ଅପରାଧ ରାଜ୍ୟ

୧୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ବାଇକ୍‌, ଆରୋହୀ ମୃତ

ଯାଜପୁର, ୦୩।୦୫: ଯାଜପୁର ପାଣିକୋଇଲି ଥାନା ୧୬ ନଂ ଜାତୀୟ ରାଜପଥ ସିଂଗଡା ଓଭରବ୍ରିଜ ଉପରେ ଅଟୋ ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ବାଇକ ଅରୋହୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ସୌଭାଗ୍ୟ ନାୟକ । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଗୁରୁତର ହେଲେ ଅଟୋ ଚାଳକ ବାଲିପାଟଣା ଗ୍ରାମର ଶ୍ରୀକାନ୍ତ ପରିଡା ଏବଂ ବାଇକ ଚାଳକ କେନ୍ଦ୍ରାପଡା ଅଞ୍ଚଳର ଗଣେଶ୍ୱର ଖଟୁଆ । ଆଜି ଅପରାହ୍ନରେ ଏହି ଦୁର୍ଘଟଣାଟି ଘଟିଛି । ଅଟୋଟି ପାଣିକୋଇଲି ଅଭିମୁଖେ ଯାଉଥିବା ବେଳେ ଵିପରିତ ଦିଗରୁ ଆସିଥିବା ଏକ ବାଇକ ଏହାକୁ ଧକ୍କା ଦେଇଥିଲା। ପାଣିକୋଇଲି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।