ମନୋରଞ୍ଜନ

୧୮ଟି ଦେଶରେ ପୁଣି ରିଲିଜ ହେବ ଶାହରୁଖ ଓ କାଜୋଲଙ୍କ ଫିଲ୍ମ DDLJ

ନୂଆଦିଲ୍ଲୀ ୨୨/୧୦: ଶାହରୁଖ ଖାନ ଓ କାଜୋଲଙ୍କ ଆଇକନିକ ଫିଲ୍ମ ଦିଲଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗକୁ ପୂରିଛି ୨୫ ବର୍ଷ। ଏବେ ବି ଫିଲ୍ମ ସେମିତି ଲୋକପ୍ରିୟ। ଫିଲ୍ମକୁ ନେଇ କିଛି ଦିନ ହେବ ଏମିତି ଚର୍ଚା ଚାଲିଛି ଯେ ଲାଗୁଛି ଯେମିତି ଏଇ ବର୍ଷ ରିଲିଜ ହୋଇଛି। ଫିଲ୍ମ କ୍ରିଟିକ ତରଣ ଆଦର୍ଶ କହିଛନ୍ତି ଏହି ବ୍ଲକବ୍ଲାଷ୍ଟର ଫିଲ୍ମ ପୁଣି ଥରେ ୧୮ଟି ଦେଶରେ ରିଲିଜ ହେବ। ଏଥିପାଇଁ ତାଲିକା ପ୍ରସ୍ତୁତି ସରିଛି।

ଆମେରିକା, ୟୁକେ, ୟୁଏଇ, ସାଉଦି ଆରବ, କତର, ମରିସିୟସ, ସାଉଥ ଆଫ୍ରିକା, ନ୍ୟୁଜିଲାଣ୍ଡ, ଫିଜି, ଜର୍ମାନୀ, ସ୍ବିଡେନ, ନରଓ୍ବେ, ସ୍ବିଜରଲ୍ୟାଣ୍ଡ, ଇଷ୍ଟୋନିଆ ଓ ଫିନଲାଣ୍ଡରେ ରିଲିଜ ହେବ। ଏହାର ଅର୍ଥ ଏହାର କ୍ରେଜ କେବଳ ଭାରତରେ ସୀମିତ ନାହିଁ ବରଂ ବିଦେଶରେ ମଧ୍ୟ ଅଛି। ଏହି ସିନେମା ପ୍ରେମର ଠିକ୍ ଅର୍ଥକୁ ବୁଝାଇଛି।

ଫିଲ୍ମକୁ ୨୫ ବର୍ଷ ପୂରିଥିବାରୁ ଶାହରୁଖ ଓ କାଜୋଲଙ୍କୁ ମଧ୍ୟ ସ୍ବତନ୍ତ୍ର ସମ୍ମାନ ଦିଆଯିବ। ପ୍ରଥମଥର ପାଇଁ ଏହି ଆଇକନିକ ଫିଲ୍ମକୁ ଲଣ୍ଡନର ଲିଷ୍ଟେର ସ୍ବାୟରରେ ସମ୍ମାନିତ କରାଯିବ। ଫିଲ୍ମର ଏକ ଦୃଶ୍ୟକୁ ସିନ୍ସ ଇନ ଦ ସ୍କ୍ବାୟରରେ ସାମିଲ କରାଯିବ।

ଉଲ୍ଲେଖନୀୟ ଫିଲ୍ମ ନିର୍ଦେଶନା ଦାୟିତ୍ବ ତୁଲାଇ ଥିଲେ ଆଦିତ୍ୟ ଚୋପଡା। ଫିଲ୍କରେ କାଜୋଲ ଓ ଶାହରୁଖଙ୍କ ବ୍ୟତୀତ ଅନୁପମ ଖେର, ଅମରିଶ ପୁରି, ଫରିଦା ଜଲାଲ, ସତୀଶ ଶାହଙ୍କ ଭଳି କଳାକାର ଅଭିନୟ କରିଥିଲେ। ଏବେ ବି ସମସ୍ତଙ୍କ ଚରିତ୍ର ଦର୍ଶକଙ୍କ ମନରେ ସେମିତି ଜୀବନ୍ତ ରହିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ