ଦେଶ ବିଦେଶ ମନୋରଞ୍ଜନ

୧୫ ମିନିଟ୍ ପାଇଁ ୪ କୋଟି ନେଲେ ଊର୍ବଶୀ

ଲଭ୍ ଡୋଜ୍ ଆଲବମ୍‌ର ଅଭିନେତ୍ରୀ ଊର୍ବଶୀ ରୌତେଲା ନିକଟରେ ଏକ ନୂଆବର୍ଷ ଉତ୍ସବରେ ଯୋଗ ଦେବା ଅବସରରେ ୪ କୋଟି ଟଙ୍କା ନେଇଥିବା ଜଣାପଡ଼ିଛି। ସେ ପୁଣି ମାତ୍ର ୧୫ ମିନିଟ୍ ପାଇଁ। ସବୁଠାରୁ ବଡ଼ କଥା ହେଉଛି, ବଲିଉଡ୍ କଳାକାରମାନେ ଏଭଳି ଉତ୍ସବରେ ଯୋଗ ଦେବା ପାଇଁ ୨୫ରୁ ୫୦ ଲକ୍ଷ ଟଙ୍କା ନେଉଥିବା ବେଳେ ଊର୍ବଶୀ ସୋ’ ପିଛା ନେଉଥିବା ଟଙ୍କା ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୨୦୧୩ ମସିହାରେ ହିନ୍ଦୀ ସିନେ ଜଗତକୁ ପ୍ରବେଶ କରିଥିବା ଊର୍ବଶୀ ସିଂହ ସାହାବ୍ ଦି ଗ୍ରେଟ୍ ସନି ଦେଓଲ୍ ଚଳଚ୍ଚିତ୍ରରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ। ପରେ ଜନି, ସନମ୍‌ ରେ, ଗ୍ରେଟ୍ ଗ୍ରାଣ୍ଡ ମସ୍ତି, କାବିଲ୍, ହେଟ୍ ଷ୍ଟୋରି-୪ ଭଳି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଲୋକାଦୃତ ହୋଇଥିଲେ। ରାପ୍ ସିଙ୍ଗର୍ ହନି ସିଂହଙ୍କ ସହ ଲଭ୍ ଡୋଜ୍ ଆଲବମ୍‌ରେ ଅଭିନୟ କରି ସେ ଲୋକଲୋଚନକୁ ଆସିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ