ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

୨୦୨୦ ଲାଗି ସାହିତ୍ୟ ଅକାଦେମୀ ପୁରସ୍କାର ଘୋଷିତ, ଓଡ଼ିଆ ସମେତ ୪ ଭାଷାର ପୁରସ୍କାର ଘୋଷଣା ପରେ

ନୂଆଦିଲ୍ଲୀ: ୨୦୨୦ର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ଆଜି ଘୋଷଣା କରାଯାଇଛି। ଏଥର ୨୦ଟି ଭାଷାରେ ୨୦ ଜଣ ଲେଖକଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଥିବାର ଘୋଷଣା କରାଯାଇଥିବା ବେଳେ ଓଡ଼ିଆ, ନେପାଳି, ମାଲାୟାଲମ ଓ ରାଜସ୍ଥାନୀ ଭାଷାରେ ପୁରସ୍କାର ଘୋଷଣା କରାଯାଇ ନାହିଁ। ପରବର୍ତ୍ତୀ ସମୟରେ ଏହି ୪ଟି ଭାଷାର ପୁରସ୍କାର ଘୋଷଣା କରାଯିବ ବୋଲି ସାହିତ୍ୟ ଅକାଦେମୀ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

ଏଥର କନ୍ନଡ ଭାଷା ଲାଗି ରାଜନେତା ଓ ଲେଖକ ବୀରପ୍ପା ମୋଇଲିଙ୍କୁ ଏବଂ ଲେଖିକା ଅରୁନ୍ଧତୀ ସୁବ୍ରମଣ୍ୟନଙ୍କୁ ଇରାଜୀ ଭାଷାର କବିତା ସଙ୍କଳନ ପାଇଁ ପୁରସ୍କୃତ କରାଯିବ। ଏତଦ୍‌ବ୍ୟତୀତ ଗୁଜରାଟି, ହିନ୍ଦୀ, କୋଙ୍କଣୀ, ମଣିପୁରୀ, ସାନ୍ତାଳୀ, ତେଲୁଗୁ, ମରାଠି, ସଂସ୍କୃତ, ତାମିଲ, ବୋଡୋ, ଭଙ୍କୁ, ଆସାମିଆ, କାଶ୍ମିରୀ, ମୈଥିଳୀ, ପଞ୍ଜାବୀ, ଡୋଗ୍ରି, ସିନ୍ଧି, ବଙ୍ଗଳା ଭାଷା ଲାଗି ପୁରସ୍କାର ଘୋଷଣା କରାଯାଇଛି। ୨୦୨୦ ଲାଗି ସାନ୍ତାଳୀ ଭାଷା ପାଇଁ ରୂପଚାନ୍ଦ ହାଁସଦାଙ୍କୁ ପୁରସ୍କାର ଲାଗି ମନୋନୀତ କରାଯାଇଛି।

ପ୍ରତ୍ୟେକ ଲେଖକଙ୍କୁ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ଓ ତାମ୍ରଫଳକ ସହ ସମ୍ମାନିତ କରାଯିବ। ଅପରପକ୍ଷେ ଆଜି ୨୦୨୦ ପାଇଁ ଘୋଷଣା କରାଯାଇଥିବା ବାଲ୍ ସାହିତ୍ୟ ପୁରସ୍କାରର ଓଡ଼ିଆ ବିଭାଗରେ ‘ବନ ଦେଉଳରେ ସୁନା ନେଉଳ’ କାହାଣୀ ସଂକଳନ ପାଇଁ ରାମଚନ୍ଦ୍ର ନାୟକ ଓ ଯୁବ ପୁରସ୍କାର ବିଭାଗରେ ‘ଚେତନାର ଅନ୍ନେଷଣ’ ପାଇଁ ଲେଖକ ଚନ୍ଦ୍ରଶେଖର ହୋତାଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି