ରାଜ୍ୟ ସ୍ପେଶାଲ ରିପୋର୍ଟ

୧୯ ବର୍ଷ ପରେ ଜେଲରୁ ମୁକୁଳିବେ ଅଭିଯୁକ୍ତ

କଟକ : ଆଜୀବନ କାରାଦଣ୍ଡ ଭୋଗ କରୁଥିବା ଜଣେ ବ୍ୟକ୍ତି ୧୯ ବର୍ଷପରେ ଜେଲରୁ ମୁକୁଳିବାକୁ ଯାଉଛନ୍ତି।

ପତ୍ନୀଙ୍କୁ ହତ୍ୟା ଅଭିଯୋଗ ମାମଲାରେ ନିମ୍ନ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ସନ୍ତୋଷ କୁମାର ନାୟକ ଆଜୀବନ ସଶ୍ରମ କାରାଦଣ୍ଡ ଭୋଗ କରୁଥିଲେ। ୨୦୦୫, ଫେବ୍ରୁଆରି ୧୯ରେ ସନ୍ତୋଷଙ୍କୁ ପତ୍ନୀଙ୍କ ହତ୍ୟା ମାମଲାରେ କେନ୍ଦୁଝର ଆଡ୍‌-ହକ୍ ଅତିରିକ୍ତ ଦୌରା ଜଜ୍ (ଫାଷ୍ଟ ଟ୍ରାକ୍) ଅଦାଲତ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ସନ୍ତୋଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଦେବବ୍ରତ ଦାଶ ଓ ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସନ୍ତୋଷଙ୍କ ଆବେଦନର ଶୁଣାଣି କରି ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ସନ୍ତୋଷଙ୍କୁ ନି‌ର୍ଦ୍ଦୋଷରେ ହାଇକୋର୍ଟ ଖଲାସ କରିଛନ୍ତି। ଏହି ହତ୍ୟାକାଣ୍ଡର କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିବା ବେଳେ ପାରିପାର୍ଶ୍ବିକ ପ୍ରମାଣକୁ ଆଧାର କରି ନିମ୍ନ ଅଦାଲତ ସନ୍ତୋଷଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କିନ୍ତୁ କୌଣସି ଉପଯୁକ୍ତ ପ୍ରମାଣ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ନାହିଁ ଦର୍ଶାଇ ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟ ଖାରଜ କରିଛନ୍ତି।

୨୦୦୩, ସେପ୍ଟେମ୍ବର ୯ରେ ନମକାନି ଗାଁର ୱାର୍ଡ ମେମ୍ବର ତେ‌ଲକୋଇ ଥାନାରେ ଦେଇଥିବା ଏତଲାରେ ଦର୍ଶାଯାଇଥିଲା ଯେ ସକାଳ ପ୍ରାୟ ୭ଟା ସମୟରେ ପତ୍ନୀ ଫୁଲ ନାୟକଙ୍କୁ ସନ୍ତୋଷ ଏକ ଟାଙ୍ଗିଆ‌ରେ ହତ୍ୟା କରିଥିଲେ। ସନ୍ତୋଷଙ୍କୁ ପୁଲିସ ଗିରଫ କରିବା ସହିତ ତାଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ଅଦାଲତରେ ମାମଲାର ଶୁଣାଣି ସମୟରେ ୧୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।