ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦୨୧ର ଶ୍ବେତପତ୍ର ଜାରି କଲା ଗୃହ ବିଭାଗ, ୨୦୨୦ ତୁଳନାରେ ବଢ଼ିଛି ଦୁଷ୍କର୍ମ ଓ ଡକାୟତି

ଭୁବନେଶ୍ୱର ୨୦।୦୭ : ଶ୍ଵେତପତ୍ର ଜାରି କଲେ ରାଜ୍ୟ ସରକାର। ଗୃହ ବିଭଗର ଖର୍ଚ୍ଚ ଦାବି ଆଲୋଚନା ପୂର୍ବରୁ ରାଜ୍ୟ ସରକାର ଶ୍ଵେତପତ୍ର ଜାରି କରିଛନ୍ତି । ରାଜ୍ୟରେ ୨୦୨୧ରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା। ରାଜ୍ୟ ବିଭନ୍ନ ପ୍ରକାର ସାମ୍ପ୍ରଦାୟିକ ବିଦ୍ୱେଷରୁ ମୁକ୍ତ ରହିଛି। ପୋଲିସ ପକ୍ଷରୁ ୨୩ ଥର ଗୁଳି ଚାଳନା କରାଯାଇଥିଲା।

ତେବେ ବିଭିନ୍ନ ରାଜନୈତିକ ଦଳ ଓ ସମୁଖ୍ୟ ସଙ୍ଗଠନ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ୧୬୪ ଥର ରାସ୍ତାରୋକ, ୧୮ ଥର ରେଳରୋକ, ୯୩୪ ଥର ଧାରଣା, ୫୧୯ ଥର ରାଲି, ୧୧ଶହ ୫୨ ଥର ବିକ୍ଷୋଭ, ୪୪ ଥର ଅନଶନ, ୬୬ ଥର ବନ୍ଦ ଓ ୧୦୭ଥର ଘେରାଉ କରିଥିଲେ।

ମାଓବାଦୀ ମାନଙ୍କ ସହିତ ସଂଗଠିତ ୨୧ଟି ଗୁଳି ବିନିମୟ ସମେତ ୨୮ ଟି ଘଟଣା ଘଟିଥିଲା। ଯେଉଁଥିରେ ୨ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ଜଣେ ସୁରକ୍ଷା କର୍ମୀ ସହିହ ହୋଇଥିଲେ। ପୃଥକ ପୃଥକ ସ୍ଥାନରେ ଗୁଳି ବିନିମୟ ଘଟଣାରେ ୭ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ୩୬ ମାଓବାଦୀ ଗିରଫ ହୋଇଛନ୍ତି, ୨୧ ଜଣ ଆତ୍ମସମର୍ପଣ କରିଛନ୍ତି।

୨୦୨୧ ମସିହାରେ ରାଜ୍ୟରେ ୧ଲକ୍ଷ ୫୫ହଜାର ୪୦୨ଟି ଧର୍ତ୍ତବ୍ୟ ଅପରାଧ ଘଟିଥିଲା। ସେଥିମଧ୍ୟରୁ ୧୩ଶହ ୯୪ ଟି ହତ୍ୟା, ୫୫୨ ଟି ଡକାୟତି, ୨୮ଶହ୨୬ ଲୁଣ୍ଠନ, ୫ହଜାର ୧୩୩ ସିନ୍ଧି ଚୋରି, ୧୩ହଜାର ୨୪ ଟି ଚୋରି, ୫ହଜାର ୧୩୮ ଟି ପ୍ରତାରଣା, ୨ହଜାର ୨୨୦ ଟି ଦଙ୍ଗା, ୩ହଜାର ୩୨୭ଟି ଧର୍ଷଣ, ୧୦ହଜାର ୯୮୩ ଟି ମୋଟର ଯାନ ଦୁର୍ଘଟଣା ଘଟିଥିଲା।

ସେହିପରି ୨୦୧୨୧ରେ ରାଜ୍ୟବ୍ୟାପୀ କୌଣସି ଛାତ୍ର ଅଶାନ୍ତି ଦେଖାଯାଇନଥିଲା । କରୋନା ଯୋଗୁଁ ବହୁଦିନ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । କେତେକ ଛାତ୍ର ସଂଗଠନ, ଛାତ୍ରଛାତ୍ରୀ, ଅଭିବାବକ ସ୍କୁଲ୍ ଫି, ପ୍ରବେଶିକା ଫି ଛାଡ଼ ଏବଂ ପରୀକ୍ଷା ମୂଲ୍ୟାୟନ ବିରୋଧରେ ଧାରଣା ଓ ବିକ୍ଷୋଭ କରିଥିଲେ। ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସୂଚନା ରୂପେ ନିୟନ୍ତ୍ରିତ ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।