ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦ହଜାର କୋଟି ଖର୍ଚ୍ଚ ହେଲାଣି, ତଥାପି… ଅଧା କର୍ମଚାରୀରେ ଚାଲିଛି ସଂସ୍ଥା, ପ୍ରକଳ୍ପ କାର୍ଯ୍ୟ ବି ସରୁନି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର:ରାଜ୍ୟରେ ବିଦ୍ୟୁତ ଷ୍ଟେସନ ଓ ଭିତ୍ତିଭୂମିର ସୁଦୃଢୀକରଣ ଲାଗି ପାଖାପାଖି ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେଲାଣି। ଏଥିରେ ରାଜ୍ୟ ସରକାରଙ୍କ ଅର୍ଥ ରହିଛି, କେନ୍ଦ୍ର ସରକାରଙ୍କ ବି। ହେଲେ ଏହାର ସୁଫଳ ରାଜ୍ୟବାସୀ ଏଯାଏ ଅନୁଭବ କରିପାରିଲେ ନାହିଁ। କାହିଁକି କେଉଁ କାରଣରୁ ବିଦ୍ୟୁତ ଉପଭୋକ୍ତାମାନେ ଗୁଣାତ୍ମକ ବିଦ୍ୟୁତ ପାଇପାରୁନାହାନ୍ତି? କେବେ ସୁଦ୍ଧା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସରିବ? ୨୦୧୯ ମସିହାରେ ସମ୍ଭବତଃ ଫନି ବାତ୍ୟା ଓଡ଼ିଶା ଶକ୍ତି ପରିବହନ ନିଗମ ଲିମିଟେଡ (ଓପିଟିସିଏଲ୍)କୁ ୧୪୪ କୋଟିର ଏକ ବଡ଼ କ୍ଷତି ଦେଲା? ନିୟମିତ ବ୍ୟବଧାନରେ ବାତ୍ୟା ଆସୁଛି। ହେଲେ ଏଥିପାଇଁ ଆମେ କ’ଣ ପ୍ରସ୍ତୁତି କରିଛନ୍ତି? ଏମିତି ହେଲେ ଏହି ଲାଭଜନକ ସଂସ୍ଥା ରୁଗ୍‌ଣ ହେବାକୁ ଅଧିକ ଦିନ ଲାଗିବନି।

୨୦୨୩-୨୪ବର୍ଷ ଲାଗି ବିଦ୍ୟୁତ ଦରବୃଦ୍ଧି ସଂକ୍ରାନ୍ତରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗରେ ଚାଲିଥିବା ଜଣାଶୁଣାଣିର ତୃତୀୟ ବୈଠକରେ ଆଜି ଏମିତି ରହସ୍ୟ ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ଅନ୍ୟ ଆପତ୍ତିକର୍ତ୍ତା। ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଉତ୍‌ଥାପନ କରି ବିଦ୍ୟୁତ୍ କ୍ଷେତ୍ରରେ ସବୁ ଦୋଷ ତ୍ରୁଟିକୁ କାଢ଼ି ଆୟୋଗଙ୍କ ସାମ୍ନାରେ ରଖିଛନ୍ତି। ଆଶା ବ୍ୟକ୍ତ କରିଛନ୍ତି ଯେ ଆୟୋଗଙ୍କ ରାୟରେ ଏସବୁର ଉତ୍ତର ଅବଶ୍ୟ ଥିବ।
ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ପକ୍ଷରୁ ଭାରପ୍ରାପ୍ତ ଅଧ୍ୟକ୍ଷ ଗଜେନ୍ଦ୍ର ମହାପାତ୍ର ଏବଂ ସଦସ୍ୟ ସୁଶାନ୍ତ କୁମାର ରାୟ ମହାପାତ୍ର ଆଜି ପୂର୍ବାହ୍ନରେ ଓପିଟିସିଏଲ୍ ଏବଂ ଅପରାହ୍ନରେ ଏସଏଲ୍‌ଡିସି ସଂକ୍ରାନ୍ତରେ ଜନଶୁଣାଣି କରିଥିଲେ। ଉଭୟ ସଂସ୍ଥା ବିଦ୍ୟୁତ ଦର ବୃଦ୍ଧି ଲାଗି ଦାବି ରଖିଥିବା ବେଳେ କମିସନଙ୍କ ଦ୍ବାରା ନିଯୁକ୍ତ ୱାର୍ଲଡ ଇନଷ୍ଟିଚ୍ୟୁଟ ଅଫ୍ ସଷ୍ଟେନବଲ୍ ଏନର୍ଜି (ଵାଇଜ୍) ପୁନେ ଏହାର ତର୍ଜମା କରିଥିଲେ।

ଓପିଟିସିଏଲ୍ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ପକ୍ଷଭୁକ୍ତ ଆପତ୍ତିକର୍ତ୍ତା (ଅବଜେକ୍ଟର) ଶ୍ରୀ ପଟ୍ଟନାୟକ ୧୯୯୫ ମସିହାର ବିଦ୍ୟୁତ୍ ସଂସ୍କାର କଥା ମନେ ପକାଇ ଦେଇଥିଲେ। ସେ କହିଥିଲେ ଯେ ଶକ୍ତି ବିଭାଗ ଓ ବିଜୁଳି ବିତରକଙ୍କର ଦକ୍ଷତା ଉପରେ ସଂସ୍କାରର ସଫଳତା ସମ୍ପୂର୍ଣ୍ଣ ନିର୍ଭର କରୁଛି। ଓପିଟିସିଏଲ୍‌ ଯେତେ ଅଧିକ ଦକ୍ଷ, ସ୍ବଚ୍ଛ ହେବ; ଗ୍ରାହକଙ୍କ ପ୍ରତି ଉତ୍ତରଦାୟୀ ହେବ ତାହାର ଫଳ ବିଦ୍ୟୁତ୍ ଦରରେ ସ୍ପଷ୍ଟ ପ୍ରତିଫଳିତ ହେବ। ଉପଭୋକ୍ତାମାନେ ମଧ୍ୟ ଓପିଟିସିଏଲ୍‌ ସମ୍ପର୍କରେ ଗୋଟିଏ ସକାରାତ୍ମକ ଧାରଣା ଅବଶ୍ୟ ରଖିବାକୁ ବାଧ୍ୟ ହେବେ। ହେଲେ ଉଦ୍‌ବେଗର ସହିତ କହିବାକୁ ପଡ଼ୁଛି ଯେ ଓପିଟିସିଏଲ୍‌ ଯେଉଁ ଶକ୍ତି ବିତରଣ କରୁଛି ଏବଂ ଯେଉଁ ପଦ୍ଧତି ଅନୁସରଣ କରୁଛନ୍ତି, ତାହା ଅନେକ ସମୟରେ କେନ୍ଦ୍ରୀୟ କିମ୍ବା ଅନ୍ୟ ରାଜ୍ୟ ତୁଳନାରେ ଭିନ୍ନ ହେଉଛି। ସେହିଭଳି ବିଜୁଳି ବିତରଣ(ଟ୍ରାନ୍ସମିସନ) ଜନିତ କ୍ଷତି କମାଇବା ଏବଂ ଉପଭୋକ୍ତାଙ୍କ ଉପରେ ଏଗୁଡ଼ିକର ଭାର କିଭଳି ନ ପଡ଼ିବ ସେଥିପାଇଁ କେହି ତତ୍ପର ନାହାନ୍ତି। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, ଉପଭୋକ୍ତାମାନଙ୍କୁ ଯେ ଗୁଣାତ୍ମକ ବିଜୁଳି ମିଳିପାରୁନି, ଏକଥା ମଧ୍ୟ ଆୟୋଗ ଓ ଅନ୍ୟ ସମସ୍ତ ସଂସ୍ଥା ସ୍ମରଣରେ ରଖିବା ଆବଶ୍ୟକ। ଯୁକ୍ତି ଦର୍ଶାଇ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ କ୍ୟାପଟିଭ୍‌ ପାଵାର ପ୍ଲାଣ୍ଟ କରିଥିବା ସଂସ୍ଥାମାନେ ଅଧିକାଂଶ ସମୟରେ ତାଙ୍କ ଆବଶ୍ୟକତାଠାରୁ ଅଧିକ ଶକ୍ତି ଉତ୍ପାଦନ କରୁଛନ୍ତି। ସେସବୁ ସେମାନେ ବିକ୍ରି କରୁଥିବେ ନିଶ୍ଚୟ। ହେଲେ ଏସବୁ କାହାକୁ ବିକ୍ରି ହେଉଛି, କେତେ ଅର୍ଥ ଆମେ ପାଉଛନ୍ତି, ଏସବୁର ହିସାବ ଓପିଟିସିଏଲ୍‌ କିମ୍ବା ଗ୍ରିଡକୋ ପାଖରେ ନାହିଁ। ଯେଉଁ ବିଜୁଳି ବିକ୍ରି ହେଉଛି ସେବାବଦକୁ କେତେ ଅର୍ଥ ମିଳୁଛି, ଆମ ଉପଭୋକ୍ତାଙ୍କୁ ଏ ଶସ୍ତା ବିଜୁଳି ମିଳିପାରନ୍ତା ନା ନାହିଁ, ଏସବୁ ସଂପର୍କରେ ଆୟୋଗ ମଧ୍ୟ ଗୁରୁତ୍ବ ଦେବା ଆବଶ୍ୟକ।

ସେହିଭଳି ଭିତ୍ତିଭୂମି ବାବଦରେ ଯେତେ ଅର୍ଥ ଖର୍ଚ୍ଚ ହୋଇଛି, ତାର ସିଂହଭାଗ ଓପିଟିସିଏଲ୍ ମାଧ୍ୟମରେ ବିିନିଯୋଗ ହୋଇଛି। ପ୍ରଥମତଃ, ଏତେ ସବୁ ଖୋଳତାଡ଼ କରିବା ପରେ ବି ଶକ୍ତି ବିଭାଗ ସହିତ ସଂଲଗ୍ନ କୌଣସି ସଂସ୍ଥା ଏହି ଅର୍ଥର ବିଶଦ ହିସାବ ଦେଇପାରୁନାହାନ୍ତି କି କେଉଁଠି କି ଭିତ୍ତିଭୂମି ସୃଷ୍ଟି ହେଲା, ସେ ତଥ୍ୟ ରଖିପାରୁନାହାନ୍ତି। ଦ୍ବିତୀୟତଃ, ଟାଟା କଂପାନି ମଧ୍ୟ ଏସବୁ ଭିତ୍ତିଭୂମିର ମାନ ନେଇ ସନ୍ତୁଷ୍ଟ ନୁହେଁ। ଏସବୁ ସଂପର୍କରେ ଆୟୋଗ ଅନୁଧ୍ୟାନ କରିବା କଥା ନା ନାହିଁ?

ଶ୍ରୀ ପଟ୍ଟନାୟକ କହିଥିଲେ, ଓପିଟିସିଏଲ୍‌ ଏତେ ବଡ଼ ସଂସ୍ଥା ହୋଇଥିଲେ ମଧ୍ୟ ଅଧା ପଦବି ଖାଲି ପଡ଼ିଛି। ୫୧୪୯ ଅନୁମୋଦିତ ପଦବି ମଧ୍ୟରୁ ୨୬୪୦ ଲୋକରେ କାମ ଚାଲିଛି। ଏମିତି କେମିତି ହେବ? ଏହି ଅବସରରେ ଖଣ୍ଡପଡ଼ା ବିଧାୟକ ହାତୀ ସୁରକ୍ଷା କଥା ଉଠାଇ କହିଥିଲେ, ବିଦ୍ୟୁତ୍‌ ତାର ଲାଗି ବିଭିନ୍ନ ସମୟରେ ହାତୀଙ୍କ ମୃତ୍ୟୁ ହେଉଥିବା ନଜରକୁ ଆସୁଛି। ଓଡ଼ିଶା ଦେଶରେ ବଦନାମ ମୁଣ୍ଡାଉଛି। ଏ ଦିଗରେ ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି। ଅନ୍ୟତମ ଆପତ୍ତିକର୍ତ୍ତା ତଥା ଉପଭୋକ୍ତା ମହାସଂଘ ସଭାପତି ରମେଶ ଚନ୍ଦ୍ର ଶତପଥୀ କହିଥିଲେ ଯେ ଓପିଟିସିଏଲ୍‌ ରାଜ୍ୟ ସରକାରଙ୍କର ଏକ ଲାଭ ଜନକ ସଂସ୍ଥ‌ା‌। ତା’ପରେ ବି ଏଭଳି ସଂସ୍ଥା ଟାରିଫ୍‌ ବୃଦ୍ଧି କରିବାକୁ କାହିଁକି ଆସୁଛନ୍ତି? ଲଗାତାର ୩ ବର୍ଷ ହେଲା ଯେତେ‌କି ଅର୍ଥ ଖର୍ଚ୍ଚ କରିବାକୁ ଓଇଆର୍‌ସି ଅନୁମତି ଦେଉଛନ୍ତି ତାହା ଖର୍ଚ୍ଚ କରିପାରୁ ନାହାନ୍ତି। ଏହା ଉପରେ ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି।

ସେପଟେ ଆଜି ବି ଶକ୍ତି ବିଶେଷଜ୍ଞ ରାମ ପ୍ରସାଦ ମହାପାତ୍ର ବିନା ଅଧ୍ୟକ୍ଷରେ ବିଦ୍ୟୁତ୍ ଧାର୍ଯ୍ୟ ସଂକ୍ରାନ୍ତ ଜନଶୁଣାଣିକୁ ବିରୋଧ କରିଥିଲେ। ଶୁଣାଣି ସ୍ଥଗିତ ରଖିବା ଲାଗି ଦାବି ଜଣାଇଥିଲେ। ଏଥିରେ ଶ୍ରୀ ଶତପଥୀ ସ୍ବର ମିଳାଇ କହିଥିଲେ ଯେ ସରକାର ସମ୍ଭବତଃ ଭାବି ନେଇଛନ୍ତି ଯେ ଓଇଆର୍‌ସି ତାଙ୍କର ଏକ ଅଧସ୍ତନ ସଂସ୍ଥା‌। କୁହାଗଲା ପରେ ବି କେହି ଉତ୍ତର ଦେଉନାହାନ୍ତି। ସତ୍ୟ ପ୍ରକାଶ ନନ୍ଦଙ୍କ ସମୟର ଗୋଟିଏ ଉଦାହରଣ ଦେଇ ଶ୍ରୀ ଶତପଥୀ ଆୟୋଗଙ୍କ କ୍ଷମତା କ’ଣ ରହିଛି, ସେ ନେଇ ସ୍ମରଣ କରାଇଥିଲେ। ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ଅକ୍ଷୟ ତ୍ରିପାଠୀ କହିଥିଲେ, ଗତ ୧୦ବର୍ଷ ମଧ୍ୟରେ ଗ୍ରିଡ୍‌ ସବ୍‌‌-ଷ୍ଟେସନ ଲାଇନ୍‌, ଏମ୍‌ଭିଏ କ୍ଷମତା ବୃଦ୍ଧି ପାଇଥିବାରୁ ସେହି ଅନୁଯାୟୀ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ଏବେ ୫୦%ରୁ ଅଧିକ ପଦବି ଖାଲି ପଡ଼ିଛି। ଟେକ୍ନିସିଆନ୍‌(ଆଇଟିଆଇ) ବର୍ଗରେ ୩୩୭୧ ଅନୁମୋଦିତ ପଦବି ମଧ୍ୟରୁ ୨୨୫୮ ଖାଲି ପଡ଼ିଛି। ଡିପ୍ଲୋମା ଇଞ୍ଜିନିୟରରେ ୨୮୨ରୁ ୧୦୪, ଡିଗ୍ରି ଇଞ୍ଜିନିୟରରେ ୧୪୪୯ରୁ ୫୦୯ ପଦବିରେ କେହି ନାହାନ୍ତି। ଗ୍ରିଡ୍‌ ଓ ଲାଇନ୍‌ ମରାମତିରେ କୌଣସି ଟେକ୍ନିସିଆନ୍‌ ନାହାନ୍ତି। ଗୋଟିଏ ସିଫ୍ଟରେ ମାତ୍ର ଜଣେ ଅପରେଟର ରହିଛନ୍ତି, ଯେତେବେଳେ କି ନିୟମ ଅନୁଯାୟୀ ଦୁଇଜଣ ରହିବା କଥା। ଏହାବ୍ୟତୀତ ମେରାମୁଣ୍ଡୁଳିଠାରୁ ଡୁବୁରି ପର୍ଯ୍ୟନ୍ତ ୪୦୦ କେଭି ଲାଇନ୍‌ କାର୍ଯ୍ୟ ଶେଷ ହେବାକୁ ୧୦ ବର୍ଷ ଲାଗିଗଲାଣି। ନବରଙ୍ଗପୁରର ଡାବୁଗାଁ, କଳାହାଣ୍ଡିର ଭବାନୀପାଟଣା, ବରଗଡ଼ର ପଦ୍ମପୁର, ସମ୍ବଲପୁର କୁଚିଣ୍ଡାଠାରେ ୧୩୨/୩୩ କେଭି ପ୍ରକଳ୍ପ ଶେଷ ଲାଗି ୮ବର୍ଷ ଲାଗିଗଲାଣି। ପାଣ୍ଡିଆବିଲ୍ଲିରୁ ସମାଗରା ପର୍ଯ୍ୟନ୍ତ ୨୨୦ କେଭି ଲାଇନ୍‌ ୨୦୧୯ ଫନି ବାତ୍ୟା ବେଳେ ପ୍ରଭାବିତ ହୋଇଥିଲା। ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନ ଥିବା ସେ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଶକ୍ତି ସମୀକ୍ଷକ ବିଭୁପ୍ରସାଦ ସ୍ବାଇଁ ଭାଗନେଇ ଇଏଚ୍‌ଟି କ୍ଷତି ରୋକିବା ଲାଗି ଓପିଟିସିଏଲ୍‌ର ତୃତୀୟ ପକ୍ଷ ଅଡିଟ୍ ଉପରେ ଗୁରୁତ୍ବ ଦେଇଥିଲେ। ଏଥସହିତ ବିଦ୍ୟୁତ୍ ଦର ଉଚ୍ଚା ରହିବା ଦ୍ବାରା ଉପଭୋକ୍ତାମା‌ନେ ବହୁ ପରିମାଣରେ କ୍ଷତି ସହୁଛନ୍ତି ବୋଲି ମତ ରଖି ଟାରିଫ୍‌ ବୃଦ୍ଧିକୁ ଆଦୌ ଗ୍ରହଣ କରିବୁ ନାହିଁ ବୋଲି କହିଥିଲେ। ଏହି ଆଲୋଚନାରେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ପ୍ରମୁଖ ଭାଗ ନେଇଥିଲେ। ଅପରାହ୍ଣରେ ଏସ୍‌ଏଲ୍‌ଡିସି ସଂପର୍କିତ ଶୁଣାଣି ବେଳେ ଆପତ୍ତିକର୍ତ୍ତା ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଭାଗନେଇ କହିଲେ ଏସ୍‌ଏଲ୍‌ଡିସିକୁ ସ୍ବାଧୀନତା ପ୍ରଦାନ ଲାଗି ଏହାକୁ ଓପିଟିସିଏଲ୍‌ଠାରୁ ଅଲଗା କରି ଏକ ସ୍ବତନ୍ତ୍ର ସରକାରୀ ସଂସ୍ଥାର ମାନ୍ୟତା ଦିଆଯିବା ଉଚିତ୍। ସେ କହିଥିଲେ ଯେ କ୍ୟାପ୍ଟିଭ୍ ପାଵାର ପ୍ଲାଣ୍ଟ ଗୁଡ଼ିକ ୨୩ ହଜାର ୭୪୦ ମେଗା ୟୁନିଟ୍‌ (୨୦୧୯-୨୦) ବଳକା ବିଦ୍ୟୁତ୍‌ ବାହାର ରାଜ୍ୟରେ ବିକ୍ରି କରୁଥିଲେ କେହି ଏ ନେଇ ଜାଣିପାରୁନାହାନ୍ତି। ଏହାଦ୍ବାରା ଓଡ଼ିଶା ସରକାର ବିଦ୍ୟୁତ୍‌ ଶୁଳ୍କ ହରାଉଛନ୍ତି। ଉଭୟ ଆଲୋଚନାରେ ଆୟୋଗଙ୍କ ସଦସ୍ୟ ସୁଶାନ୍ତ ମହାପାତ୍ର ମଧ୍ୟ ଅଂଶଗ୍ରହଣ କରି କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ଶୁଣାଣି ଆରମ୍ଭରେ ଉଭୟ ଓପିଟିସିଏଲ୍ ଓ ଏସ୍‌ଏଲ୍‌ଡ଼ିସି ପ୍ରାରମ୍ଭିକ ତଥ୍ୟ ଉପସ୍ଥାପନ କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।