ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦୨୩ ଡିସେମ୍ବରରେ ‘ଏଡୁ ଇନ୍‌ଭେଷ୍ଟ କନକ୍ଲେଭ୍‌’

ଭୁବନେଶ୍ବର: ଶିଳ୍ପ ପରି ଗଣଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟଶିକ୍ଷା ଓ କୃଷିଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ଓଡ଼ିଶାରେ ଏଡୁ ଇନ୍‌ଭେଷ୍ଟ କନକ୍ଲେଭ୍ ଅନୁଷ୍ଠିତ ହେବ। ୨୦୨୩ ଡିସେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହି କନକ୍ଲେଭ୍ ଆୟୋଜନ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ସମ୍ମିଳନୀରେ ବିଭିନ୍ନ ଅଧିବେଶନ, କର୍ମଶାଳା, ଆଲୋଚନାଚକ୍ର, ପ୍ରଦର୍ଶନୀ, ଇନ୍‌ଭେଷ୍ଟ କର୍ଣ୍ଣର ଆଦି ରହିବ। ୩ଦିନ ଧରି ‌ହେବାକୁ ଥିବା ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଶାରେ ଏକ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।

ପ୍ରଥମ ଥର ପାଇଁ ଏହି ବିଶ୍ବସ୍ତରୀୟ କାର୍ଯ୍ୟକ୍ରମ କରାଯିବ। ଯେଉଁଥିରେ ୫୦ଟି ଦେଶର ପ୍ରତିନିଧି ଭାଗ ନେବେ। ସେମାନେ ନିଜ ଦେଶର ଶିକ୍ଷା ସମ୍ପର୍କରେ ମତପ୍ରକାଶ କରିବା ସହ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବୁଲି ଦେଖିବେ। ଅନ୍ୟ ରାଜ୍ୟର ପ୍ରତିନିଧିମାନଙ୍କୁ ବି ନିମନ୍ତ୍ରଣ କରାଯିବ। ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଯଥା ହାଇସ୍କୁଲରେ ୫ଟି ରୂପାନ୍ତରଣ, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ, ମୋ କଲେଜ କାର୍ଯ୍ୟକ୍ରମ ଏହି ସମ୍ମିଳନୀରେ ପ୍ରଦର୍ଶିତ ହେବ। ଶିକ୍ଷାବିତ୍‌, ଅଭିଭାବକ ଓ ଶିକ୍ଷକମାନେ ମଧ୍ୟ ଏଥିରେ ଭାଗ ନେଇ ପରାମର୍ଶ ଦେଇପାରିବେ। ରାଜ୍ୟର କିଛି ଅଞ୍ଚଳକୁ ନେଇ ଶିକ୍ଷା କରିଡର ସୃଷ୍ଟି କରିବାକୁ ବି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ନୂଆ ଶିକ୍ଷାନୁଷ୍ଠାନ ଖୋଲିବାକୁ ଯୋଜନା କରୁଥିବା ପୁଞ୍ଜିପତିମାନଙ୍କୁ ରାଜ୍ୟ ସରକାର ଆମନ୍ତ୍ରଣ କରିବେ। ସେମାନେ ତାଙ୍କ ଯୋଜନା ସମ୍ପର୍କରେ ଉପସ୍ଥାପନ କରିବେ। ନିୟମିତ ପାଠ୍ୟକ୍ରମଠାରୁ ଅଲଗା କିଛି ବିଷୟ ଯେପରିକି ବ୍ଲକ ଚେନ ଟେକ୍ନୋଲୋଜି, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନସ୍‌, ରୋବୋଟିକ୍ସ ପରି ନୂଆ ନୂଆ ପାଠ୍ୟକ୍ରମରେ ଶିକ୍ଷା ଦେଉଥିବା ବିଶ୍ବବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ସମ୍ମିଳନୀରେ ପ୍ରାଥମିକତା ଦିଆଯିବ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ କହିଛନ୍ତି ଯେ ୨୦୨୩ ଡିସେମ୍ବର ପହିଲାରୁ ୩ ତାରିଖ ଯାଏ ହେବାକୁ ଥିବା ଏହି ସମ୍ମିଳନୀରେ ୫୦ ଦେଶର ପ୍ରତିନିଧି ସାମିଲ ହେବେ। ବିଶ୍ୱ ସହ କିପରି ସମନ୍ୱୟ ରହିବ, ଶିଳ୍ପ ସଂସ୍ଥାଗୁଡ଼ିକ ସହ ଶିକ୍ଷାନୁଷ୍ଠାନ କିଭଳି ଯୋଡ଼ିହେବେ ଆଦି ବିଷୟରେ ଆଲୋଚନା ହେବ। ଛାତ୍ରଛାତ୍ରୀ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ କିଭଳି ଉନ୍ନତ ପ୍ରଦର୍ଶନୀ କରିବେ ସେନେଇ ପିଲାମାନଙ୍କୁ ଶିକ୍ଷା ଦିଆଯିବ। ଯେଉଁ ନିର୍ଯାସ ବାହାରିବ ତାହାକୁ ଓଡ଼ିଶାରେ ଲାଗୁ କରାଯିବ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ବିଶ୍ବସ୍ତରୀୟ ସଂସ୍ଥାଗୁଡ଼ିକୁ ଏଡୁ ଇନ୍‌ଭେଷ୍ଟ କନକ୍ଲେଭ୍‌କୁ ଡକାଯିବ। ସେମାନେ ନିଜ ନିଜର ତଥ୍ୟ ଉପସ୍ଥାପନ କରିବେ। ଯେଉଁ ଶିକ୍ଷାନୁଷ୍ଠାନ ଏଠାରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ରାଜ୍ୟ ସରକାର ସହଯୋଗ ଯୋଗାଇ ଦେବେ। ଗୁଣାତ୍ମକ ଶିକ୍ଷା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ବ ଦେଉଛନ୍ତି। ତାହାକୁ ଆଗକୁ ନେବା କ୍ଷେତ୍ରରେ ଏହା ସହାୟକ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।