ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

୨୦୨୧ରେ ଏହି ଜଣାଶୁଣା ନାୟକଙ୍କ ସହ ଦୁଇଟି ସିନେମାରେ ନଜର ଆସିବେ ଭୂମିକା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଭୂମିକାଙ୍କର ଏ ବର୍ଷ ଅତିକମରେ ଚାରିଟି ନୂଆ ଓଡ଼ିଆ ସିନେମା ରିଲିଜ୍ ହେବ ବୋଲି ଜଣାଯାଇଛି। ଏଗୁଡ଼ିକ ହେଲା ‘ଆଉ ଗୋଟେ ଲଭ୍ ଷ୍ଟୋରି’, ‘ମନ ମୋର କାଗଜଗୁଡ଼ି’, ‘ଚକ୍ଷୁବନ୍ଧନ’ ଏବଂ ‘ମନ ମୋ’ ନେଇଗଲୁରେ’। ଏଥିମଧ୍ୟରୁ ଦୁଇଟିର ନିର୍ଦ୍ଦେଶକ ହେଲେ ଓଲିଉଡରେ ଓଣ୍ଡରବୟ ଭାବେ ପରିଚିତ ସଞ୍ଜୟ ନାୟକ। ଖାଲି ସେତିକି ନୁହେଁ, ଉଭୟରେ ନାୟକ ଭୂମିକାରେ ବି ଅଛନ୍ତି ଜଣେ ଜଣାଶୁଣା ଅଭିନେତା।

ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ‘ଆଉ ଗୋଟେ ଲଭ୍ ଷ୍ଟୋରି’ରେ ଭୂମିକା ଅଛନ୍ତି ନାୟିକା ଚରିତ୍ରରେ। ଏହି ସିନେମାର ନାୟକ ହେଲେ ଜ୍ୟୋତି। ରମେଶ ବାରିକ ‘ଆଉ ଗୋଟେ ଲଭ୍ ଷ୍ଟୋରି’ର ପ୍ରଯୋଜକ। ସଞ୍ଜୟ ନାୟକଙ୍କ ଅନ୍ୟ ଏକ ସିନେମାର ଶୀର୍ଷକ ହେଲା ‘ମନ ମୋ’ ନେଇଗଲୁରେ’। ଏଥିରେ ବି ନାୟିକା ଭାବେ ନଜର ଆସିବେ ଭୂମିକା ଓ ତାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ଜ୍ୟୋତି। ଏଥିରେ ଅନ୍ୟମାନଙ୍କ ଭିତରେ ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ଜୀବନ ପଣ୍ଡା ଓ ଗୁଡୁ ପ୍ରମୁଖ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ସୁନୀଲ କୁମାର ଦାସ ଏହାର ନିର୍ମାତା। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି।

ଉଲ୍ଲେଖଯୋଗ୍ୟ, ଶିଶୁ କଳାକାରରୁ ନାୟିକା ବନିଥିବା ଭୂମିକା ଇତିମଧ୍ୟରେ ‘ତୁ ମୋ ଲଭଷ୍ଟୋରି’, ହିରୋ ନଂ ୧, ‘ଶ୍ରୀମାନ ସୁରଦାସ’, ‘ତୁ ମୋ ଲଭଷ୍ଟୋରି ୨’, ‘ମିଷ୍ଟର ମଜନୁ’,‘ନାୟକର ନାଆଁ ଦେବଦାସ’ ଏବଂ ‘ବାବୁ ଭାଇଜାନ୍’ ଆଦି ସିନେମାରେ ନଜର ଆସିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ