ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୧୯୭୮ରେ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ ପାୱାର

ମୁମ୍ବାଇ : ଅଜିତ ପାୱାର ଏନସିପିରେ ବିଦ୍ରୋହ କରି ଗତକାଲି ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା କେବଳ ଗତବର୍ଷ ଶିବ ସେନାରେ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଘଟଣାର ସ୍ମୃତିକୁ ତାଜା କରିନାହିଁ ବରଂ ୪୫ ବର୍ଷ ପୂର୍ବେ ନିଜେ ଶରଦ ପାୱାର କରିଥିବା ବିଦ୍ରୋହର ସ୍ମୃତିକୁ ଉଜ୍ଜୀବିତ କରିଛି।

୧୯୭୮ ମସିହାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ (ଏସ୍‌)କୁ ୬୯ଟି ଆସନ, କଂଗ୍ରେସ (ଆଇ)କୁ ୬୫ଟି ଆସନ ମିଳିଥିଲା। ଜନତା ପାର୍ଟିକୁ ସର୍ବାଧିକ ୯୯ ଆସନ ମିଳିଥିଲେ ମଧ୍ୟ କୌଣସି ଦଳ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନଥିଲେ। ଏଭଳି ସ୍ଥିତିରେ କଂଗ୍ରେସ ଏସ୍‌ ଏବଂ କଂଗ୍ରେସ ଆଇ ମିଶି ସରକାର ଗଠନ କରିଥିଲେ। କଂଗ୍ରେସ ଏସ୍‌ର ବସନ୍ତଦାଦା ପାଟିଲ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଆଇର ନାସିକରାଓ ତିରପୁଡ଼େ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଶରଦ ପାୱାର ବିଦ୍ରୋହ କରି ୩୮ କଂଗ୍ରେସ ବିଧାୟକଙ୍କ ସହିତ ବାହାରି ଆସି ଜନତା ପାର୍ଟି ସହ ମିଶି ନୂଆ ସରକାର ଗଠନ କରିଥିଲେ। ସେତେବେଳେ ସେ ୩୮ ବର୍ଷ ବୟସରେ ମହାରାଷ୍ଟ୍ରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୭୮ ମସିହାରେ ଶରଦ ପାୱାର ଯୁବକ ଥିବା ସମୟରେ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ହେବାର ସ୍ବାଦ ଚାଖିଥିଲେ। ଏହାପରେ ସେ ରାଜନୀତିରେ ଅନେକ ସଫଳତା ପାଇଛନ୍ତି। କିନ୍ତୁ ଏବେ ପରିଣତ ବୟସରେ ସେ ଦଳର ମୁଖ୍ୟ ଥିବାବେଳେ ପୁତୁରାଙ୍କ ବିଦ୍ରୋହ ତାଙ୍କ ନିଦ ହଜାଇ ଦେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ