ଦେଶ ବିଦେଶ ମନୋରଞ୍ଜନ

୨୦୨୧ରେ ଅତିକମରେ ତିନିଟି ନୂଆ ସିନେମାରେ ନଜର ଆସିବେ ଅନୁଭା

ଭୁବନେଶ୍ବର:୨୦୨୧ରେ ଓଲିଉଡର ଲୋକପ୍ରିୟ ନାୟିକା ଅନୁଭା ଅତିକମରେ ତିନିଟି ସିନେମାରେ ନଜର ଆସିବେ ବୋଲି ଜଣାଯାଇଛି। ଏସବୁ ସିନେମା ଭିତରୁ ଗୋଟିଏ ହଲୋ ‘କୃଷ୍ଣ ଲୀଳା’। ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମାଣାଧୀନ ଏହି ସିନେମାର ନିର୍ଦେଶକ ହେଲେ ଅଶ୍ବିନୀ ଗଡ଼ନାୟକ। ଏଥିରେ ଅମ୍ଳାନ-ଅନୁଭାଙ୍କ ବ୍ୟତୀତ ବିଜୟ ମହାନ୍ତି, ମିହିର ଦାସ, ଅପରାଜିତା ମହାନ୍ତି ଏବଂ ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ମଳୟ ମିଶ୍ର ଏହାର ସଙ୍ଗୀତ ନିର୍ଦେଶକ।

ଏଣେ ଅମ୍ଳାନ-ଅନୁଭା ଆଉ ଯେଉଁ ସିମୋରେ ଆସୁଛନ୍ତି ତାର ଟାଇଟଲ ହେଲା ‘କୁହ, ମୁଁ ତୁମରି ପାଇଁ’ । ଏହାର ନିର୍ଦେଶନା ଦେଉଛନ୍ତି ଚିତ୍ତରଂଜନ ତ୍ରିପାଠୀ।

ଶ୍ରଦ୍ଧାସବୁରି ପ୍ରଡକ୍ସନ ନିବେଦିତ ତଥା ସୁପ୍ରିମ୍ ଏଣ୍ଟରଟେନମେଣ୍ଟ୨୦୨୧ରେ ଅତିକମରେ ତିନିଟି ସିନେମାରେ ନଜର ଆସିବେ ଅନୁଭା୨୦୨୧ରେ ଅତିକମରେ ତିନିଟି ସିନେମାରେ ନଜର ଆସିବେ ଅନୁଭା ସହ ପ୍ରଯୋଜନାରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ କମଜୋରି’ରେ ବି ନଜର ଆସିବେ ଅନୁଭା। ଏଥିରେ ରାକେଶ ଦେଓ, ଅନୁଭା ସୌର୍ଯ୍ୟା ଏବଂ ଲିପିକା ମୁଖ୍ୟ ଭୂମିକାରେ ନଜର ଆସିବେ । ରାକେଶ ଓ ଅନୁଭା ଯୋଡ଼ିର ଏହା ପ୍ରଥମ ଚଳଚ୍ଚିତ୍ର । ଏଥିରେ ଦେବଙ୍କୁ ଏକ ବିଶେଷ ଖଳ ଚରିତ୍ରରେ ଦେଖିବାକୁ ମିଳିବ। ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ଆଶିଷ, ସୋମୁ, ବର୍ଷା, ଜ୍ୟୋତି, ନଟିଆ, ଜୋଜୋ, ଗୀତିମୟ ନନ୍ଦ ଓ ବିଜୁ ବଡଜେନା ପ୍ରମୁଖ ।

ମୌଳିକ କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଭାର୍ଗବୀ ତ୍ରିପାଠୀ, ଟିକି ପଟ୍ଟନାୟକ ଓ ଲିଙ୍ଗରାଜ ପାତ୍ର । ଏହାର ନିର୍ଦ୍ଦେଶନା ଦେଉଛନ୍ତି ସନ୍ତୋଷ ବିଶ୍ୱାଳ। କାହାଣୀ ରଚନା କରିଛନ୍ତି ଆଶୁତୋଷ ତ୍ରିପାଠୀ ଏବଂ ସଂଳାପ ଦେଇଛନ୍ତି ଡ. ନିର୍ମଳ ନାୟକ । ଏଥିରେ ସଙ୍ଗୀତ ଦେଇଛନ୍ତି ପ୍ରେମ୍ ଆନନ୍ଦ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ