ଦେଶ ବିଦେଶ

୨୦୦୦ କୋଟିର ଡ୍ରଗ୍ସ କାରବାର ତାମିଲ ଫିଲ୍ମ ପ୍ରଯୋଜକ ଗିରଫ

ଚେନ୍ନାଇ: ୨୦୦୦ କୋଟି ଟଙ୍କାର ଡ୍ରଗ୍ସ କାରବାରରେ ସଂପୃକ୍ତ ତାମିଲ ଚଳଚ୍ଚିତ୍ର ପ୍ରଯୋଜକ ଜାଫର ସାଦିକଙ୍କୁ ଶନିବାର ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ (ଏନ୍‌ସିବି) ଗିରଫ କରିଛି। ଏନ୍‌ସିବି କହିଛି ଯେ ସାଦିକ ଏକ ଡ୍ରଗ୍ସ ସିଣ୍ଡିକେଟ ଚଳାଉଥିଲେ ଯାହା ଗତ ତିନିବର୍ଷ ମଧ୍ୟରେ ବିଭିନ୍ନ ଦେଶକୁ ପାଖାପାଖି ୩,୫୦୦ କିଲୋଗ୍ରାମ୍ ସ୍ୟୁଡୋଇଫେଡ୍ରିନ ଥିବା ୪୫ଟି ପ୍ୟାକେଟ୍‌ ପଠାଇଥିଲା। ଏନ୍‌ସିବି ଆଗରେ ସାଦିକ ସ୍ବୀକାର କରିଛନ୍ତି ଯେ ସେ ତାଙ୍କ ବେଆଇନ ଡ୍ରଗ୍ସ ଚୋରା ଚାଲାଣ କାର୍ଯ୍ୟରୁ ବିପୁଳ ପରିମାଣର ଅର୍ଥ ରୋଜଗାର କରିଛନ୍ତି ଏବଂ ତାକୁ ଚଳଚ୍ଚିତ୍ର, ନିର୍ମାଣ, ହୋଟେଲ ଇତ୍ୟାଦି ଶିଳ୍ପରେ ବିନିଯୋଗ କରିଛନ୍ତି। ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରା ଚାଲାଣ ନେଟ୍‌ୱର୍କର ପର୍ଦ୍ଦାଫାସ କରିବା ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏବଂ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ର ମିଳିତ ଅପରେସନର ଏକ ଅଂଶ ଭାବରେ ଦିଲ୍ଲୀରେ ୩ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ନିଶାଦ୍ରବ୍ୟ ତିଆରିରେ ବ୍ୟବହୃତ ବିପୁଳ ପରିମାଣର ରାସାୟନିକ ପଦାର୍ଥ ଜବତ କରାଯାଇଥିଲା। ଏନ୍‌ସିବି ସହ ମିଶି ଦିଲ୍ଲୀ ପୁଲିସ ଦୁଇ ସପ୍ତାହରୁ ଅଧିକ ସମୟ ଧରି ସାଦିକଙ୍କୁ ଖୋଜୁଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ