ଖେଳ ଦେଶ ବିଦେଶ ରାଜ୍ୟ

୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌: ହେମନ୍ତଙ୍କ ଦ୍ବିଶତକ, ୩୦୮ ରନ୍‌ରେ ଜିତିଲା ରାଉରକେଲା ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଓ କିଟ୍‌ ବିଜୟୀ

କଟକ: ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାରେ ଗୁରୁବାର ଦ୍ବିତୀୟ ଦ୍ବିଶତକ ଦେଖିବାକୁ ମିଳିଛି। ପ୍ରଥମେ ଯାଜପୁରର ସାଵନ ପାହାଡ଼ିଆ (ଅପରାଜିତ ୨୦୪) ଦ୍ବିଶତକ ଜମାଇଥିଲା ବେଳେ ଗୁରୁବାର ରାଉରକେଲାର ହେମନ୍ତ ନାୟକ (୨୦୯ ରନ୍‌) ଦ୍ବିଶତକୀୟ ପାଳି ଖେଳିଛନ୍ତି। ବିଡ଼ାନାସୀ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରାଉରକେଲା ୩୦୮ ରନ୍‌ର ବୃହତ୍‌ ବ୍ୟବଧାନରେ ରାୟଗଡ଼ାକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟି˚ ନେଇଥିବା ରାଉରକେଲା ୩ ଵିକେଟ୍‌ ବିନିମୟରେ ୩୭୩ ରନ୍‌ କରିଥିଲା। ଅଧିନାୟକ ହେମନ୍ତ ନାୟକ ଓ ସ୍ନେହଲ ସାମନ୍ତରାୟ ତୃତୀୟ ୱିକେଟ୍‌ରେ ୨୮୯ ରନ୍‌ର ଭାଗୀଦାରି ଗଢ଼ିଥିଲେ। ପ୍ରତିଯୋଗିତାର ଦ୍ବିତୀୟ ଦ୍ବିଶତକ ଅର୍ଜନ କରିଥିବା ହେମନ୍ତ ୪୯ ତମ ଓଭରରେ ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଆଉଟ ହେବା ବେଳକୁ ହେମନ୍ତ ୧୪୯ ବଲ୍‌ରୁ ୨୩ ଚୌକା ଓ ୬ ଛକା ସହାୟତାରେ ୨୦୯ ରନ୍‌ କରିଥିଲେ। ସ୍ନେହଲ ୮୭ ରନ୍‌ରେ ଅପରାଜିତ ରହିଥିଲେ। ଜବାବରେ ରାୟଗଡ଼ା ୨୫ ଓଭରରେ ୬୫ ରନ୍‌ କରି ସମସ୍ତ ଵିକେଟ୍‌ ହରାଇଥିଲା। ବିଜୟୀ ଦଳ ପାଇଁ ବସନ୍ତ ରାଥୋଡ଼ ୫, ଗୌତମ ସୁନା ୨ ଵିକେଟ୍‌ ପାଇଥିଲେ।

ରେଭେନ୍ସା ପଡ଼ିଆରେ ଗଞ୍ଜାମ ୩ ଵିକେଟରେ ଖୋର୍ଦ୍ଧାକୁ ହରାଇଛି। ଦେବବ୍ରତ ପ୍ରଧାନଙ୍କ ୪୨ ରନ୍‌ ସହାୟତାରେ ପ୍ରଥମେ ବ୍ୟାଟି˚ କରିଥିବା ଖୋର୍ଧା ୧୧୫ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଓମ୍‌ ମୁଣ୍ତେ ୬ ଏବଂ ଆଶିଷ ଦଳାଇ ୨ ଵିକେଟ୍‌ ଅକ୍ତିଆର କରିଥିଲେ। ଗଞ୍ଜାମ ଏହି ଲକ୍ଷ୍ୟକୁ ପିଛା କରି ୪୫ ଓଭରରେ ୭ ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଥିଲା। ଅ˚ଶୁମାନ ସାମନ୍ତ ୨୨, ତାଜ ବେଗ୍‌ ୨୬* ରନ୍‌ କରିଥିଲେ।
ନିମପୁର ଷ୍ଟାଡିୟମରେ ଝାରସୁଗୁଡ଼ା ୧୦୨ ରନ୍‌ରେ ନୟାଗଡ଼କୁ ପରାସ୍ତ କରିଛି। ଝାରସୁଗୁଡ଼ା ଧନଞ୍ଜୟ ଯାଦବଙ୍କ ୯୫, ଅନୁରାଗ ସି˚ହଦେଓଙ୍କ ୪୧ ରନ୍‌ ସହାୟତାରେ ୯ ଵିକେଟ୍‌ ହରାଇ ୨୪୬ ରନ୍‌ କରିଥିଲା। ସଚିନ ଶତପଥି ୩ ଵିକେଟ୍‌ ନେଇଥିଲେ। ଜବାବରେ ନୟାଗଡ଼ ୪୫.୧ ଓଭରରେ ସମସ୍ତ ଵିକେଟ୍‌ ହରାଇ ୧୪୪ ରନ୍‌ କରିପାରିଥିଲା। ଝାରସୁଗୁଡ଼ା ପାଇଁ ଧନଞ୍ଜୟ ଯାଦବ ଅଲରାଉଣ୍ତ ପ୍ରଦର୍ଶନ କରି ୪ ଵିକେଟ୍‌ ଅକ୍ତିଆର କରିଥିଲା ବେଳେ ସୁଜିତ ଠାକୁର ୩ ଵିକେଟ୍‌ ପାଇଥିଲେ।

ରେଭେନ୍ସା ୨ ନମ୍ବର ପଡ଼ିଆରେ କେନ୍ଦୁଝର ୧୮୯ ରନ୍‌ରେ ବୌଦ୍ଧକୁ ହରାଇଛି। କେନ୍ଦୁଝର ୬ ଵିକେଟ୍‌ ବିନିମୟରେ ୨୭୦ ରନ୍‌ କରିଥିଲା। ଅଭିଷେକ ହୋତା ୬୬, ରୁତୁରାଜ ମହାନ୍ତି ୮୦* ଓ ବିପୁଲ ରାଉତ ୫୧* ରନ୍‌ ଯୋଡ଼ିଥିଲେ। ଲୋକେଶ ସାହୁ ଓ ଶୋଭନଦେବ ବେହେରା ୨ ଵିକେଟ୍‌ ଲେଖାଏଁ ନେଇଥିଲେ। ଜବାବରେ ବୌଦ୍ଧ ୮୧ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ଶୋଭନ ଦେବ ବେହେରା (୧୪) ଏକମାତ୍ର ଖେଳାଳି ଭାବେ ଦୁଇ ଅଙ୍କ ଛୁଇଁଥିଲେ। ବିଜୟୀ ଦଳର ଆଶୁତୋଷ ରାଏ ୩ ଵିକେଟ୍‌ ନେଇଥିଲେ। ବୋସ ପଡ଼ିଆରେ ସୁନ୍ଦରଗଡ଼ ୧୮ ରନ୍‌ରେ ମାଲକାନଗିରିକୁ ହରାଇଛି। ସୁନ୍ଦରଗଡ଼ ୨୫.୩ ଓଭରରେ ସମସ୍ତ ଵିକେଟ୍‌ ହରାଇ ୧୦୬ ରନ୍‌ କରିଥିଲା। ଦେବ ମିଶ୍ର ସର୍ବାଧିକ ୪୧ ରନ୍‌ କରିଥିଲା ବେଳେ ବିପକ୍ଷ ଦଳର ପ୍ରତ୍ୟୁଷ କୁମାର ପୁରୋହିତ ୪, ଦଷୁ ସନ୍ଧି ଓ ସେଲଟନ ଖୋସଲା ୨ ଵିକେଟ୍‌ ଲେଖାଏଁ ନେଇଥିଲେ। ଜବାବରେ ମାଲକାନଗିରି ୨୧.୫ ଓଭରରେ ସମସ୍ତ ଵିକେଟ୍‌ ହରାଇ ୮୮ ରନ୍‌ କରିପାରିଥିଲା। ପ୍ରତ୍ୟୁଷ ପୁରୋହିତ ୪୫ ରନ୍‌ କରିଥିଲେ। ସୁନ୍ଦରଗଡ଼ର ରାହୁଲ ରାଏ ୪, ଆକାଶ ଶୈଖ ୩ ଵିକେଟ୍‌ ଅକ୍ତିଆର କରିଥିଲେ।

ଡ୍ରିମ୍ସ ପଡ଼ିଆରେ କିଟ୍‌ ୬୯ ରନ୍‌ରେ ପାରାଦ୍ବୀପକୁ ପରାସ୍ତ କରିଛି। କିଟ୍‌ ୯ ଵିକେଟ୍‌ ବିନିମୟରେ ୨୩୯ ରନ୍‌ କରିଥିଲା। ରମଣି ଜେନା ୪୯, ନାବିଦତ୍ୟ ମଲ୍ଲିକ ୪୦, ଗୌରିଶ ପାତ୍ର ୩୦ ରନ୍‌ କରିଥିଲା ବେଳେ ପାରାଦ୍ବୀପର ସୁମିତ ପ୍ରସାଦ ୨ ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ପାରାଦ୍ବୀପ ୧୭୦ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ଉଦୟ ସବ୍ୟସାଚ୍ଚୀ ଜଟଙ୍କ ୬୫ ରନ୍‌ ବେକାର ଯାଇଥିଲା। ସରୋଜ ଦଳେଇ, ରିଶି ତ୍ରିପାଠୀ, ଗୌରିଶ ପାତ୍ର ଦୁଇ ଵିକେଟ୍‌ ଲେଖାଏଁ ନେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ