ଅପରାଧ ରାଜ୍ୟ

୨୦୧୩ରେ ୩ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ସମ୍ବଲପୁର: ୨୦୧୩ ମସିହାରେ ନକ୍ସାପାଲି ସ୍ଥିତ ବାବା ଦୀପ ବାଲଜ୍ୟୋତି ଶିଶୁ ଆଶ୍ରମରେ ରହୁଥିବା ୩ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମ ଅଭିଯୁକ୍ତ ସେହି ଆଶ୍ରମ କେୟାର ଟେକର୍‌ ଦାୟିତ୍ବରେ ଥିବା ଉପେନ୍ଦ୍ର ଦାଶ। ସେତେବେଳେ ତାର ବୟସ ୫୩ ବର୍ଷ ଥିବା ବେଳେ ଦୁଷ୍କର୍ମ ଶିକାର ହୋଇଥିବା ୩ ନାବାଳିକାଙ୍କ ବୟସ ୧୫ ବର୍ଷରୁ କମ୍‌ ଥିଲା। ଏପ୍ରିଲ ମାସରେ ଏହା ଜଣାପଡ଼ିବା ପରେ ସିଡବ୍ଲୁସିର ତତ୍କାଳୀନ ଅଧ୍ୟକ୍ଷ ଦୀପ୍ତିବାଳା ପଟ୍ଟନାୟକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦୀପ୍ତିବାଳାଙ୍କ ସହ ଅନ୍ୟ ସଦସ୍ୟମାନେ ଉକ୍ତ ଆଶ୍ରମକୁ ଯାଇ ଘଟଣାର ଯାଞ୍ଚ କରିଥିଲେ। ଯୌନ ଶୋଷଣ ହେଉଥିବା ନିଶ୍ଚିତ ହେବା ପରେ ସେ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୧୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ପୋକ୍‌ସୋ କୋର୍ଟ ଜଜ୍‌ ହରପ୍ରସାଦ ପାଢ଼ୀ ଗୁରୁବାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ତା ସହିତ ଦେଢ଼ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୩ ବର୍ଷ ଜେଲ୍‌ ଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ସନ୍ତୋଷ ପଣ୍ଡା ପରିଚାଳନା କରିଥିଲେ। ଦୁଷ୍କର୍ମର ଶିକାର ହୋଇଥିବା ୩ ଜଣ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ପ୍ରାଧିକରଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।