ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

୨ଟି ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ଚାଳକ ଫେରାର

ଚାନ୍ଦବାଲି ୨୨।୬: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସଦର ପଟ୍ରୋଲ ପମ୍ପ୍ ନିକଟରେ ୨ଟି ଚୋରା କୋଇଲା ବୋଝେଇ ପିକଅପ୍‌ ଭ୍ୟାନକୁ ଜବଦ କଲା ଚାନ୍ଦବାଲି ପୋଲିସ । ଚାନ୍ଦବାଲି ଥାନା ଅଧିକାରୀ କରୁଣାକର ରାଉତ ବୁଧବାର ବଳମ୍ବିତ ରାତିରେ ୨ଟି ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍‌କୁ ଜବତ କରିଛି । କୋଇଲା ଗାଡ଼ି ଧାମରା ରେଳପଥରୁ ଚୋରା କୋଇଲା ନେଇ ଯଶୀପୁର ଅଞ୍ଚଳରୁ ବାହାରି ଚାନ୍ଦବାଲି ଆସୁଥିବା ସମୟରେ ଚାନ୍ଦବାଲି ପୋଲିସ ଖବର ପାଇ ଚୋରା କୋଇଲା ଗାଡିକୁ ଚାନ୍ଦବାଲି ପଟ୍ରୋଲ ପମ୍ପ ନିକଟରୁ ଗାଡ଼ିକୁ ଧରିଥିଲେ । ପୋଲିସକୁ ଦେଖି ପିକଅପ୍ ଭ୍ୟାନ୍ ଚାଳକ ଫେରାର ହୋଇଯାଇଥିଲେ । ଗାଡିକୁ ଧରିବା ପରେ ଚାନ୍ଦବାଲି ପୋଲିସ ଥାନାକୁ ଆଣି ଅଧିକ ତଦନ୍ତ କରୁଛି । ଏନେଇ ଚାନ୍ଦବାଲି ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।