ରାଜ୍ୟ ସ୍ପେଶାଲ ରିପୋର୍ଟ

୧୫ଦିନ ପରେ ବି ପ୍ରଶାସନ ଚୁପ୍‌: ନାଲିଧାନ ଆଳରେ ଅସାଧୁମେଣ୍ଟର ‌ଖେଳ, ଚାଷୀଙ୍କ ପାଇଁ କାଳ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଯାଜପୁର: ଯାଜପୁର ଜିଲ୍ଲାରେ ଧାନ କିଣା କେଳେ‌ଙ୍କାରୀ ଏଥର ସୀମା ଲଙ୍ଘିଛି। ଜିଲ୍ଲା ପ୍ରଶାସନର ଘୋଷଣା ମୁତାବକ ୧୫ଦିନ ପରେ ବି ୨୪ଟି ଧାନମଣ୍ଡି ଖୋଲିନାହିଁ। ଏଥି ପ୍ରତି ପ୍ରଶାସନର ଗୁରୁତ୍ବ ନାହିଁ। ଅଥଚ ଉତ୍ସବ ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀ ଘନଘନ ବିଭିନ୍ନ ଅଞ୍ଚଳ ଗସ୍ତ କରି ସଭାସମିତିରେ ମାତିଛନ୍ତି। ଧାନଚାଷୀଙ୍କୁ ଦଲାଲମାନେ ନିୟନ୍ତ୍ରଣ କରୁଥିବା ବେଳେ ଧାନମଣ୍ଡିଗୁଡ଼ିକ ମିଲରଙ୍କ ନିୟନ୍ତ୍ରଣରେ। ମିଲରଙ୍କ ମର୍ଜିରେ ମଣ୍ଡି ପରିଚାଳନା ହେଉଛି। ୪ତାରିଖ ରୁ କାଗଜପତ୍ର‌େରେ କେତେକ ମଣ୍ଡି ଖୋଲି ଥିଲେ ବି ଗୋଟିଏ କୁଇଣ୍ଟାଲ ଧାନ ଚାଷୀମାନେ ବିକ୍ରି କରିପାରୁ ନାହାନ୍ତି। ନାଲିଧାନ ଆଳରେ ମଣ୍ଡିକୁ ଯାଉନାହାନ୍ତି ମିଲର। ଫଳରେ ଧଣ୍ଡିରୁ ତାଲା ଖୋଲି ନାହିଁ ବୋଲି କର୍ମକର୍ତ୍ତାମାନେ ସଫେଇ ଦେଇଛନ୍ତି। ସମବାୟ ବିଭାଗ, ଯୋଗାଣ ବିଭାଗ, ଆରଏମସି ଓ ଜିଲ୍ଲା ପ୍ରଶାସନର ସ୍କ୍ବାଡ୍‌ ଅସାଧୁମେଣ୍ଟ ସହିତ ହାତ ମିଳାଇଥିବ‌ାର ଅଭିଯୋଗ ହେଉଛି। ଏଭଳି ପରିସ୍ଥିତି ପାଇଁ ଚାଷୀଙ୍କ ମଧ୍ୟ​ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

ପ୍ରକାଶ ଥାଉକି ଗତ ୧୭ତାରିଖ ସୁଦ୍ଧା କାଗଜପତ୍ରରେ ୮,୮୬୦ଜଣ ଚାଷୀ ୩ଲକ୍ଷ ୮୬ହଜାର ୩୭୩କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଜିଲ୍ଲାରେ ମୋଟ ୧୬୮ଧାନମଣ୍ଡି ମଧ୍ୟରୁ ଏବେ ସୁଦ୍ଧା ୧୪୪ଟିରେ ଧାନ କିଣା ଯାଇଛି। ସେ ମଧ୍ୟରୁ ୧୧ଟି ମଣ୍ଡିରେ ୧୦ଜଣରୁ କମ୍ ଚାଷୀ ଧାନ ବିକ୍ରି କରିଛନ୍ତି। ଏପରିକି ୧୫ଦିନ ପୂର୍ବରୁ ବ୍ରହ୍ମବରଦା ପ୍ୟାକ୍ସରେ ମଣ୍ଡି ଉଦଘାଟନ ହୋଇଥିବା ‌ବେଳେ ଗୋଟିଏ କେଜି ଧାନ କିଣାଯାଇ ନାହିଁ। ଅଥଚ ୨ଦିନ ମଧ୍ୟରେ ସାମନ୍ତରାପୁର ଓ ରଦ୍ରପୁର ପ୍ୟାକ୍ସରେ ହଜାର ହଜାର କୁଇଣ୍ଟାଲ ଧାନ କିଣାଯାଇଛି। ଯାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ସେହିପରି ରସୁଲପୁର ବ୍ଲକ୍‌ରେ ଏବେ ଲୋକମାନେ ଧାନ ଚାଷ ପରେ ପନିପରିବା ଉତ୍ପାଦନ କ​ଲେଣି। ଅଥଚ ସେହି ଅଞ୍ଚଳରେ କାଗଜପତ୍ରରେ ଧାନ କିଣାବିକା ଚାଲିଛି।।

ପୂର୍ବରୁ ଧାନଗୁଡ଼ିକ ଦଲାଲଙ୍କ ଜରିଆରେ ମିଲଗୁଡ଼ିକୁ ଚାଲାଣ ହୋଇଯାଇଛି। ମଣ୍ଡିରେ ପ୍ରତିଦିନ କାଗଜପତ୍ରରେ ଶହ ଶହ କୁଇଣ୍ଟାଲ ଧାନ କିଣାବିକା ହେଉଥିବାର ଦର୍ଶାଯାଉଛି। ଗତବର୍ଷ ଏଭଳି ୧୧ଟି ମଣ୍ଡିରେ ୪କୋଟି ଟଙ୍କାର ଧାନ ଜାଲ କାଗଜପତ୍ରରେ କିଣାଯାଇଥିବା ଧରାପଡ଼ିଥିଲା। ଏଥର ଯଦି ରାଜ୍ୟ ସ୍କ୍ବାଡ୍‌ ଚଢ଼ଉ କରିବ କୋଟି କୋଟି ଟଙ୍କାର ଜାଲିଆତି ଧରାପଡ଼ିବ ବୋଲି ଚାଷୀମାନେ ଦାବି କରିଛନ୍ତି। ବିଶେଷ କରି କେତେକ ନିର୍ଦ୍ଧିଷ୍ଟ ମିଲରଙ୍କ ଗୋଦାମ ତନଖି କଲେ ଚୋରା କାରବାରଲୋକ‌ଲୋଚନକୁ ଆସିଯିବ ବୋଲି ଚାଷୀମାନେ ଦାବି କରିଛନ୍ତି। ଧାନ କିଣାବିକା କେଳେଙ୍କାରୀ ବ୍ୟାପକ ରୂପ ଧାରଣ କରିଥିବା ବେଳେ ଚାଷୀ ସଙ୍ଗଠନଗୁଡ଼ିକ ମଧ୍ୟ ନିରବ ରହିଛନ୍ତି। ଦୁର୍ନୀତି ରୋକିବା ପାଇଁ କାର୍ଯ୍ୟ କରୁଥିବା ବିଭାଗ ଗୁଡ଼ିକର ନିରବତା ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।..
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।