ଅପରାଧ ରାଜ୍ୟ

୧୮ ମାସର ଛୁଆକୁ କେନାଲ୍‌କୁ ଫୋପାଡ଼ି ପଳାଉଥିଲା ବାପା: ଉଦ୍ଧାର କରି ଜୀବନ ଦେଲେ କାଉଡ଼ିଆ

କୁରୁକ୍ଷେତ୍ର: ହରିଆଣାର କୁରୁକ୍ଷେତ୍ରରେ ଦେଖିବାକୁ ମିଳିଛି ଏକ ଅଭାନୀୟ ଘଟଣା। ଜଣେ ବ୍ୟକ୍ତି ନିଜର ୧୮ ମାସର ପିଲାକୁ କେନାଲ୍‌କୁ ଫିଙ୍ଗିବା ସହ ଏ ସଂପର୍କରେ ଲୁଧିୟାନାରେ ଥିବା ତା’ ସ୍ତ୍ରୀକୁ ଫୋନ୍‌ କରି ଖବର ଦେଇଥିଲା। ଈଶ୍ବରଙ୍କ କୃପାରୁ ସେଠାରେ ଥିବା ଅନ୍ୟ ଜଣେ ବ୍ୟକ୍ତି କେନାଲ୍‌ ଭିତରକୁ ଡେଇଁ କୁନି ଝିଅଟିକୁ ଉଠାଇ ଆଣିବାରୁ ତା’ର ଜୀବନ ବଞ୍ଚିଯାଇଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ପିହୋବାର ବାସିନ୍ଦା ବଲାକର ସିଂହ ଜୁଲାଇ ୧୨ ତାରିଖରେ ନିଜ କଅଁଳ ଝିଅକୁ ଜ୍ୟୋତିଷର ପାଖରେ ଏକ କେନାଲ୍‌କୁ ଫିଙ୍ଗି ଦେଇ ଚାଲି ଯାଉଥିଲା। ଏହି ଘଟଣାର ତଦନ୍ତ କରି ପୁଲିସ୍‌ ବଲାକର ସହ ତା’ ଭାଇ କୁଲଦୀପକୁ ବି ଗିରଫ କରିଛି। ତେବେ ବଲାକର ନିଜ ଝିଅକୁ ଫୋପାଡ଼ିବା ବେଳେ ସେଠାରେ ଜଣେ କବାଡ଼ିଆ ଉପସ୍ଥିିତ ଥିଲେ। ସେ ତୁରନ୍ତ କେନାଲ୍‌ ଭିତରକୁ ପଶି ପିଲାଟିକୁ ଟେକି ଆଣିଥିଲେ।

ତେବେ କୁନି ଝିଅର ବାପା ତାକୁ କେନାଲ୍‌ରେ ଫିଙ୍ଗିଦେବା ପରେ ବାଇକ୍‌ ନେଇ ଭାଗିକି ପଳାଇ ଯାଇଥିଲା। ସେଠାରେ ଥିବା କବାଡ଼ିଆ କୁନି ଝିଅକୁ ଉଦ୍ଧାର କରି ରାଓଗଡ଼ ଗାଁରେ ଥିବା ଏକ କବାଡ଼ିଆ କେନ୍ଦ୍ରକୁ ନେଇ ଯାଇଥିଲେ। କେନ୍ଦ୍ରର ପ୍ରଭାରୀ ପିଲାଟିକୁ ରଖିବା ପରେ ପୁଲିସ୍‌କୁ ସୂଚନା ଦେଇଥିଲେ। ଯାହାପରେ ଶିଶୁଟିକୁ ଜ୍ୟୋତିସର ପୁଲିସ୍‌କୁ ଦିଆଯାଇଥିଲା। ଏବେ ଶିଶୁଟିର ହସ୍ପିଟାଲ୍‌‌ରେ ଚିକିତ୍ସା କରାଯାଉଛି।

ଅଭିଯୁକ୍ତର ୨ ଝିଅ ହୋଇଥିବାରୁ ସେ ଦୁଇ ଜଣଙ୍କୁ ମାରିଦେବାକୁ ଚାହୁଁଥିଲା। ନିଜର ସାନ ଝିଅକୁ ‌ଫୋପାଡ଼ିବା ପରେ ପତ୍ନୀକୁ ଫୋନ୍‌ କରି ଏ ବିଷୟରେ କହିଥିଲା। ଯଦି ପତ୍ନୀ ଏକଥା ନେଇ ପ୍ରତିବାଦ କରନ୍ତି କି କାହା ସମ୍ମୁଖରେ ମୁହଁ ଖୋଲନ୍ତି ତ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।