ରାଜ୍ୟ ସ୍ୱାସ୍ଥ୍ୟ

୧୮୮୨ ଜଣ କିଶୋର ଟିକା ନେଇ ସାରିଲେଣି: ପରିବାର କଲ୍ୟାଣ ନିର୍ଦେଶକ

ଭୁବନେଶ୍ବର: ୧୫ରୁ ୧୮ ବର୍ଷ ବୟସ୍କ କିଶୋରଙ୍କ ଟିକାକରଣ ଆରମ୍ଭ ହୋଇଛି। ଜାନୁଆରୀ ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା। ୩୧୯୩ କେନ୍ଦ୍ରରେ ଟିକାକରଣ କରାଯିବ। କେବଳ ୯୩୯ କେନ୍ଦ୍ରରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଚାଲିଛି। ଏଥିପାଇଁ ପିଲାମାନେ ଅନଲାଇନ ପଞ୍ଜିକରଣ କରିଥିଲେ।

ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ପିଲାମାନେ ସିଧାସଳଖ ଆସି ବି ଟିକା ନେଇପାରିବେ। ଯେଉଁମାନେ ଅନଲାଇନ ପଞ୍ଜିକରଣ କରିନାହାନ୍ତି, ସେମାନଙ୍କର ଅନସାଇଟ ପଞ୍ଜିକରଣ କରାଯାଇ ଟିକା ଦିଆଯିବ। ସମସ୍ତ କୋଭିଡ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି। କୌଣସି ପାର୍ଶ୍ଵ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଯେଉଁମାନଙ୍କର ପରୀକ୍ଷା ଅଛି ସେମାନଙ୍କୁ ପରୀକ୍ଷା ପରେ ଟିକା ଦିଆଯିବ। ସକାଳୁ ବର୍ତ୍ତମାନ ସୁଦ୍ଧା ୧୮୮୨ ଜଣ ୧୫ରୁ ୧୮ ବର୍ଷ ପିଲା ଟିକା ନେଇ ସାରିଲେଣି। ଗତକାଲି ଶିକ୍ଷା ବିଭାଗ ସହ ବୈଠକରେ ନିଷ୍ପତ୍ତି ହୋଇଛି ଶିକ୍ଷକମାନେ ପିଲା ଓ ଅଭିଭାବକଙ୍କୁ ସଚେତନ କରିବେ। ପିଲାମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ, ଯାହାକି ସମ୍ପୂର୍ଣ୍ଣ ନିରାପଦ। ପ୍ରତି ସ୍କୁଲ ମଧ୍ୟ ୧୫ରୁ ୧୮ ବର୍ଷ ପିଲାଙ୍କ ଏକ ତାଲିକା ପ୍ରସ୍ତୁତ କରିବେ। ଯେଉଁ ସ୍କୁଲ ଭିତ୍ତିଭୂମି ଠିକ୍ ଅଛି କିମ୍ବା ପରୀକ୍ଷା ନାହିଁ ସେହି ସ୍କୁଲରେ ଟିକାକରଣ କେନ୍ଦ୍ର କରିପାରିବେ। ଆଜି ବି ବହୁ ସ୍କୁଲରେ ଟିକାକରଣ କେନ୍ଦ୍ର କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ