ରାଜ୍ୟ

୨୦୨୦ ଲକ୍‌ଡାଉନ୍‌ ପରଠାରୁ ପ୍ରଥମ କରି ପର୍ଯ୍ୟଟକମାନଙ୍କୁ ପ୍ରବେଶାନୁମତି ଦେଲା ଉତ୍ତର କୋରିଆ

ସିଓଲ୍‌: ୨୦୨୦ ଲକ୍‌ଡାଉନ୍‌ ପରଠାରୁ ପର୍ଯ୍ୟଟକ ଭାବେ ପ୍ରଥମ କରି ଦଳେ ରୁଷୀୟ ନାଗରିକଙ୍କୁ ଉତ୍ତର କୋରିଆ ପ୍ରବେଶାନୁମତି ଦେଇଥିବା କଥା ରୁଷୀୟ ପ୍ରଦେଶିକ କର୍ତ୍ତୃପକ୍ଷ ଓ ୱେଷ୍ଟର୍ଣ୍ଣ ଟୁର୍‌ ଗାଇଡ୍‌ କହିଛନ୍ତି।

କୋଭିଡ୍‌-୧୯ ମହାମାରୀ ବିସ୍ତାର ଯୋଗୁଁ ୨୦୨୦ ପ୍ରାରମ୍ଭ ସମୟରୁ ଉତ୍ତର କୋରିଆ ତା’ର ସୀମାରେ କଠୋର ଲକ୍‌ଡାଉନ୍‌ ନିୟମ ଜାରି କରିଥିଲା। ଏବେ ମଧ୍ୟ ବିଦେଶୀମାନଙ୍କ ପାଇଁ ସେ ନିୟମ କୋହଳ କରାଯାଇ ନାହିଁ।

ଉତ୍ତର କୋରିଆ ସୀମାକୁ ଲାଗିଥିବା ରୁଷ୍‌ର ସୁଦୂର ପୂର୍ବ ଅଞ୍ଚଳ ପ୍ରିମୋସ୍କି କ୍ରାଇର ରାଜ୍ୟପାଳ ଗତ ଡିସେମ୍ବର ମାସରେ ଆଲୋଚନା ପାଇଁ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗ୍ୟାଙ୍ଗ୍‌ ଗସ୍ତ କରିବା ପରେ ଭ୍ଲାଦିଭୋସ୍ତୋକ୍‌ସ୍ଥିତ ଏକ ଟ୍ରାଭେଲ୍‌ ଏଜେନ୍‌ସିଦ୍ବାରା ବିଜ୍ଞାପିତ ଏହି ପର୍ଯ୍ୟଟନ ଯାତ୍ରା ଲାଗି ବ୍ୟବସ୍ଥା କରାଯାଇଥିଲା ବୋଲି ଚଳିତ ସପ୍ତାହରେ ‘ଟେଲିଗ୍ରାମ୍‌’ ପୋଷ୍ଟ୍‌ରେ ଆଞ୍ଚଳିକ ସରକାର କହିଛନ୍ତି।

ଫେବ୍ରୁଆରି ୯ ତାରିଖରେ ଏହି ୪ଦିନିଆ ପର୍ଯ୍ୟଟନ ଯାତ୍ରା ଆରମ୍ଭ ହେବ। ପର୍ଯ୍ୟଟକମାନଙ୍କ ଲାଗି ପ୍ୟୋଙ୍ଗ୍ୟାଙ୍ଗ୍‌ର କେତେକ ସ୍ଥାନ ଓ ଗୋଟାଏ ସ୍କି ରିସର୍ଟରେ ରହଣି ବ୍ୟବସ୍ଥା କରାଯାଇଛି।

Image Courtesy of Bloomberg

ଏହି ପର୍ଯ୍ୟଟନ ଯାତ୍ରାରେ ସମ୍ପୃକ୍ତ ନ ଥିବା ବେଜିଙ୍ଗ୍‌ସ୍ଥିତ ‘କୋରିଓ ଟୁର୍‌ସ୍‌’ର ଜେନେରାଲ୍‌ ମ୍ୟାନେଜର୍‌ ସାଇମନ୍‌ କୋକେରେଲ୍‌ ନିଉଜ୍‌ ଏଜେନ୍‌ସି ‘ରଏଟର୍ସ’କୁ କହିଛନ୍ତି ଯ, ବିଶେଷ ବ୍ୟବସ୍ଥା କରାଯାଇ ରୁଷୀୟ ପର୍ଯ୍ୟଟକମାନଙ୍କୁ ଉତ୍ତର କୋରିଆ ନିଆଯିବ ବୋଲି ସେଠାରେ ଥିବା ତାଙ୍କ ପାର୍ଟନର୍‌ମାନେ ସୁନିଶ୍ଚିତ କରି କହିଛନ୍ତି।

ସେ କହିଛନ୍ତି, ଏଇଟା ଶୁଭସୂଚନା। କିନ୍ତୁ, ମୁଁ କୁଣ୍ଠାବୋଧ କରି କହୁଛି ଯେ, ବିଶେଷ ବ୍ୟବସ୍ଥା ବା ପରିସ୍ଥିତିରେ ଉତ୍ତର କୋରିଆ ସୀମା ଉନ୍ମୁକ୍ତ କରାଯିବ। ସେ ଯାହା ହେଉ ପଛେ, ୪ ବର୍ଷରୁ ଊର୍ଦ୍ଧ୍ବ ହେବ କୌଣସି ପର୍ଯ୍ୟଟକ ସେଠାକୁ ଯାଇ ନ ଥିବାରୁ ଏହି ଗସ୍ତକୁ ସକାରାତ୍ମକ ପଦକ୍ଷେପ ବୋଲି ଧରିନେବାକୁ ପଡ଼ିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।