ଖେଳ ଦେଶ ବିଦେଶ

୨୦୦ ଛକା କ୍ଲବ୍‌ରେ କୋହଲି

ଦୁବାଇ: ରବିବାରର ପ୍ରଥମ ଆଇପିଏଲ୍ ମୁକାବିଲାରେ ଗୁରୁବାର ସିଂହ ଧୋନିଙ୍କଠାରୁ ଶିଷ୍ୟ ବିରାଟ କୋହଲି ହାରି ଯାଇଥିଲେ। ହେଲେ ତାଙ୍କୁ ଧୋନି ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁବାରୁ ରୋକି ପାରି ନଥିଲେ। ରବୀନ୍ଦ୍ର ଜାଦେଜାଙ୍କୁ ଛକା ମାରି କୋହଲି ତୃତୀୟ ଭାରତୀୟ ଖେଳାଳି ଭାବେ ଆଇପିଏଲ୍‌ରେ ୨୦୦ ଛକା ପୂରଣ କରିଥିଲେ। ଏହା କରି ସେ ମହେନ୍ଦ୍ର ସିଂହ ଧୋନି (୨୧୬) ଏବଂ ରୋହିତ ଶର୍ମା (୨୦୯) ଙ୍କ କ୍ଲବ୍‌ରେ ଯୋଗ ଦେଇଥିଲେ। ଏହି ମ୍ୟାଚ୍ ପୂର୍ବରୁ କୋହଲି ୧୯୯ ଛକାରେ ଥିଲେ। ନିଜ ଅର୍ଧଶତକୀୟ ପାଳିରେ ସେ ମଧ୍ୟ ଏହି ଗୋଟିଏ ଛକା ମାରିଥିଲେ। ରୟାଲ ଚାଲେଞ୍ଜର୍ସ ପାଳିର ସପ୍ତଦଶ ଓଭରରେ ଜାଦେଜାଙ୍କୁ ଏକ ଦର୍ଶନୀୟ ଛକା ମାରିଥିଲେ ‌କୋହଲି । ଯାହା ଆଇପିଏଲ୍‌ରେ ତାଙ୍କର ଦ୍ବିଶତକୀୟ ଛକା ଥିଲା। ଏହି ମାଇଲଖୁଣ୍ଟ ଛୁଇଁବାକୁ କୋହଲି ୧୮୮ ମ୍ୟାଚ୍ ଓ ୧୮୦ ପାଳି ନେଇଥିଲେ। ମୋଟ ଟ୍ବେଣ୍ଟି-୨୦ରେ ୩୦୦ ଛକା ମାରିବାରୁ ସେ ଏବେ ମାତ୍ର ୪ ଛକା ଦୂରରେ ରହିଛନ୍ତି। ତାଙ୍କ ପୂର୍ବରୁ ତିନି ଜଣ ଭାରତୀୟ ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା ଟ୍ବେଣ୍ଟି-୨୦ରେ ୩୦୦ ଛକା ମାରି ସାରିଛନ୍ତି। ଆଇପିଏଲ୍‌ରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ କିନ୍ତୁ ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ (୩୩୬)ଙ୍କ ନାଁରେ ରହିଛି। ତାଙ୍କ ପଛରେ ଦକ୍ଷିଣ ଆଫ୍ରିକୀୟ ଏବି ଡି’ଭିଲିୟର୍ସ (୨୩୧) ରହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ