ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୧୯୭୯ରୁ ବଢ଼ୁଛି ଗ୍ରୀଷ୍ମ ପ୍ରବାହ, ଅସହ୍ୟ ହେଉଛି

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମଗ୍ର ପୃଥିବୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦୀର୍ଘ ସମୟ ଧରି ପ୍ରବାହିତ ହେଉଛି। ଫଳରେ ଲୋକମାନେ ଅଧିକ ସମୟ ଧରି ମାତ୍ରାଧିକ ଉତ୍ତାପରେ ସନ୍ତୁଳି ହେଉଛନ୍ତି। ‘ସାଇନ୍ସ ଆଡଭାନ୍ସ’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ୧୯୭୯ ପରଠାରୁ ଅଧିକ ଲୋକ ଅଧିକ ସମୟ ଗରମ ଭୋଗୁଛନ୍ତି ଏବଂ ଏହି ଗ୍ରୀଷ୍ମ ପ୍ରବାହ ୬୭% ଅଧିକ ଥର ଘଟୁଛି। ଅଧ୍ୟୟନରୁ ଆହୁରି ଜଣାପଡିଛି ଯେ ୪୦ ବର୍ଷ ପୂର୍ବ ତୁଳନାରେ ଗ୍ରୀଷ୍ମ ପ୍ରବାହରେ ସର୍ବାଧିକ ବୃଦ୍ଧି ଘଟିଛି। ଉତହ ଷ୍ଟେଟ୍ ୟୁନିଭର୍ସିଟିର ସହ-ଲେଖକ ତଥା ଜଳବାୟୁ ବୈଜ୍ଞାନିକ ୱେଇ ଝାଙ୍ଗ ଏବଂ ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟର ଗାବ୍ରିଏଲ ଲାଉ କହିଛନ୍ତି ଯେ ସମ୍ପ୍ରତି ଗ୍ରୀଷ୍ମ ପ୍ରବାହ ପୂର୍ବାପେକ୍ଷା ଅଧିକ ଦୀର୍ଘ ଓ ଅସହ୍ୟ ହୋଇଛି। ୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ବିଶ୍ୱରେ ଗ୍ରୀଷ୍ମ ପ୍ରବାହ ହାରାହାରି ୮ ଦିନ ରହୁଥିଲା। କିନ୍ତୁ ୨୦୧୬ରୁ ୨୦୨୦ ଯାଏ ଏହା ପ୍ରାୟ ୧୨ ଦିନ ପର୍ଯ୍ୟନ୍ତ ରହିଥିଲା ବୋଲି ଅଧ୍ୟୟନରେ କୁହାଯାଇଛି। ବିଶେଷ କରି ଦୀର୍ଘସ୍ଥାୟୀ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୟୁରୋସିଆ (ୟୁରୋପ ଓ ଏସିଆ) ଅଧିକ ପ୍ରଭାବିତ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି। ଆଫ୍ରିକାରେ ଗ୍ରୀଷ୍ମ ପ୍ରବାହ ସବୁଠାରୁ ଅଧିକ ମନ୍ଥର ହୋଇଥିବା ବେଳେ ଉତ୍ତର ଆମେରିକା ଓ ଅଷ୍ଟ୍ରେଲିଆରେ ତାପମାତ୍ରା ଓ କ୍ଷେତ୍ରଫଳ ହିସାବରେ ସବୁଠାରୁ ଅଧିକ ବୃଦ୍ଧି ଘଟିଛି। କୋଇଲା, ତୈଳ ଓ ପ୍ରାକୃତିକ ଗ୍ୟାସ ଜଳିବା ଦ୍ୱାରା ଅଧିକ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ହେଉଛି। ଫଳରେ ଜଳବାୟୁ ପରିବର୍ତ୍ତନ ଓ ଗ୍ରୀଷ୍ମପ୍ରବାହ ଅଧିକ ଭୟଙ୍କର ହେଉଛି ବୋଲି ଗବେଷକମାନେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ