ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ

୨୦୨୪ରେ ହ୍ବାଇଟ୍ ହାଉସ୍ ଆଶାୟୀ ଡୋନାଲ୍ଡ ଟ୍ରମ୍ପ, ନିର୍ବାଚନ ଲଢ଼ିବା ନେଇ କଲେ ଘୋଷଣା

ନୂଆଦିଲ୍ଲୀ: ହ୍ବାଇଟ୍ ହାଉସ୍ ଆଶାୟୀ ପ୍ରାର୍ଥୀ ଟ୍ରମ୍ପ । ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଡୋନାଲ୍ଡ ଟ୍ରମ୍ପ । ୨୦୨୪ରେ ହ୍ବାଇଟ୍ ହାଉସ୍ ପାଇଁ ନିର୍ବାଚନ ଲଢ଼ିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଏନେଇ ଘୋଷଣା କରିବା ସହିତ କାଗଜପତ୍ର ଦାଖଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକା ନ୍ୟୁଜ୍ ଏଜେନ୍ସ ଏଏଫପି ରିପୋର୍ଟ ଅନୁଯାୟୀ, ଆସନ୍ତା ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ହ୍ବାଇଟ୍ ହାଉସ୍ ଆଶାୟୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ନିର୍ବାଚନ ନେଇ ସମସ୍ତ କାଗଜପତ୍ର ମଧ୍ୟ ଦାଖଲ କରିଛନ୍ତି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସେ ଆମେରିକାକୁ ବିକାଶର ଶୀର୍ଷରେ ପହଞ୍ଚାଇବେ ବୋଲି କହିଛନ୍ତି ।

ସେପଟେ ହ୍ବାଇଟ୍ ହାଉସ୍ ଆଶାୟୀ ଭାବେ ଡୋନଲ୍ଡ ଟ୍ରମ୍ପ ଘୋଷଣା ପରେ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଟ୍ରମ୍ପ ଦେଶବାସୀଙ୍କୁ ପୂର୍ବରୁ ନିରାଶ କରିଛନ୍ତି ବୋଲି କହିଛନ୍ତି ।

ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ ପୂର୍ବରୁ ଇସାରା କରିଥିଲେ ଡୋନାଲ୍ଡ ଟ୍ରମ୍ପ । ମଙ୍ଗଳବାର ଏହାକୁ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ୨୦୧୭ରେ ଆମେରିକାର ରିପବ୍ଲିକାନ୍ ପାର୍ଟି ତରଫରୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲା ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର