ଦେଶ ବିଦେଶ ସ୍ୱାସ୍ଥ୍ୟ

୨୦୦ ଟପିଲା ମଙ୍କିପକ୍ସ ମାମଲା: ୨୦ ରାଷ୍ଟ୍ରକୁ ବ୍ୟାପିଲାଣି, ଭାରତରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି

ନୂଆଦିଲ୍ଲୀ : ୨୦ଟି ରାଷ୍ଟ୍ରକୁ ମଙ୍କିପକ୍ସ ସଂକ୍ରମଣ ମାମଲା ବ୍ୟାପିଛି ଏବଂ ବିଶ୍ବରେ ମୋଟ୍‌ ମଙ୍କିପକ୍ସ ମାମଲା ସଂଖ୍ୟା ୨୦୦ ଟପିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) କହିଛି। ଅଧିକାଂଶ ମଙ୍କିପକ୍ସ ମାମଲା ୟୁ‌ରୋପରୁ ଚିହ୍ନଟ ହୋଇଛି। ମଙ୍କିପକ୍ସ ଭାଇରସ୍‌କୁ ନେଇ ସତର୍କତା ଅବଲମ୍ବନ କରିବାପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମସ୍ତ ରାଷ୍ଟ୍ରକୁ କହିଛଛି। ତେବେ ମଙ୍କିପକ୍ସର ସମ୍ଭାବ୍ୟ ‌ଗୋଷ୍ଠୀ ସଂକ୍ରମଣ ହେଉଥିବାରୁ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀ ଚିନ୍ତା ପ୍ରକଟ କରିଛନ୍ତି। ‘ହୁ’ ପକ୍ଷରୁ କୁହାଯାଇଛି ଯେ ଉପଯୁକ୍ତ ପଦକ୍ଷେପ ଦ୍ବାରା ଏହି ଭାଇରସ୍‌କୁ ନିୟନ୍ତ୍ରଣ କରିହେବ। ମଙ୍କିପକ୍ସ ଏକ ସାଧାରଣ ଭାଇରାଲ୍‌ ଇନ୍‌ଫେକସନ୍‌ ଭଳି। ଆଫ୍ରିକୀୟ ରାଷ୍ଟ୍ରରେ ଏହା ସାଧାରଣ ରୋଗରେ ପରିଣତ ହୋଇଛି। କିନ୍ତୁ ୟୁରୋପ୍‌ରେ ଏହା ଯେଭଳି ବ୍ୟାପୁଛି ତାହା ଅତ୍ୟନ୍ତ ଚିନ୍ତାଜନକ।

ଭାରତରେ ଆଜି ପର୍ଯ୍ୟନ୍ତ ମଙ୍ଗିପକ୍ସ ସଂକ୍ରମଣର କୌଣସି ମାମଲା ଚିହ୍ନଟ ହୋଇନଥିଲେ ମଧ୍ୟ ସରକାର ଏ ଦିଗରେ କେତେକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମଙ୍କିପକ୍ସ ଦ୍ବାରା ସଂକ୍ରମିତ ହୋଇଥିବା ଦେଶରୁ ଯେଉଁମାନେ ଭାରତକୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖାଯାଉଛି। ଶିଶୁ ଏବଂ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ମଙ୍କିପକ୍ସ ସଂକ୍ରମଣ ବିପଦ ଅଧିକ ବୋଲି ଆଇସିଏମ୍‌ଆର୍‌ ଅଧିକାରୀ ଅପର୍ଣ୍ଣା ମୁଖାର୍ଜୀ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ