ଖେଳ ଦେଶ ବିଦେଶ

୨୦୨୩ରେ ମହିଳା ଆଇପିଏଲ : ୬ଟି ଟିମ୍‌କୁ ନେଇ ଆରମ୍ଭ ହୋଇପାରେ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ ୦୨/୦୬: ଆଇପିଏଲର ୧୫ଟି ସଂସ୍କରଣ ଲୋକପ୍ରିୟତା ଶିଖର ଛୁଇଁବା ପରେ ବିସିସିଆଇ ମହିଳା ଆଇପିଏଲ୍‌ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହେଉଛି । ଆସନ୍ତା ସିଜନରୁ ମହିଳା ଆଇପିଏଲ୍‌ ଆୟୋଜନ କରାଯିବ ବୋଲି ବିସିସିଆଇ ଘୋଷଣା କରିସାରିଛି । ବର୍ତ୍ତମାନ ଉପଯୁକ୍ତ ସମୟ ଖୋଜା ଆରମ୍ଭ ହୋଇଛି । ଗତ କିଛି ଦିନ ହେଲା ମହିଳା ଆଇପିଏଲ୍‌ ପାଇଁ ବୈଠକ ଚାଲିଛି । ମୋଟ୍‌ ୬ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ।

ଗତ ରବିବାର ଅନୁଷ୍ଠିତ ଆଇପିଏଲ୍‌ ଫାଇନାଲ୍‌ ସମୟରେ ମହିଳା ଆଇପିଏଲ୍‌ ପାଇଁ ସମୟ ବାହାର କରିବାକୁ ଆଲୋଚନା ହୋଇଥିଲା । ପ୍ରାଥମିକ ପର୍ଯ୍ୟୟରେ ମାର୍ଚ୍ଚ/ଏପ୍ରିଲ୍‌ କିମ୍ବା ସେପ୍ଟେମ୍ବର/ଅକ୍ଟୋବର ମଧ୍ୟରୁ ଗୋଟିଏ ସମୟକୁ ଚୟନ କରାଯିବ । ବିସିସିଆଇ ମହିଳା ଆଇପିଏଲ୍‌ ପାଇଁ ସମୟ ଚୂଡ଼ାନ୍ତ କରିବା ପୂର୍ବରୁ ଆଇସିସି ସହ ମଧ୍ୟ ଆଲୋଚନା କରିବାର ଯୋଜନା ରହିଛି ।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ମହିଳା ଆଇପିଏଲ୍‌ ଆୟୋଜନ ହୋଇନଥିଲେ ହେଁ ମହିଳା ଖେଳାଳିଙ୍କୁ ନେଇ ଏକ ୩ ଦଳ ବିଶିଷ୍ଟ ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜର୍ସ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ଲୋକପ୍ରିୟତା ହାସଲ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ