ଖେଳ ଦେଶ ବିଦେଶ

୧୭ ବର୍ଷ ତଳେ ଆଜିର ଦିନରେ ଅଷ୍ଟ୍ରେଲିଆ ବିରୋଧରେ ଏକୁଟିଆ ୧୯୫ ରନ କରିଥିଲେ ସେହଓ୍ବାଗ

ମେଲବୋର୍ଣ୍ଣ : ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ ଦଳ ୨ୟ ଟେଷ୍ଟର ପ୍ରଥମ ଦିନରେ ହିଁ କଙ୍ଗାରୁ ଦଳକୁ ୧୯୫ ରନରେ ଅଲଆଉଟ୍ କରିଦେଇଛି ।

କିନ୍ତୁ ଆଜିକୁ ଠିକ ୧୭ ବର୍ଷ ତଳେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହଓ୍ବାଗ ମେଲବୋର୍ଣ୍ଣଠାରେ ଇତିହାସ ସୃଷ୍ଟି କରିଥିଲେ । ୨୦୦୩ ଡିସେମ୍ବର ୨୬ରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମସିଜି)ଠାରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ସେହଓ୍ବାଗ ଏକାକି ୧୯୫ ରନ କରିଥିଲେ । ନିଜର ଏହି ବୀରତ୍ବପୂର୍ଣ୍ଣ ଇନିଂସରେ ସେ ୨୩୩ ବଲ ଖେଳି ୫ଟି ଛକା ଓ ୨୫ଟି ଚୌକା ମାରିଥିଲେ । ତେବେ ନିଜର ସ୍କୋର ୧୯୫ ହୋଇଥିବା ବେଳେ ସେହଓ୍ବାଗ ଏକ ଛକା ମାରିବାକୁ ଯାଇ ବ୍ରାକେନଙ୍କ ହାତରେ ଧରା ପଡ଼ିଥିଲେ । ଏହି ମ୍ୟାଚରେ ଭାରତ ପରାଜୟ ବରଣ କରିଥିଲେ ମଧ୍ୟ ସେହଓ୍ବାଗଙ୍କ ଲଢୁଆ ଇନିଂସ ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଥିଲା ।

ନିଜର ଏହି ଇନିଂସକୁ ସେହଓ୍ବାଗ ଟ୍ବିଟ କରି ସ୍ମୃତିଚାରଣ କରିଛନ୍ତି । ସେ ଲେଖିଛନ୍ତି ଯେ ଆଜିର ଦିନରେ ତାଙ୍କ ପ୍ରଥମ ଅଷ୍ଟ୍ରେଲିଆ ଗସ୍ତର ଅନେକ ଅଭୁଲା ସ୍ମୃତି ରହିଛି । ମାତ୍ର ୫ ୟାର୍ଡ ପାଇଁ ଏକ ଛକାରୁ ସେ ବଞ୍ଚିତ ହୋଇଥିଲେ (ଓ ଆଉଟ ହୋଇଥିଲେ) । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଭାରତ ଉକ୍ତ ମ୍ୟାଚ ଜିତିଥିଲେ ଭଲ ହୋଇଥାନ୍ତା ବୋଲି ସେ ଲେଖିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ