ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

୧୪ ଦିନରେ ରାଜ୍ୟରେ ଚିହ୍ନଟ ହେଲେଣି ୧୪ ହଜାରରୁ ଅଧିକ ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | କରୋନା ଗ୍ରାଫ ବଢିବା ସଙ୍ଗେସଙ୍ଗେ ମାତ୍ର ୧୪ ଦିନରେ ୧୪ ହଜାର ଉପରକୁ ଟପିଛି ସଂକ୍ରମିତଙ୍କ ସଂଖ୍ୟା | ଗତ ଏପ୍ରିଲ ୧ ତାରିଖରେ ୩୯୪ ଜଣ, ୨ ତାରିଖରେ ୪୬୧ଜଣ, ୩ ତାରିଖରେ ୪୫୨ଜଣ, ୪ ତାରିଖରେ ୪୭୧ ଜଣ, ୫ ତାରିଖରେ ୫୭୩ ଜଣ, ୬ ତାରିଖରେ ୫୮୮ ଜଣ, ୭ ତାରିଖରେ ୭୯୧ ଜଣ, ୮ ତାରିଖରେ ୮୭୯ ଜଣ, ୯ ତାରିଖରେ ୧୨୮୨ଜଣ, ୧୦ ତାରିଖରେ ୧୩୭୪ଜଣ, ୧୧ ତାରିଖରେ ୧୩୭୯ଜଣ, ୧୨ ତାରିଖରେ ୧୭୪୧ଜଣ, ୧୩ ତାରିଖରେ ୧୭୮୪ଜଣ ଓ ଆଜି ଅର୍ଥାତ ୧୪ ତାରିଖରେ ୨୨୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

ଆଉ ଏହି ସବୁ ସଂଖ୍ୟାକୁ ମିଶାଇଲେ ୧୪ ଦିନ ଭିତରେ ସର୍ବମୋଟ ୧୪,୪୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ତେବେ ମଙ୍ଗଳବାର ଦିନ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ ଯେ କୋଭିଡ୍ ସଂଖ୍ୟା ରାଜ୍ୟରେ ବଢୁଛି | ରାପିଡ ଗ୍ରୋଥ ହୋଇଛି, ମାତ୍ର ବ୍ୟସ୍ତ ହେବାର କିଛି ନାହିଁ | ଗତ ଥର ଯେଉଁ ପଜିଟିଭ ସଂଖ୍ୟା ୬ ମାସରେ ବଢିଥିଲା ତାହା ଏଥର ୬ ସପ୍ତାହରେ ବଢିଛି |

ମାତ୍ର ଆମେ ଟେଷ୍ଟି ଟ୍ରାକିଂ ଏବଂ ଟ୍ରେସିଂ ଉପରେ ଗୁରୁତ୍ୱ ଦେଉଛୁ | ପ୍ରତି ବ୍ଲକରେ ଆରଆରଟି କରାଯାଉଛି | କଣ୍ଟେନମେଣ୍ଟ ଜୋନ୍ ରେ ମଧ୍ୟ ଟେଷ୍ଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି | ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଷ୍ଟ୍ରେନ୍ ପାଇଁ ସଂଖ୍ୟା ବଢୁଛି ତାହା ସ୍ପଷ୍ଟ ହୋଇନାହିଁ | ଓଡିଶାରେ ବର୍ତ୍ତମାନ ୯୦ ପ୍ରତିଶତରୁ ଅଧିକ ଲୋକ ହୋମ୍ ଆଇସୋଲେସନରେ ରହିପାରିବା ଭଳି ସ୍ଥିତିରେ ଅଛନ୍ତି |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ