ଅପରାଧ ରାଜ୍ୟ

୧୫୦ କୋଟିର ଏମ୍‌କେସିଜି ସୁପର୍‌ସ୍ପେସାଲିଟି ବ୍ଲକ୍‌ ଅସୁରକ୍ଷିତ: ଅଗ୍ନିକାଣ୍ଡ ପରେ ସିଲିଂ ଖସିଲା

ବ୍ରହ୍ମପୁର : ଏମ୍‌କେସିଜିର ସୁପର୍‌ସ୍ପେସାଲିଟି ବ୍ଲକ୍‌ ଏବେ ଏକପ୍ରକାର ଅସୁରକ୍ଷିତ ହୋଇପଡ଼ିଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇ ଅତ୍ୟାଧୁନିକ କୋଠାରେ ନାନା ଦୁର୍ଘଟଣା ଘଟୁଛି। ଅଗ୍ନିକାଣ୍ଡ ପରେ ଆଜି ଭୋର୍‌ରେ ବ୍ଲକ୍‌ର ପଞ୍ଚମ ମହଲା ଛାତରୁ ସିଲିଂ ଖସିଛି। ଏହି ଘଟଣାରେ କେହି ଆହତ ହୋଇ ନଥିଲେ ସୁଦ୍ଧା ରୋଗୀଙ୍କ ମହଲରେ ଆତଙ୍କ ଖେଳିଯାଇଛି। କେନ୍ଦ୍ର ସରକାରଙ୍କ ପିଏମ୍‌ଏସ୍‌ଏସ୍‌ୱାଇରେ ଏମ୍‌କେସିଜି ପରିସରରେ ପ୍ରାୟ ୧୫୦କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ସୁପର୍‌ସ୍ପେସାଲିଟି ବ୍ଲକ୍‌ ତିଆରି କରାଯାଇଛି। ସେଠାରେ ସମସ୍ତ ସୁପର୍‌ସ୍ପେସାଲିଟି ବିଭାଗ କାର୍ଯ୍ୟକ୍ଷମ ରହିଛି। କୋଠାର ପଞ୍ଚମ ମହଲାରେ ଓଟି କମ୍ପ୍ଲେକ୍ସ ରହିଛି। ଗତ ୨୬ ତାରିଖରେ ଓଟି କମ୍ପ୍ଲେକ୍ସର ୟୁରୋଲୋଜି ବିଭାଗ ଓଟିରେ ସର୍ଟ ସର୍କିଟ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ, ବିଦ୍ୟୁତ ସରଞ୍ଜାମ ପୋଡ଼ି ଯାଇଥିବା ବେଳେ ଓଟିର ବିଭିନ୍ନ ପ୍ରକାର ଯନ୍ତ୍ରପାତି ମଧ୍ୟ ନିଆଁ ଲାଗି ନଷ୍ଟ ହୋଇ ଯାଇଥିଲା। ଏହି ଘଟଣାରେ ରୋଗୀ ଅଳ୍ପକେ ରକ୍ଷା ପାଇଯାଇଥିଲେ। ସେହିଦିନଠାରୁ ମରାମତି ପାଇଁ ଓଟି କମ୍ପ୍ଲେକ୍ସ ବନ୍ଦ ରହିଥିବା ବେଳେ ଆଜି ଭୋର୍‌ରେ ଛାତର ସିଲିଂ ଖସି ପଡ଼ିଥିଲା। ରୋଗୀଙ୍କ ସମ୍ପର୍କୀୟ ବସିବା ପାଇଁ ରହିଥିବା ହଲ୍‌ର ଛାତରୁ ଏହି ସିଲିଂ ଖସିଛି।

ତେବେ, ସୁପର୍‌ସ୍ପେସାଲିଟି ବ୍ଲକ୍‌ରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଚତୁର୍ଥ ମହଲାରେ ସିଲିଂ ଖସିଥିଲା। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ଅତ୍ୟାଧୁନି କୋଠା ତିଆରି କରାଯାଇଛି। ବିଭିନ୍ନ ସମୟରେ ଛାତରୁ ସିଲିଂ ଖସିବା ଓ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ସାଧାରଣ ମତ ପ୍ରକାଶ ପାଇଛି। ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଦାବି କରି ବିଜେପି ତରଫରୁ ବ୍ଲକ୍‌ ସମ୍ମୁଖରେ ଧାରଣା ଦିଆଯାଇଥିଲା। ରୋଗୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦୁର୍ବଳ ରହିଥିବା ସ୍ଥାନ ମରାମତି କରିବାକୁ ଦାବି କରାଯାଇଥିଲା। ଏମ୍‌କେସିଜି ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡା. ଅବନୀକାନ୍ତ ମିଶ୍ର ଓ ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ବିଜେପି ନେତାଙ୍କ ସହିତ ଆଲୋଚନା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।