ଅପରାଧ ରାଜ୍ୟ

୨ଟି ପୁଅ ଓ ୨ଟି ଝିଅ ଥାଇ ମଧ୍ୟ ସ୍ତ୍ରୀର ପରକିଆ ପ୍ରୀତି, ରାସ୍ତାରୁ ହଟାଇବା ପାଇଁ ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗ

ଜଟଣୀ, ୨୩।୦୬: ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଅନ୍ତର୍ଗତ ବିଦ୍ୟାଧରପୁର ପାହାଡ ନିକଟ କାଜୁ ଜଙ୍ଗଲରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତକ ଜଟଣୀ ଥାନା ଅନ୍ତର୍ଗତ ନୂଆଗାଁ ଗାନ୍ଧି ନଗରର ଗୋପାଳ ନାୟକ । ବାହାହେବା ପରଠାରୁ ଗୋପାଳ ଶ୍ୱଶୁର ଘର ଗୟାଳବାଙ୍କରେ ରହୁଥିଲେ । ବାରଙ୍ଗ ପୋଲିସ ମୃତକଙ୍କ ଶବ ଜବତ କରି ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ କରୁଛି । ଉପଯୁକ୍ତ ନ୍ୟାୟ ପାଇବା ନେଇ ମୃତକଙ୍କ ପରିବାରବର୍ଗ ଦାବି କରିଛନ୍ତି ।

ପରକିଆ ପ୍ରୀତିକୁ ନେଇ ହତ୍ୟାକାଣ୍ଡ ହୋଇଥିବା ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ମୃତ ଗୋପାଳ ବାଆରା ସ୍ଥିତ ଏକ ଆଶ୍ରମରେ ସହାୟକ ରୁପେ କାର୍ଯ୍ୟ କରୁଥିଲେ । ଗୋପାଳ ମଙ୍ଗଳବାର କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ତାଙ୍କର ବାଇକ ଗତକାଲି ବିଦ୍ୟାଧରପୁର ପାହାଡ ନିକଟସ୍ଥ କାଜୁ ଜଙ୍ଗଲରେ ପଡିଥିଲା। ପୋଲିସ ବାଇକକୁ ସନ୍ଧ୍ୟାରେ ଥାନାକୁ ନେଇଥିଲା । ବୁଧବାର ସକାଳୁ ବାରଙ୍ଗ ପୋଲିସ କାଜୁ ଜଙ୍ଗଲରେ ଖୋଜା ଖୋଜି କରିବା ପରେ ଗୋପାଳର ମୃତଦେହ ଏକ ବୁଦା ଭିତରେ ପଢିଥିବାର ପାଇଥିଲେ। ଖବର ପାଇ ଗୋପାଳର ଶ୍ୱଶୁର ଘର ଲୋକେ ଶବକୁ ଚିହ୍ନଟ କରିଥିଲେ।

ଗୋପାଳଙ୍କର ୨ଟି ଝିଅ ୨ଟି ପୁଅ ଥାଇ ମଧ୍ୟ ତାଙ୍କ ସ୍ତ୍ରୀର ଜଣେ ଯୁବକଙ୍କ ସହିତ ପରକିଆ ପ୍ରୀତି ରହିଥିଲା । ଯାହାକୁ ଗୋପାଳ ପ୍ରତିବାଦ କରୁଥିଲା । ଗତ ୧୫ ଦିନ ତଳେ ସ୍ତ୍ରୀ କେଉଁଆଡେ ଚାଲିଯାଇଥିବା ଗୋପାଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗୋପାଳକୁ ଫୋନ ଯୋଗେ ବାରମ୍ବାର ହତ୍ୟା ଧମକ ମିଳିଥିଲା । ଶବ ପଡିଥିବା ଘଟଣା ସ୍ଥଳରେ ଏକ ଲେଡିଜ୍‌ ଚପଲ ପଡିଥିବା ଦେଖି ଗୋପାଳଙ୍କ ଭଉଣୀ ଚପଲକୁ ଚିହ୍ନି ଏଇ ଚପଲ ଗୋପାଳଙ୍କ ସ୍ତ୍ରୀର ବୋଲି ପୋଲିସକୁ କହିଥିଲେ । ମୋ ଭାଇକୁ ଷଡଯନ୍ତ୍ର କରି ମାରି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଗୋପାଳଙ୍କ ସ୍ତ୍ରୀର ଫୋନ ବନ୍ଦ ଥିବାରୁ ପରିବାର ଲୋକଙ୍କ ସନ୍ଦେହ ବଢିଛି ।

ତେବେ ଏ ନେଇ ବାରଙ୍ଗ ପୋଲିସର ତଦନ୍ତ ଜାରି ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଗୋପାଳ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି । ଏପଟେ ମୃତକଙ୍କ ପରିବାରବର୍ଗ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।