ରାଜ୍ୟ

୨୦ରୁ ମାଟ୍ରିକ୍‌ ପରୀକ୍ଷା: ରାଜରାସ୍ତାରେ ରାତି କାଟୁଛନ୍ତି ଶିକ୍ଷକ

ଭୁବନେଶ୍ବର: ୨୦ ତାରିଖଠାରୁ ମାଟ୍ରିକ୍‌ ପରୀକ୍ଷା। ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ଶିକ୍ଷକ ଶିକ୍ଷୟିତ୍ରୀ ୧୧ ଦିନ ହେଲା ଲୋୟର ପିଏମ୍‌ଜିରେ ଅହୋରାତ୍ର ଗଣଧାରଣାରେ ବସିଛନ୍ତି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଆହ୍ବାନରେ ଚାଲିଥିବା ଆନ୍ଦୋଳନରେ ୩୦ ହଜାରରୁ ଅଧିକ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା‌ କର୍ମଚାରୀ ପ୍ରତ୍ୟେକ୍ଷ ନ ହେଲେ ପରୋକ୍ଷ ଭାବେ ସାମିଲ ହୋଇଛନ୍ତି। ୧୯ ତାରିଖ ସୁଦ୍ଧା ସରକାର ଯଦି ଦାବି ପୂରଣ ନ କରନ୍ତି ତେବେ ୨୦ ତାରିଖରୁ ଶିକ୍ଷକ ଶିକ୍ଷୟିତ୍ରୀ ମାଟ୍ରିକ୍‌ ପରୀକ୍ଷାରେ ଅହଯୋଗ କରିବା ଭଳି ନିଷ୍ପତ୍ତି ନେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି, ଏ ଆନ୍ଦୋଳନ କେବଳ ଶିକ୍ଷକଙ୍କର ବୃତ୍ତିଗତ ସମସ୍ୟା ପାଇଁ ନୁହେଁ, ସାଢ଼େ ୩ହଜାର ଶିକ୍ଷାନୁଷ୍ଠାନର ସୁରକ୍ଷା ସହିତ ଜଡ଼ିତ ରହିଛି। ୧୧ ଦିନ ହେଲା ଶିକ୍ଷକ ଶିକ୍ଷୟିତ୍ରୀ ଶାନ୍ତିପୂର୍ଣ୍ଣ ଗାନ୍ଧିମାର୍ଗରେ ଦିନରାତି ଧାରଣାରେ ବସି ରହିଛନ୍ତି। ବିଭିନ୍ନ ସମୟରେ ଆନ୍ଦୋଳନକୁ ପ୍ରଶମିତ କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ତାହା ପାଳନ ହେଉନାହିଁ। ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଆଜି ବି ରାଜ୍ୟ ସରକାର ଖେଳିବାରେ ବ୍ୟସ୍ତ ଅଛନ୍ତି। ଅନେକ ଥର ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ପରେ ଯଦି ସମସ୍ୟା ସମାଧାନର ସୂତ୍ର ବାହାରି ନପାରେ ତା’ଠାରୁ ଦୁର୍ଭାଗ୍ୟର ବିଷୟ କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସଂଘ ପକ୍ଷରୁ କୁହାଯାଇଛି ଯେ କାଳକ୍ଷେପଣ ନୀତି ପରିତ୍ୟାଗ କରି ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କରନ୍ତୁ। ଶିକ୍ଷକ ଓ କର୍ମଚାରୀଙ୍କ ଧୈର୍ଯ୍ୟକୁ ଆଉ ପରୀକ୍ଷା ନକରି ଅଧିକାର ଫେରାଇ ଦିଅନ୍ତୁ। ନ ହେଲେ ପରବର୍ତ୍ତୀ ସମୟରେ ଯେଉଁ ଅପ୍ରିତିକର ପରିସ୍ଥିତି ଉପୁଜିବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଚେତାବନୀ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।