ଦେଶ ବିଦେଶ ମନୋରଞ୍ଜନ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

୧୪ ମାସରେ ତିଆରି ହୋଇଛି କଙ୍ଗନାଙ୍କ ଲେହେଙ୍ଗା

ବଲିଉଡ୍‌ କ୍ବିନ୍‌ କଙ୍ଗନା ରନାୱତ ଆଜି ନିଜ ଭାଇ ଅକ୍‌ସଦ୍‌ଙ୍କ ବିବାହରେ କୌଣସି ରାଣୀଙ୍କଠାରୁ କମ୍‌ ଲାଗୁନଥିଲେ। ତାଙ୍କ ପାରମ୍ପରିକ ଗୁଜୁରାଟୀ ବାନ୍ଧିନୀ ଲେହେଙ୍ଗା ସହ ସବ୍ୟସାଚ୍ଚୀ ଡିଜାଇନର୍‌ ‌ଅଳଙ୍କାର ତାଙ୍କୁ ରାଜକୀୟ ଲୁକ୍‌ ଦେଉଥିଲା। ହେଲେ ଆପଣ ଜାଣିଛନ୍ତି କି, କଙ୍ଗନାଙ୍କ ଏହି ଲେହେଙ୍ଗା ତିଆରି କରିବାକୁ ଡିଜାଇନର୍‌ମାନଙ୍କୁ ୧୪ ମାସ ସମୟ ଲାଗି ଯାଇଥିଲା। କଙ୍ଗନା ନିଜେ ତାଙ୍କ ଲେହେଙ୍ଗା ସମ୍ପର୍କରେ ଟ୍ବିଟର୍‌ରେ ସୂଚନା ଦେଇ କହିଛନ୍ତି, ଏହା ଡିଜାଇନର୍‌ ଅନୁରାଧା ବକିଲଙ୍କ ସର୍ଜନା। ଏହା ଏକ ଡାଇଂ ଆର୍ଟ। ଏହାକୁ ତିଆରି କରିବାକୁ ୧୪ ମାସ ସମୟ ଲାଗି ଯାଇଥିବା ବେଳେ ଲେହେଙ୍ଗାକୁ ଖାପ ଖୁଆଇଲା ଭଳି ଭାରି ଅଳଙ୍କାର ତିଆରି କରିଛନ୍ତି ମୋ ସାଙ୍ଗ ତଥା ପ୍ରଖ୍ୟାତ ଡିଜାଇନର୍‌ ସବ୍ୟସାଚ୍ଚୀ। ଏଥିସହ ଟ୍ବିଟର୍‌ରେ ସେ ନିଜ ଭାଇ ଅକ୍‌ସଦ୍‌ ଓ ଭାଉଜ ରିତୁ ସାଙ୍ଗ୍‌ୱାନ୍‌ଙ୍କୁ ପରିଚିତ କରାଇଛନ୍ତି ଓ ଏହି ନବବିବାହିତ ଯୋଡ଼ିକୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା