ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

୧ ଲିଟର ପାଣି ମୂଲ୍ୟରେ କିଣି ହେବ ବିରାଟ ଘର, ଦାମ୍‌ ଯେମିତି ଗୁଣ ବି ସେମିତି

ନୂଆଦିଲ୍ଲୀ ୧୩/୧୦: ଦୁନିଆରେ ଏମିତି ମଦ ଅଛି ଯାହାର ଦାମ ବହୁତ ଅଧିକ। କିନ୍ତୁ କେବେ ଶୁଣିଛନ୍ତି ପିଇବା ପାଣିର ଗୋଟିଏ ବୋତଲର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବ। ତେବେ ଜାଣିରଖନ୍ତୁ ବିଶ୍ବରେ ଏମିତି ମହଙ୍ଗା ପାଣି ଅଛି ଯାହାର ଗୋଟିଏ ବୋତଲର ଦାମ ଯେତିକି ସେହି ମୂଲ୍ୟରେ ବହୁ ବଡ଼ ସହରରେ 2 BHK ଫ୍ଲାଟ୍‌ କିଣିହେବ।

୭୫୦ ଏମଏଲ୍‌ ପାଣିର ମୂଲ୍ୟ ୪୫ ଲକ୍ଷ ଟଙ୍କା

ଦୁନିଆର ସବୁଠୁ ଦାମୀ ପାଣିର ନାଁ Acqua di Cristallo Tributo a Modigliani । ଏହାର ଗୋଟିଏ ବୋତଲର ଦାମ୍‌ ୪୫ ଲକ୍ଷ ଟଙ୍କା। ଗୋଟିଏ ବଟଲ୍‌ରେ ଏକ ଲିଟର ପାଣି ବି ରହୁନାହିଁ। ଏହି ବୋତଲରେ ୭୫୦ ମିଲିଲିଟର ପାଣି ରହେ। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବିକ, ଆକ୍ବା ଦି କ୍ରିଷ୍ଟାଲୋ ଟ୍ରାଇବୁଟୋ ଏ ମୋଡିଗିଲାନି ପାଣିର ଏକ ବୋତର ଦାମ ୬୦ ହଜାର ଡଲାର ଅର୍ଥାତ ୪୫ ଲକ୍ଷ ଟଙ୍କାରୁ ଅଧିକ। ଏହି ପାଣି ଫ୍ରାନ୍ସ ଏବଂ ଫିଜିରେ ମାଟି ତଳେ ଥିବା ଏକ ନ୍ୟାଚୁରାଲ ସ୍ପ୍ରିଙ୍ଗରୁ ବାହାରୁଛି ।

କାହିଁକି ଦାମ ଏତେ ?

ପାଣି ବୋତଲର ଦାମ ଏତେ ଅଧିକ ପଛର କାରଣ ବି ରହିଛି । ଏହାର ଗୋଟିଏ କାରଣ ହେଉଛି ବୋତଲ । ଯାହାକି ୨୪ କ୍ୟାରେଟ୍‌ ସୁନାରେ ପ୍ରସ୍ତୁତ ହୋଇଛି । ଏହାକୁ ଦୁନିଆର ବେଷ୍ଟ ବଟଲ ଡିଜାଇନର ଫର୍ନାଡୋ ଆଲ୍ଟାମିରାନୋ ଡିଜାଇନ୍‌ କରିଛନ୍ତି । ବୋତଲ ବ୍ୟତୀତ ଏହି ପାଣିର ସ୍ବାଦ ସାଧାରଣ ପିଇବା ପାଣିଠୁ ବିଲକୁଲ ନିଆରା। ସାମାନ୍ୟ ପାଣି ତୁଳନାରେ ଏହି ପାଣିରେ ବହୁ ଗୁଣ ଅଧିକ ଏନର୍ଜି ରହିଛି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ