ମୁମ୍ବାଇ: କମେଡି ଦୁନିଆରେ ନିଜର କଳାର ପ୍ରଦର୍ଶନ କରି ଚର୍ଚ୍ଚାରେ ଥିବା କମେଡି କୁଇନ ଭାରତୀ ସିଂଙ୍କ ନିକଟରେ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସେ ପୂର୍ବ ଅପେକ୍ଷା ଅଧିକା ଫିଟ ଦେଖା ଯାଉଛନ୍ତି। ଆଉ ଦେଖାବି ଯିବେ ନି କେମିତି, କାରଣ ସେ ଏଇ କିଛିଦିନ ମଧ୍ୟରେ ନିଜର ୧୫କିଲୋ ଓଜନ ହ୍ରାସ କରିଛନ୍ତି।
ଭାରତୀ ପୂର୍ବରୁ ୯୧କିଲୋ ଓଜନ ଥିବା ବେଳେ ଏବେ ସେ ୭୬କିଲୋରେ ପହଞ୍ଚିଛନ୍ତି। ତେବେ ଓଜନ ହ୍ରାସକୁ ନେଇ ଭାରତୀ କହିଛନ୍ତି, ମୁଁ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଛି କି ଏତେ କିଲୋ ଓଜନ କେମିତି ହ୍ରାସ କରିପାରିଲି। ମୋର ବିଶ୍ବାସ ଯେ ଆପଣ ଯଦି ନିଜକୁ ଭଲ ପାଇବେ ନାହିଁ ତେବେ ଆପଣଙ୍କୁ ବି କେହି ଭଲ ପାଇ ପାରିବେ ନାହିଁ।
ଭାରତୀ ଫିଟ ରହିବା ସହିିତ କିପରି ଓଜନ ହ୍ରାସ କରି ପାରିଲେ ତାହାକୁ ନେଇ କିଛିଟା କାରଣ ସାମ୍ନାକୁ ଆସିଛି। ସେ ଏଇ କିଛିଦିନ ହେବ ସନ୍ଧ୍ୟା ୭ଟା ପୂର୍ବରୁ ରାତି ଭୋଜନ ଖାଇ ଥାଆନ୍ତି। ଆଉ ସନ୍ଧ୍ୟା ୭ଟାରୁ ଦିନ ୧୨ଟା ମଧ୍ୟରେ ସେ କୌଣସି ପ୍ରକାର ଖାଦ୍ୟ ଗ୍ରହଣ କରି ନଥାଆନ୍ତି। ୧୨ଟା ପରେ ତାଙ୍କ ଡାଏଟ ଅନୁଯାୟୀ ଖାଦ୍ୟ ସେ ଖାଇ ଥାଆନ୍ତି। ପ୍ରତିଦିନ ବ୍ୟାୟାମ କରିବାକୁ ଭୁଲନ୍ତି ନାହିଁ। ଆଉ ପ୍ରଚୁର ପାଣି ବି ପିଇ ଥାଆନ୍ତି।

