ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

୨୦୨୧ରେ ପ୍ରତି ମିନିଟ୍‌ରେ ୧୧୫ ଚିକେନ୍‌ ବିରିୟାନୀ ବରାଦ ଦେଇଛନ୍ତି ଆମ ଦେଶର ଖାଦ୍ୟପ୍ରେମୀ

ନୂଆଦିଲ୍ଲୀ: ‘ଚିକେନ୍‌ ବିରିୟାନୀ’ ଭଲ ନା, ‘ପରିବା ବିରିୟାନୀ’ ଭଲ: ଏ ବିଷୟରେ ବିତର୍କ ଚାଲିଥିବା ବେଳେ ‘ସ୍ବିଗି’ର ଷଷ୍ଠ ବାର୍ଷିକ ‘ପରିସଂଖ୍ୟାନ’ ରିପୋର୍ଟ ଦର୍ଶାଇଛି ଯେ, ୨୦୨୧ରେ ଦେଶର ଖାଦ୍ୟରସିକମାନେ ମିନିଟ୍‌କୁ ୧୧୫ଟି ବିରିୟାନୀ ବରାଦ ଦେଇଛନ୍ତି।


ଏହାଛଡ଼ା, ନିରୋଳା ପରିବା ବିରିୟାନୀ ଅପେକ୍ଷା ‘ଚିକେନ୍‌ ବିରିୟାନୀ’ର ବରାଦ ୪.୩ ଗୁଣ ଅଧିକ ଥିବା କଥା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ଚେନ୍ନାଇ, କୋଲ୍‌କାତା, ଲକ୍ଷ୍ନୌ ଏବଂ ହାଇଦ୍ରାବାଦରେ ଚିକେନ୍‌ ବିରିୟାନୀ ସର୍ବାଗ୍ରେ ଥିଲା।

୪.୨୫ ଲକ୍ଷରୁ ଅଧିକ ନୂତନ ‘ସ୍ବିଗି’ ବ୍ୟବହାରକାରୀ ସେମାନଙ୍କ ପ୍ରଥମ ଅର୍ଡର୍‌ରେ ‘ଚିକେନ୍‌ ବିରିୟାନୀ’ ବରାଦ କରିଥିଲେ। ବିରିୟାନୀ ପ୍ରତି ଏମିତି ମୋହ ଯେ, କୋଲ୍‌କାତାର ଜଣେ ଯୁବତୀଙ୍କ ଘରକୁ ତାଙ୍କ ପସନ୍ଦର ‘ମଟନ୍‌ ବିରିୟାନୀ’ ଆଣିବା ଲାଗି ଜଣେ ‘ସ୍ବିଗି ଜିନ୍‌’ଙ୍କୁ (ସ୍ବିଗି ଖାଦ୍ୟବାହକ) ୩୯.୩ କିଲୋମିଟର୍‌ ଦୂର ଯିବାକୁ ପଡ଼ିଥିଲା।


ଚଳିତ ବର୍ଷର ସବୁଠୁ ଅଧିକ ଖିଆଯାଇଥିବା ଜଳଖିଆ ଥିଲା ଶିଙ୍ଗଡ଼ା। ଶିଙ୍ଗଡ଼ା ପାଇଁ ‘ସ୍ବିଗି’କୁ ମିଳିଥିଲା ୫ ନିୟୁତ ବରାଦ। ଚିକେନ୍‌ ଠାରୁ ଏହି ବରାଦ ପ୍ରାୟ ୬ ଗୁଣରୁ ଅଧିକ। ଏହା ପଛକୁ ଥିଲା, ପାଓଭାଜି। ଏଥିପାଇଁ ‘ସ୍ବିଗି’ ପାଇଥିଲା ୨.୧ ନିୟୁତ ବରାଦ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ