ଦେଶ ବିଦେଶ

୧୫୦ ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ ତିଆରି କରିଥିବା ଛାତ୍ର ନାସା ଯିବା ପାଇଁ ହୋଇଛନ୍ତି ଚୟନ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାସ୍ଥିତ ଦାଦରି ନାମକ ଏକ ଛୋଟ ଗ୍ରାମରେ ବସବାସ କରୁଥିବା ବାଳକ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍‌ସି ନାସା ଯିବା ପାଇଁ ଚୟନ ହୋଇଛନ୍ତି। ୧୫ବର୍ଷର ବାଳକ ଉତ୍କର୍ଷ ଜାନୁଆରିରେ ଏକ ବିଜ୍ଞାନ ମେଳାରେ ଭାଗ ନେଇଥିଲେ। ଏଥିରେ ସେ ତାର ବିହୀନ ଏକ ଇଲେକ୍ଟ୍ରିକ ଗାଡ଼ିର ଚାର୍ଜର ତିଆରି କରିଥିଲେ।

ଆମେରିକୀୟ ଅନ୍ତରୀକ୍ଷ ଏଜେନ୍‌ସି ନାସା ଯିବା ଖବର ଆସିବା ପରେ ଚର୍ଚ୍ଚାକୁ ଆସିଥିବା ଉତ୍କର୍ଷ କହିଛନ୍ତି, ‘ମୁଁ ମାତ୍ର ୧୫୦ଟଙ୍କା ଖର୍ଚ୍ଚ କରି ଏହି ପ୍ରକଳ୍ପ ତିଆରି କରିଥିଲି। ବିଜ୍ଞାନ ମେଳାରେ ସାମିଲ ହେବା ପରେ ଜାଣିଲି ସେଠାରେ ଭାଗ ନେଇଥିବା ପିଲାମ‌ାନେ ନିଜନିଜ ପ୍ରକଳ୍ପ ପାଇଁ ୨୫ହଜାର ଟଙ୍କାରୁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ସୁନ୍ଦର ସୁନ୍ଦର ଆକର୍ଷଣୀୟ ପ୍ରକଳ୍ପ ତିଆରି କରିଛନ୍ତି।

ଏହାକୁ ଦେଖି ଏହି ବିଜ୍ଞାନ ମେଳାରେ ମୁଁ କାହିଁକି ଭାଗ ନେଲି ବ‌ୋଲି ଭାବିଥିଲି। କାରଣ ଅନ୍ୟ ପ୍ରତିଯୋଗୀଙ୍କ ତୁଳନାରେ ମୋର ପ୍ରକଳ୍ପ ମୋତେ ଅତି ସାମାନ୍ୟ ଲାଗୁଥିଲା। କିନ୍ତୁ ପ୍ରଦର୍ଶନୀ ଶେଷରେ ଜିଲ୍ଲାପାଳ ମୋର ପ୍ରକଳ୍ପର ଖୁବ ପ୍ରଶଂସା କରିଥି‌ଲେ। ନିକଟ‌ରେ ଖବର ମିଳିଛି କି ଏକ ଦଳ ସହିତ ମୋତେ ନାସା ପଠାଯିବା ପାଇଁ ଚୟନ କରାଯାଇଛି। ଏହି ଦଳ ରୋଭର ତିଆରି କରୁଥିବା କାମ କରୁଛନ୍ତି।’

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ