
ପୃଥ୍ବୀରାଜ ସାହୁ ଓବିସି ବ୍ୟାପାର
ତନ୍ମୟ ସ୍ବାଇଁ ଉଚ୍ଚ ଶିକ୍ଷା ରାଜ୍ୟ ବୃତ୍ତି
ସାରଦା ଜେନା କାଳିଆ ଯୋଜନା
ସବିତା ମହାପାତ୍ର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା
ଅସିତ ପଟ୍ଟନାୟକ ମଧୁବାବୁ ପେନସନ୍ ଯୋଜନା
ରଜତ ମହାପାତ୍ର ମଧୁବାବୁ ପେନସନ୍ ଯୋଜନା
ରଞ୍ଜନ ବିଶ୍ବାଳ ନିରାମୟ ଯୋଜନା
ଏଲିନା ଦାଶ ଅନ୍ବେଶା ଏବଂ ଆକାଂକ୍ଷା ଯୋଜନା
ଅପୂର୍ବା ଅପରୂପା ବସୁଧା
……………….
ରାଜ୍ୟ ସମାଜ କଲ୍ୟାଣ ବୋର୍ଡ
ନାମ ପଦବି
କଲ୍ୟାଣୀ ନାୟକ ଅଧ୍ୟକ୍ଷା
ହୀନା ବେହେରା ସଦସ୍ୟା
ସରଳା ସ୍ବାଇଁ ସଦସ୍ୟା
ଚନ୍ଦ୍ରଲେଖା ପଟ୍ଟନାୟକ ସଦସ୍ୟା
ସସ୍ମିତା ନନ୍ଦ ସଦସ୍ୟା
ସାଗରିକା ମିଶ୍ର ସଦସ୍ୟା
ଦେବସ୍ମିତା ଦାସ ସଦସ୍ୟା
ରିଜୱାନା ବେଗମ୍ ସଦସ୍ୟା
ବାସନ୍ତୀ ସିଂହ ସଦସ୍ୟା