ଦେଶ ବିଦେଶ ମନୋରଞ୍ଜନ

‘୨୦୨୧ ଇଣ୍ଟର୍ନ୍ୟାସ୍ନାଲ୍ ଫେଡେରେସନ୍ ଅଫ୍ ଫିଲ୍ମ ଆର୍କାଇଭ୍ ସମ୍ମାନ’ ପାଇବେ ମେଗାଷ୍ଟାର୍ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ‘ଇଣ୍ଟର୍‌ ନ୍ୟାସ୍‌ନାଲ୍‌ ଫେଡେରେସନ୍‌ ଅଫ୍‌ ଫିଲ୍ମ ଆର୍କାଇଭ୍‌ସ୍‌’ ମେଗାଷ୍ଟର୍‌ ଅମିତାଭ ବଚ୍ଚନଙ୍କୁ ‘୨୦୨୧ ଏଫ୍‌ଆଇଏଏଫ୍‌’ ସମ୍ମାନରେ ଭୂଷିତ କରିବ। ଫିଲ୍ମ ଆର୍କାଇଭ୍‌ସ୍‌ ଏବଂ ମିଉଜିୟମ୍‌ର ଏହି ବୈଶ୍ୱିକ ସଙ୍ଗଠନ ମାର୍ଚ ୧୯ ତାରିଖ ଦିନ ଆୟୋଜନ କରିବାକୁ ଯାଉଥିବା ‘ଭର୍ଚ୍ୟୁଆଲ୍‌’ ଉତ୍ସବରେ ଏହି ଅମିତାଭଙ୍କୁ ଏହି ସମ୍ମାନ ପ୍ରଦାନ କରିବ।

ଏ ସଂକ୍ରାନ୍ତରେ ବଚ୍ଚନ କହିଛନ୍ତି, ‘୨୦୨୧ ବର୍ଷର ଏଫ୍‌ଆଇଏଏଫ୍‌ ସମ୍ମାନ’ ପାଉଥିବାରୁ ମୁଁ ବେଶ୍‌ ଗୌରବାନ୍ଵିତ। ଏହି ପ୍ରତିଷ୍ଠାନ ପ୍ରତି ମୁଁ ଦୃଢ଼ ପରିକର। ସିନେମା ତିଆରି ଭଳି ସିନେମା ସଂରକ୍ଷଣ ଯେ ଗୁରୁତ୍ୱପୂର୍ଣ୍ଣ, ଏହି ବ୍ୟବସ୍ଥାକୁ ଆମେ ସୁଦୃଢ଼ କରିବା ଉଚିତ। ମୋର ଆଶା ଏହି ଗୁରୁତ୍ୱପୂର୍ଣ୍ଣ ବିଚାରଧାରା ନିମନ୍ତେ ଚଳଚ୍ଚିତ୍ର ଶିଳ୍ପରେ ଥିବା ମୋର ସହକର୍ମୀ ଏବଂ ସରକାରଙ୍କ ଠାରୁ ଆମେ ଆହୁରି ଅଧିକ ସହାୟତା ହାସଲ କରିପାରିବା। ଆମର ଚମତ୍କାର ଚଳଚ୍ଚିତ୍ର ଐତିହ୍ୟକୁ ସଂରକ୍ଷଣ କରି ପ୍ରଦର୍ଶନ କରିବା ନିମନ୍ତେ ଏକ କେନ୍ଦ୍ର ନିର୍ମାଣ କରିବା ଲାଗି ଥିବା ସ୍ୱପ୍ନକୁ ଆମେ ସାକାର କରି ପାରିବା।

ଚଳଚ୍ଚିତ୍ର ନିର୍ମାତା ତଥା ସଂଗ୍ରାହକ ଶିବେନ୍ଦ୍ର ସିଂହ ଦୁନଗାରପୁରଙ୍କଦ୍ୱାରା ସଂସ୍ଥାପିତ ଲାଭରହିତ ପ୍ରତିଷ୍ଠାନ ‘ଏଫ୍‌ଆଇଏଏଫ୍‌’ ଅନୁବନ୍ଧିତ ‘ଫିଲ୍ମ ହେରିଟିଜ୍‌ ଫାଉଣ୍ଡେସନ୍‌’ ଏହି ସମ୍ମାନ ନିମନ୍ତେ ୭୮ ବର୍ଷିୟ ଅମିତାଭଙ୍କ ନାମ ସୁପାରିସ କରିଥିଲା। ଭାରତୀୟ ଚଳଚ୍ଚିତ୍ର ଐତିହ୍ୟର ସଂରକ୍ଷଣ, ମରାମତି, ଦଲିଲିକରଣ, ପ୍ରଦର୍ଶନ ଏବଂ ଅଧ୍ୟୟନ ନିମନ୍ତେ ‘ଫିଲ୍ମ ହେରିଟିଜ୍‌ ଫାଉଣ୍ଡେସନ୍‌’ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛି।

ପୂର୍ବରୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ମାର୍ଟିନ୍‌ ସ୍କୋର୍‌ସେସି ଏବଂ କ୍ରିଷ୍ଟୋଫର୍‌ ନଲାନ୍‌ ଅମିତାଭଙ୍କୁ ଏହି ସମ୍ମାନ ପ୍ରଦାନ କରିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ