ରାଜ୍ୟ ସ୍ପେଶାଲ ରିପୋର୍ଟ

୧୭ତମ ଫିକି ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ, ସୋଆ ଷ୍ଟଲ ଦେଖିବାକୁ ଆସିଲେ ବହୁ ବିଦେଶୀ ପ୍ରତିନିଧି

ନୂଆଦିଲ୍ଲୀ: ୧୭ତମ ତିନି ଦିନିଆ ଫିକି ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ ୨୦୨୨ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଗୁରୁବାରଠୁ ଆରମ୍ଭ ହୋଇଛି। ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀରେ ସୋଆ ସମେତ ଦେଶର ବିଭିନ୍ନ ରାଜ୍ୟରୁ ୪୦ ବିଶ୍ଵ ବିଦ୍ୟାଳୟ ଭାଗ ନେଇଛନ୍ତି। ଉଚ୍ଚଶିକ୍ଷା ପାଇଁ ବିଶ୍ଵର ଆକର୍ଷଣରେ ଭାରତର ସ୍ଥାନ ଅଗ୍ରଣୀ ଶୀର୍ଷକ ଆଲୋଚନା ଏହି ସମ୍ମିଳନୀର ମୁଖ୍ୟ ବିଷୟ ବସ୍ତୁ ରହିଛି।

ପ୍ରଥମ ଦିନ ଆରମ୍ଭରେ ଫିକିର ଅଧ୍ୟକ୍ଷ ସଞ୍ଜିବ ମେହତା ସ୍ଵାଗତ ଭାଷଣ ଦେଇଥିଲେ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରୀ ସୁବାସ ସରକାର ମୁଖ୍ୟ ଅତିଥି ଭାବେ ତାଙ୍କ ଭାଷଣରେ ଶିକ୍ଷା କ୍ଷେତ୍ରରେ ଭାରତର ଭୂମିକା ବିଶେଷ ଭାବେ ଉତଥାନ କରିଥିଲେ। ସେ ଦର୍ଶାଇଥିଲେ ଯେ, ଭାରତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଶ୍ଵର ଆକର୍ଷଣ ହୋଇଛି। ବିଦେଶରୁ ବହୁ ଛାତ୍ରଛାତ୍ରୀ ଭାରତର ବିଶ୍ଵ ବିଦ୍ୟାଳୟମାନଙ୍କରେ ପାଠ ପଢିବା ପାଇଁ ଆସୁଛନ୍ତି। ଭ ଭାରତର ବିଶ୍ଵ ବିଦ୍ୟାଳୟମାନଙ୍କର ଶିକ୍ଷାର ମାନ ମଧ୍ୟ ବଢିବାରେ ଲାଗିଛି। ସେ ଆଶା ପ୍ରକାଶ କରିଥିଲେ ଯେ, ଆଗାମୀ ଦିନରେ ଭାରତ ଉଚ୍ଚ ଶିକ୍ଷାର ହବରେ ପରିଣତ ହେବ। ଏହି ଶିଖର ସମ୍ମିଳନୀ ଏବଂ ପ୍ରଦର୍ଶନୀରେ ଭାଗ ନେଇଥିବା ବିଶ୍ଵ ବିଦ୍ୟାଳୟମାନେ ସେମାନଙ୍କ ପାଠ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେବା ପାଇଁ ଷ୍ଟଲ୍ ଲଗାଇଛନ୍ତି। ଏଥିରେ ସୋଆର ଷ୍ଟଲ୍ ମଧ୍ୟ ସ୍ଥାନ ପାଇଛି।

ପ୍ରଥମ ଦିନରେ ଋଷିଆ, ତାଜକିସ୍ତାନ, ଉଗାଣ୍ଡା, ନେପାଳ, କେନିଆ, ଇଣ୍ଡୋନେସିଆ, ଘାନା, ମାଲେସିଆ, ନାଇବୋରି ଏବଂ ତାଇଓ୍ଵାନର ପ୍ରତିନିଧିମାନେ ସୋଆ ଷ୍ଟଲକୁ ଆସି ଏହାର ବିଭିନ୍ନ ପାଠ୍ୟକ୍ରମ ପ୍ରସଙ୍ଗରେ ସୂଚନା ପ୍ରାପ୍ତ କରିଥିଲେ। ସୋଆର ପ୍ରୋ ଚାନସେଲର ପ୍ରଫେସର ଅମିତ ବାନାର୍ଜୀ, ପ୍ରଫେସର ନଚିକେତା ଶର୍ମା, ପ୍ରଫେସର ସୌମ୍ୟା ମିଶ୍ର ସେମାନଙ୍କୁ ବିଭିନ୍ନ ପାଠ୍ୟକ୍ରମ ପ୍ରସଙ୍ଗରେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ସେମାନଙ୍କୁ ମଧ୍ୟ ସୋଆର ବିଭିନ୍ନ ପାଠ୍ୟକ୍ରମ ନେଇ ଏକ ପୁସ୍ତିକା ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାଜଧାନୀ ଦିଲ୍ଲୀରେ ସୋଆ ସଂସ୍ଥାପକଙ୍କ ଓଏସଡି ପ୍ରୀତମ ନାୟକ ମଧ୍ୟ ବିଭିନ୍ନ ପ୍ରତିନିଧି ମଣ୍ଡଳଙ୍କ ସହ ଆଲୋଚନା କରିଥିଲେ। ସୋଆ ଅଫିସର ଅଧିକାରୀ ସୁନୀଲ ନଉଟିୟାଲ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।